nichamayakaiali-gouri-sankar-ray-birth-place

ଧ୍ୱସାଂଭିମୁଖୀ କର୍ମବୀରଙ୍କ ପୈତୃକ ବାସଭବନ

30

ନିଶ୍ଚିନ୍ତକୋଇଲି (ଆପ୍ର): ବରପୁତ୍ରଙ୍କ ସ୍ମୃତି, ପ୍ରାଚୀନ ଓ ଐତିହାସିକ ପୀଠର ରକ୍ଷଣାବେକ୍ଷଣ କରିବା ସରକାରଙ୍କ ଦାୟିତ୍ୱ । ତେବେ ଏହାର ଏକ ବ୍ୟତିକ୍ରମ ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ପଞ୍ଚାୟତ ଦିକ୍ଷିତପଡ଼ା ଗ୍ରାମରେ ଦେଖିବାକୁ ମିଳିଛି । ଓଡ଼ିଆ ଭାଷା ସାହିତ୍ୟକୁ ସୁରକ୍ଷା ଓ ସମୃଦ୍ଧି କରିବାରେ ପ୍ରମୁଖ ଭୂମିକା ନିଭାଇଥିବା କର୍ମବୀର ଗୌରୀଶଙ୍କର ରାୟଙ୍କ ଜନ୍ମପୀଠ ଓ ପୈତୃକ ବାସଭବନ ଧ୍ୱସାଂଭିମୁଖୀ ଅବସ୍ଥାରେ ରହିଥିଲେ ବି ପ୍ରଶାସନର ନିଘା ନାହିଁ । ରକ୍ଷଣାବେକ୍ଷଣ ଅଭାବରୁ କର୍ମବୀରଙ୍କ ଭାଙ୍ଗୀରୁଜି ବିଲୁପ୍ତ ହେବାକୁ ବସିଲାଣି । ସୁରକ୍ଷା ନିମନ୍ତେ ସରକାରୀ ସ୍ତରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ବୁଦ୍ଧିଜୀବୀ ମହଲରେ ଗଭୀର ଅସନ୍ତୋଷ ପ୍ରକାଶ ପାଇଛି । ନିଶ୍ଚିନ୍ତକୋଇଲି ବ୍ଲକ ଅସୁରେଶ୍ୱର ଦିକ୍ଷୀତପଡ଼ାରେ ୧୮୩୮ ମସିହାରେ କର୍ମବୀର ଗୌରୀଶଙ୍କର ରାୟ ଜନ୍ମଗ୍ରହଣ କରିଥିଲେ । ରାଜ୍ୟ ସରକାର କର୍ମବୀରଙ୍କ ଜନ୍ମପୀଠକୁ ଉପେକ୍ଷା କରି ଏହାର ରକ୍ଷଣାବେକ୍ଷଣ କି ପୁନରୁଦ୍ଧାର ଦିଗରେ କୌଣସି ପଦେକ୍ଷପ ଗ୍ରହଣ କରୁନାହାନ୍ତି । ନିଜ ଜୀବନକୁ ଓଡ଼ିଶା ଓ ଓଡ଼ିଆ ଭାଷାର ବିକାଶ ଦିଗରେ ଉସôର୍ଗ କରିଥିବା ବ୍ୟକ୍ତିତ୍ୱଙ୍କ ଜନ୍ମପୀଠ ଏକ ପବିତ୍ର ସ୍ଥ୍ଠାନ । ଗୌରୀଶଙ୍କର ରାୟଙ୍କ ଦ୍ୱାରା ପ୍ରତିଷ୍ଠିତ ଦିକ୍ଷୀତପଡ଼ା ବାଳିକା ବିଦ୍ୟାଳୟରେ ପ୍ରତିବର୍ଷ ନାମକୁମାତ୍ର ସ୍ଥାନୀୟ କେତେକ ଉସôାହୀ ଯୁବକ ଓ ବୁଦ୍ଧିଜୀବୀଙ୍କ ଦ୍ୱାରା ତାଙ୍କ ଜୟନ୍ତୀ ଉସôବ ପାଳନ କରାଯାଇଥାଏ । କିନ୍ତୁ ସରକାରୀ ସ୍ତରରେ ତାଙ୍କ ଜନ୍ମପୀଠରେ କୌଣସି ସ୍ଣୁତି ଚାରଣ ସଭା କିମ୍ବା ଜୟନ୍ତୀ ଉସôବ କରାଯାଏ ନାହିଁ । ଦୂର ଦୂରାନ୍ତରୁ ପରିଦର୍ଶକମାନେ କର୍ମବୀରଙ୍କ ଜନ୍ମ ସ୍ଥାନକୁ ଆସିଥାନ୍ତି । କିନ୍ତୁ ଜନ୍ମପୀଠର ଜରାଜୀର୍ଣ୍ଣ ଅବସ୍ଥା ଦେଖି ସେମାନଙ୍କ ଦର୍ଶକଙ୍କ ଭୃକୁଞ୍ଚନ ହୋଇଥାଏ । ଅସୁରେଶ୍ୱର ବସ୍ ଷ୍ଟାଣ୍ଡ ନିକଟରେ କର୍ମବୀରଙ୍କ ସ୍ମୁତି ତଥା ସମ୍ମାନାର୍ଥେ ତତ୍କାଳୀନ ମାହାଙ୍ଗା ବିଧାୟକ ବିକ୍ରମକେଶରୀ ବର୍ମାଙ୍କ ଉଦ୍ୟମରେ ଏକ ବିରାଟ ତୋରଣ ନିର୍ମାଣ କରାଯାଇଛି । ସରକାର କର୍ମବୀରଙ୍କ ଜନ୍ମପୀଠକୁ ଉପେକ୍ଷା କରୁଥିବାରୁ ବୁଦ୍ଧିଜୀବୀ ମହଲରେ ଗଭୀର ଅସନ୍ତୋଷ ଦେଖା ଦେଇଛି । ବିଲୁପ୍ତ ପ୍ରାୟ ଏହି ପ୍ରାଚୀନ ପୀଠର ପୁନରୁଦ୍ଧାର ନିମିତ୍ତ ସରକାର ପଦକ୍ଷେପ ଗ୍ରହଣ ନକଲେ କର୍ମବୀରଙ୍କ ସ୍ମୃତି ଇତିହାସରେ ରହିଯିବ ଏଥିରେ ତିଳେମାତ୍ର ସନେ୍ଦହ ନାହିଁ । କେନ୍ଦ୍ର ଓ ରାଜ୍ୟ ସରକାର ଏ ଦିଗରେ ଦୃଢ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ସାଧାରଣରେ ଦାବି ହେଉଛି ।




Powered by odothemes.com