adhanirman

ନିର୍ମାଣଧିନ ପୋଲ ଅଧାପନ୍ତରିଆ, ଅସୁବିଧା ଭୋଗୁଛନ୍ତି ଲୋକେ

39

ଜଗତସିଂହପୁର (ଆପ୍ର) : ନାଉଗାଁ ବ୍ଲକରେ ପ୍ରବାହିତ ହେଉଥିବା ଗୋବରୀ ନଦୀର ଉଭୟ ପାଶ୍ୱର୍ରେ ରହିଛି ଗାଁ ଓ ଚାଷ ଜମି । ଏହି ଜମି ଓ ପଡା ଗାଁକୁ ସଂଯୋଗ କରିବାପାଇଁ ଦୀର୍ଘ ଦିନ ହେବ ବିଭିନ୍ନ ପାଣ୍ଠିରୁ ବ୍ୟୟ ବରାଦ କରାଯାଇ ପୋଲ ନିର୍ମାଣ କରାଯାଇଛି । କିନ୍ତୁ ସଂଯୋଗୀକରଣ ରାସ୍ତା କରାଯାଇ ନଥିବାରୁ ଦୀର୍ଘଦିନ ହେବ ପୋଲଗୁଡିକ ଜନସାଧାରଣଙ୍କ ସେବାରେ ଆସୁନାହିଁ । ସୂଚନା ମୁତାବକ ନାଉଗାଁ ପଂଚାୟତର ନାଉଗାଁ ବଜାରରେ ରହିଛି ପାଲିଙ୍କି ପୋଲ । ୧୦ବର୍ଷ ତଳେ ୪ଲକ୍ଷ ଟଙ୍କା ବ୍ୟୟରେ ଏହି ପୋଲ ନିର୍ମାଣ କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସଂଯୋଗୀକରଣ ରାସ୍ତା ନାହିଁ । ନଦୀର ଅପର ପାଶ୍ୱର୍ରେ ଚାଷ ଜମିଥିବାରୁ ବିଶେଷକରି ଚାଷୀମାନେ ଅଧିକ ହଇରାଣ ହେଉଛନ୍ତି । ସେହିପରି ୨୦୦୭-୨୦୦୮ରେ ତିରୁଣା ପଂଚାୟତର ତେଣ୍ଢୋଇଠାରେ ୩ଲକ୍ଷ ୬୦ହଜାର ଟଙ୍କା ବ୍ୟୟରେ ପୋଲ ନିର୍ମାଣ ଓ କୋରୁଅ ଧୂଆଁପଦାକୁ ସଂଯୋଗ କରିବା ପାଇଁ ଧୂଆଁପଦା ଠାରେ ୨୦୦୬-୨୦୦୭ ରେ ୩ଲକ୍ଷ ବ୍ୟୟରେ ପୋଲ ନିର୍ମାଣ ପଂଚାୟତର ବାଂଶ ଗୋବରୀକୂଳରୁ ବଗିଚା ସାହି ପଡାକୁ ସଂଯୋଗ କରିବା ପାଇଁ ୨୦୧୦ରେ ୪ଲକ୍ଷ ୬୦ ହଜାର ଟଙ୍କା ବ୍ୟୟରେ ପୋଲ କରାଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସଂଯୋଗ କରାଯାଉନାହିଁ । ସେହିପରି ତିରୁଣା ପଂଚାୟତର ତେଣ୍ଡୋଇ କଅଁରପଦା ନାଳୀକ୍ରିକ୍ ନିକଟରେ ଗୋବରୀ ନଦୀରେ ୨୦୦୭-୨୦୦୮ରେ ୩ଲକ୍ଷ ୫୦ହଜାର ଟଙ୍କା ବ୍ୟୟରେ ଏକ ସୁଇଜ୍ଗେଟ୍ ନିର୍ମାଣ କରାଯାଇଛି । ତାହା ମଧ୍ୟ ଅର୍ଦ୍ଦନିର୍ମିତ ଅବସ୍ଥାରେ ଥିବାରୁ ଜନସାଧାରଣଙ୍କ କାମରେ ଆସୁନାହିଁ । ଏହି ସୁଇସ୍ଗେଟ୍ ନିର୍ମାଣ ହୋଇଥିଲେ । ତିରୁଣା,ଶିଖର, ନାଉଗାଁ,ବାଂଶ,ବଛାଳୋ,ଡେରିକି, ଆଦି ପଂଚାୟତର ୫ହଜାର ହେକ୍ଟର ଚାଷ ଜମିରୁ ଉଦ୍ବୃତ ଜଳନିଷ୍କାସନ ସହିତ ମରୁଡି ସମୟରେ ଚାଷ ଜମିଗୁଡିକୁ ଜଳସେଚନ କରାଯାଇ ପାରିଥାନ୍ତି । କିନ୍ତୁ ତାହା ଅଧାପନ୍ତରିଆ ହୋଇଥିବାରୁ ଲୋକମାନଙ୍କ ସେବାରେ ଆସୁନାହିଁ । ସବୁଠାରୁ ବଡ କଥା ହେଲା ସୁଇଜ୍ଗେଟ୍ ଦୀର୍ଘଦିନ ହେବ ନିର୍ମାଣ ସରିଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ବ୍ୟବହାର କରାନଯିବାରୁ । ତାହା ନଷ୍ଟ ହେବାକୁ ବସିଲାଣି । ତେଣୁ ଏସବୁକୁ କାର୍ଯ୍ୟକ୍ଷମ କରିବା ଲାଗି ଜନସାଧାରଣମାନେ ପ୍ରଶାସନଙ୍କ ନିକଟରେ ଦୃଢ ଦାବି କରିଛନ୍ତି । ଏସଂକ୍ରାନ୍ତରେ ନାଉଗାଁ ବି.ଡି.ଓ ରାଜୀବ ଲୋଚନ ସିଂଙ୍କୁ ପଚାରିଲେ କୁହନ୍ତି ପୋଲଗୁଡିକ କେଉଁ ପାଣ୍ଠିରୁ ନିର୍ମାଣ କରାଯାଇଛି । ଏବଂ କାହିଁକି ନିର୍ମାଣ ସଂପୂର୍ଣ ହୋଇପାରିନାହିଁ ପ୍ରଶ୍ନ କରିବାରୁ ତାହା ଉପରେ ଅନୁଧ୍ୟାନ କରାଯିବ ବୋଲି ସେ କହିଛନ୍ତି ।




Powered by odothemes.com