ମାର୍ଚ୍ଚ ୬ରୁ +୨ ପରୀକ୍ଷା

32

ଭୁବନେଶ୍ୱର, ୯ା୧୧(ବୁ୍ୟରୋ): ଚଳିତ ଶିକ୍ଷାବର୍ଷ +୨ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱ ଦୂର ହୋଇଛି । ପୂର୍ବରୁ ପରୀକ୍ଷାର୍ଥୀ ଅନିଶ୍ଚିତା ଭିତରେ ରହିଥିଲେ । ଆସନ୍ତା ବର୍ଷ ଫେବୃଆରୀ ମାସରେ ସାରା ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ଥିବାରୁ ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି +୨ ପରୀକ୍ଷା ମାର୍ଚ୍ଚ ୬ ତାରିଖରୁ ଆରମ୍ଭ ହେବ ବୋଲି ସିଏଚ୍ଏସ୍ଇ ଅଧ୍ୟକ୍ଷ ବାସୁଦେବ ଛାଟୋଇ କହିଛନ୍ତି । ସେହିପରି ଅନ୍ଲାଇନ୍ ମାଧ୍ୟମରେ ଚଳିତ ବର୍ଷ ଫର୍ମ ପୁରଣ କରାଯିବ । ରେଗୁଲାର ଛାତ୍ରଛାତ୍ରୀ ନଭେମ୍ବର ୧୬ରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଫର୍ମ ପୁରଣ କରିପାରିବେ । ଏହା ସହିତ ଏକ୍ସ-ରେଗୁଲାର ଛାତ୍ରଛାତ୍ରୀ ନଭେମ୍ବର ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ଫର୍ମ ପୁରଣ କରିବେ । ଚଳିତ ଶିକ୍ଷାବର୍ଷ ପ୍ରାୟ ୪ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ଯୁକ୍ତ-୨ ପ୍ରାକ୍ଟିକାଲ ପରୀକ୍ଷା ଜାନୁୟାରୀ ୧୮ରୁ ଆରମ୍ଭ ହୋଇ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଯୁକ୍ତ-୨ ଥିଓରି ପରୀକ୍ଷା ମାର୍ଚ୍ଚ ୬ତାରିଖରେ ଆରମ୍ଭ ହେବ । ଏହି ପରୀକ୍ଷା ମାର୍ଚ୍ଚ ୨୮ ତାରିଖରେ ଶେଷ ହେବ । ଏଥି ନିମନ୍ତେ ସିଏଚ୍ଏସ୍ଇ ୍ ପକ୍ଷରୁ ପରୀକ୍ଷା ନିମନ୍ତେ ସୂଚୀ ନିର୍ଘଣ୍ଟ ପ୍ରସ୍ତୁତ କରାଯାଇ ଯଥାଶୀଘ୍ର ୱେବ୍ ସାଇଟ୍ରେ ଉପଲବ୍ଧ ହେବ । ତେବେ ଦିନ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ବୋଲି ଉଚ୍ଚ ମାଧ୍ୟାମିକ ଶିକ୍ଷା ପରିଷଦ ପରୀକ୍ଷା କମିଟି ବୈଠକରେ ନିଷ୍ପତ୍ତି ହୋଇଛି ।

ସେଆର କରନ୍ତୁ:



Powered by odothemes.com