gothapatna-imi-convocation-re-rajyapal-drsc

ଉଚ୍ଚତର ଶିକ୍ଷାନୁଷ୍ଠାନରେ ଗବେଷଣାକୁ ଗୁରୁତ୍ୱ ଦେବା ଆବଶ୍ୟକ: ରାଜ୍ୟପାଳ

30

ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନ୍ଷ୍ଟିଚୁ୍ୟଟର ସମାବର୍ତ୍ତନ ସମାରୋହ
ଭୁବନେଶ୍ୱର,(ବୁ୍ୟରୋ): ଉଚ୍ଚତର ଶିକ୍ଷାନୁଷ୍ଠାନଗୁଡ଼ିକରେ ଗବେଷଣାକୁ ବିଶେଷ ଗୁରୁତ୍ୱ ଦେବା ଆବଶ୍ୟକ । ଅଧ୍ୟାପନା ଓ ଗବେଷଣା ଅଙ୍ଗାଙ୍ଗୀ ଭାବରେ ଜଡ଼ିତ । ଜଣେ ଅଧ୍ୟାପକ ପାଇଁ ଅଧ୍ୟାପନା ବିଶେଷ ସନ୍ତୋଷ ଆଣି ପରେ କିନ୍ତୁ ଗବେଷଣା ମାଧ୍ୟମରେ ସୃଜନଶକ୍ତିର ବିକାଶ ହୋଇପାରେ ଏବଂ ଏହା ଅନୁଷ୍ଠାନର ବୌଦ୍ଧିକ ବିଭବକୁ ବିକଶିତ କରିପାରେ ବୋଲି ରାଜ୍ୟପାଳ ଏସ୍ସି ଜମିର୍ ପ୍ରକାଶ କରିଛନ୍ତି । ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନ୍ଷ୍ଟିଚୁ୍ୟଟର ସମାବର୍ତ୍ତନ ସମାରୋହରେ ଯୋଗଦେଇ ରାଜ୍ୟପାଳ ଡ. କମିର୍ କହିଥିଲେ, ଆଧୁନିକ ସମୟରେ ବ୍ୟବସାୟ ତୀବ୍ର ପ୍ରତିଯୋଗିତାର ସମ୍ମୁଖୀନ ହେଉଛି । ପ୍ରତ୍ୟେକ କମ୍ପାନୀ ବା ଅନୁଷ୍ଠାନ ନିଜ ଲକ୍ଷ୍ୟ ହାସଲ ପାଇଁ ନିଜ ସମ୍ବଳର ସଦୁପଯୋଗ କରିବା ସହିତ ସନ୍ତୁଳନ ରକ୍ଷା କରିବାକୁ ହେଉଛି । ସମ୍ବଳ ପରିଚାଳନା ଓ ଅଭିନବ ଉଦ୍ୟମ ମାଧ୍ୟମରେ ସଫଳତା ନିହିତ ରହିଛି । ସର୍ବଦା ଉଚ୍ଚ ସ୍ୱପ୍ନ ଦେଖିବା ଦରକାର । ମ୍ୟାନେଜ୍ମେଣ୍ଟ ଡିଗ୍ରୀ ହାସଲ କରି କାର୍ଯ୍ୟକ୍ଷେତ୍ରରେ ପ୍ରବେଶ କଲା ପରେ ବିଭିନ୍ନ ସଂସ୍କୃତି, ମୂଲ୍ୟବୋଧ ଓ ଜ୍ଞାନ ସହିତ ସଂସ୍ପର୍ଶରେ ଆସିବାକୁ ହୁଏ । ଜଣେ ଯେତେ ପ୍ରସାରିତ ହେବ ସେତେ ତା’ର ଅଭିବୃଦ୍ଧି ହେବ ବୋଲି ରାଜ୍ୟପାଳ ପରାମର୍ଶ ଦେଇଛନ୍ତି । ଇଣ୍ଟରନ୍ୟାସନାଲ ମ୍ୟାନେଜମେଣ୍ଟ ଇନ୍ଷ୍ଟିଚୁ୍ୟଟ୍ର ନିଦେ୍ର୍ଦଶକ ରମେଶ ବେହେଲ, ପ୍ରଫେସର୍ ପିକେ ଭୌମିକ, ପ୍ରଫେସର୍ ବିନ୍ଦୁ ଛାବି୍ରଆ ଓ ଭିସି ଅଗ୍ରୱାଲ ପ୍ରମୁଖ ଉଦ୍ବୋଧନ ଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com