ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ

panikioli-korei-_rasta_paien_rastarok

ପାଣିକୋଇଲି (ଆପ୍ର): ପାଣିକୋଇଲହି ଥାନା ଅନ୍ତର୍ଗତ ଧନେଶ୍ୱର-ବଡବିରୁହାଁ ରାସ୍ତା ମରଣଯନ୍ତା ପାଲଟିଛି । ଗ୍ରାମ ଉନ୍ନୟନ ବିଭାଗ ଦ୍ୱାରା ଏହି ରାସ୍ତା ନିର୍ମାଣ ହୋଇଥିଲା । ରାସ୍ତା ମାଟିରେ ମିଶିଲାଣି । ରାସ୍ତାରେ ଯାତାୟାତ ପାଇଁ ନିର୍ଭର କରୁଥିବା ଗ୍ରାମବାସୀଙ୍କ ସମେତ ସ୍କୁଲ, କଲେଜକୁ ଯାଉଥିବା ଛାତ୍ରଛାତ୍ରୀ ଦୁର୍ଘଟଣାର ଶିକାର ହେଉଛନ୍ତି । ବାରମ୍ବାର ପ୍ରଶାସନକୁ ଜଣାଇଲେ ହେଁ କେହି ଶୁଣୁନାହାନ୍ତି । ରାସ୍ତାରେ ଓଭରଲୋଡ଼ ଗାଡ଼ି ଯାତାୟାତ କରୁଛି । ସ୍ଥାନୀୟ ଅଧିବାସୀ ବାରମ୍ବାର ଲିଖିତଭାବେ ଅଭିଯୋଗ କରିଛନ୍ତି । ବିଭାଗୀୟ ଅଧିକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନି । ରାସ୍ତାରୋକ କରିବାକୁ ଲିଖିତ ଭାବେ ଜଣାଇବା ପରେ ମଧ୍ୟ କେହି କର୍ଣ୍ଣପାତ କରିନଥିଲେ । ବସନ୍ତ ମହାନ୍ତିଙ୍କ ନେତୃତ୍ୱରେ ଯୁବକମାନେ ଧନ୍ତୋବର ହାଇସ୍କୁଲ ସମ୍ମୁଖରେ ରାସ୍ତାରୋକ କରିଥିଲେ । ପାଣିକୋଇଲି ଥାନାଧିକାରୀ ଜୟନ୍ତୀ ଦଳାଇ ପହଞ୍ଚି ଗ୍ରାମ୍ୟଉନ୍ନ୍ୟନ ବିଭାର ଏସଡିଓ ସରୋଜ କୁମାର ଦ୍ୱିବେଦୀଙ୍କୁ ଡକାଇ ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ । ଆସନ୍ତା ଜାନୁଆରି ୨ ତାରଖ ସୁଦ୍ଧା ରାସ୍ତାର ମରାମତି ନହେଲେ ପୁଣି ଆନେ୍ଦାଳନ ହେବାକୁ ନିଷ୍ପତ୍ତି ହୋଇଛି । ଆନେ୍ଦାଳନରେ ବିଜେଡି ଜିଲ୍ଲା ଯୁବ ସମ୍ପାଦକ ପ୍ରିତୀ ରଂଜନ ସାହୁ, କଂଗ୍ରେସ ନେତା ନରହରି କୁଅଁର, ସ୍କୃତି ରଂଜନ ପତ୍ରୀ, ଅଭିଶେକ ଚାନ୍ଦ, ଧନେଶ୍ୱର ସାହୁ, ମନୋଜ ଖୁଣ୍ଟିଆ, କିଶୋର ମହାନ୍ତି, ଶ୍ରୀକାନ୍ତ ମଲ୍ଲିକ, ସୁମନ୍ତ ବିଶ୍ୱାଳ, ଅମର ସାହୁ, ରାମ ଚନ୍ଦ୍ର ସାହୁ, ପ୍ରଭାତ କୁମାର ସାହୁ, ଜଗନ୍ନାଥ ପଣ୍ଡା, ଶରଣ ମହାପାତ୍ର, ଧରଣୀଧର ଓଝା ପ୍ରମୁଖ ଆନେ୍ଦାଳନର ନେତୃତ୍ୱ ନେଇଥିଲେ ।