ବାର୍ ଡ୍ୟାନ୍ସକୁ ଅନୁମତି

bar-dance

ଏନ୍ଏଚ୍ ପାଶ୍ୱର୍ ମଦ ଦୋକାନ ରାତି ୮ରେ ବନ୍ଦ ନିଦେ୍ର୍ଦଶ
ଭୁବନେଶ୍ୱର, (ବୁ୍ୟରୋ): ହାଇକୋର୍ଟଙ୍କ ରାୟ ପରେ ବାର୍ ଡ୍ୟାନ୍ସକୁ ସୋମବାର ସରକାର ଅନୁମତି ଦେଇଛନ୍ତି । ଏଥିପାଇ ଗାଇଡ ଲାଇନ୍ ମଧ୍ୟ ଜାରି କରିବା ସହ ଜାତୀୟ ରାଜପଥ (ଏନ୍ଏଚ୍) ପାଶ୍ୱର୍ରେ ଥିବା ମଦ ଦୋକାନଗୁଡିକ ରାତି ୮ଟା ମଧ୍ୟରେ ମନ୍ଦ କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ମହିଳାମାନେ ନାଚିବା ସମୟରେ ଯେପରି ସେମାନଙ୍କ ସମ୍ମାନ କ୍ଷୁର୍ଣ୍ଣ ନହେବ, ସେଥିପାଇ ସରକାର କଡା ନିୟମ ଲାଗୁ କରିଛନ୍ତି । ସମ୍ମାନ ହାନୀ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାର ନିସ୍ଫତ୍ତି ନେଇଛନ୍ତି । ଅବକାରୀ ବିଭାଗ ଜାରି କରିଥିବା ଏହି ଗାଇଡ ଲାଇନ୍ ଅନୁଯାୟୀ, ବାର୍, ରେଷ୍ଟୁରାଣ୍ଟ ଓ ହୋଟେଲ ଯେଉଁଠି ବାର୍ ଗାର୍ଲ ନାଚିବେ ସେଠାରେ ସିସିଟିଭି ଲାଗିବ, ନିଜ ଇଚ୍ଛାରେ ନାଚୁଛନ୍ତି ବୋଲି ବାର୍ ଗାର୍ଲମାନେ ଲିଖିତ ଭାବେ ଦେବେ, ଏଥିସହ ସେମାନଙ୍କ ପରିଚୟପତ୍ର ଓ ସମ୍ପୂର୍ଣ୍ଣ ବିବରଣୀ ଦର୍ଶାଇବେ । ଏସବୁ ତଥ୍ୟ ଥିବା ଦେଖିବା ପରେ ଅବକାରୀ ବିଭାଗ ବାର୍ ଡ୍ୟାନ୍ସକୁ ଅନୁମତି ପ୍ରଦାନ କରିବ । ପରେ ଏହି ନିୟମକୁ କିଏ ମାନୁଛି କି ନାହିଁ କମିଶନରେଟ୍ ପୁଲିସ୍ ଓ ଅବକାରୀ ବିଭାଗ ଯାଞ୍ଚ କରିବେ । ଖିଲାପକାରୀ ଧରାପଡିଲେ ଆଇନ୍ ଅନୁଯାୟୀ ଦଣ୍ଡ ମିଳିବ ବୋଲି ଅବକାରୀ ବିଭାଗ ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ବାର୍ ଡ୍ୟାନ୍ସକୁ ବିରୋଧ କରିବା ପରେ କେତେକ ବାର୍ ଗାର୍ଲ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେମାନଙ୍କ ରୋଜଗାରକୁ ପ୍ରତିରୋଧ କରାଯାଉଥିବା ଆବେଦନରେ ବାର୍ ଗାର୍ଲମାନେ ଦର୍ଶାଇଥିଲେ । ଏହି ଆବେଦନକୁ ବିଚାର କରି ବାର୍ ଡ୍ୟାନ୍ସକୁ ଅନୁମତି ଦେବା ସହ ସମ୍ପୃକ୍ତ ମହିଳାଙ୍କୁ ସୁରକ୍ଷା ଦେବାକୁ କୋର୍ଟ ନିଦେ୍ର୍ଦଶ ଦେଇଥିଲେ । କୋର୍ଟଭ୍କ ନିଦେ୍ର୍ଦଶକୁ ଆଧାରକରି ବାର୍ ଡ୍ୟାନ୍ସକୁ ଅନୁମତି ଦେବା ସହ ଗାଇଡ ଲାଇନ୍ ଜାରି କରାଯାଇଥିବା ଅବକାରୀ ମନ୍ତ୍ରୀ ଦାମୋଦର ରାଉତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।