ଗୌରହରି ଦଳାଇଙ୍କୁ ଭିକାରୀ ବଳ ସମ୍ମାନ

jayadeb-bhaban-thare-bhikaribal-smruti-sansad-pakhyaru-bhikari-bal-sanman-pradan-19

 ଭିକାରୀ ବଳଙ୍କ ୬ଷ୍ଠ ଶ୍ରାଦ୍ଧବାର୍ଷିକୀ
ଭୁବନେଶ୍ୱର,(ବୁ୍ୟରୋ): ଭିକାରୀ ବଳ ସ୍ମୃତି ସଂସଦ ତରଫରୁ ଭଜନସମ୍ରାଟ ଭିକାରୀ ବଳଙ୍କର ୬ଷ୍ଠ ଶ୍ରାଦ୍ଧ ବାର୍ଷିକ ଉପଲକ୍ଷେ ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ‘ଜଗା କାଳିଆ’ ଜୟଦେବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଗଜପତି ମହାରାଜ ଦିବ୍ୟସିଂହ ଦେବ, ସମ୍ମାନିତ ଅତିଥି ଗୋବିନ୍ଦ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଭକ୍ତ ଓ ଭଗବାନ ସଂଯୋଗ ପାଇଁ ଭଜନର ଆବଶ୍ୟକତା ଓ ଗୁରୁତ୍ୱ ଉପରେ ଆଲୋକପାତ କରିବା ସହିତ ଓଡିଆ ଜଗତକୁ ଭଜନସମ୍ରାଟ ଭିକାରୀ ବଳଙ୍କର ଅବଦାନ ସଂମ୍ପର୍କରେ ଆଲୋଚନା କରିଥିଲେ । ଏହି ଉସôବରେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଗୀତିକାର ଗୌରହରି ଦଳାଇଙ୍କୁ ଭିକାରୀ ବଳ ସମ୍ମାନ ୨୦୧୬ ରେ ସମ୍ମାନିତ କରାଯାଇଥିଲା । ରାଜ୍ୟସ୍ତରୀୟ ଭିକାରୀ ବଳ ସଙ୍ଗୀତ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ କୃତି ପ୍ରତିଯୋଗୀମାନଙ୍କୁ ମଧ୍ୟ ପୁରସ୍କ୍ୃତ କରାଯାଇଥିଲା । ଭିକାରୀ ବଳ ସ୍ମୃତି ସଂସଦର ସଭାପତି ସଂଗ୍ରାମ କେଶରୀ ପାଇକରାୟ ସଭା ପରିଚାଳନା କରିଥବା ବେଳେ ଚିତ୍ତରଞ୍ଜନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।