n-cefalities

ସୁଧୁରୁନି ଜାପାନୀ ଜ୍ୱର

37

ମୃତୁ୍ୟ ସଂଖ୍ୟା ୭୨କୁ ବୃଦ୍ଧି, କୋରାପୁଟରେ ସଂକ୍ରମଣ ଭୟ
ମାଲକାନଗିରି/କୋରାପୁଟ/ଜୟପୁର,୨୮ା୧୦(ଆପ୍ର): ମାଲକାନଗିରି ଜିଲ୍ଲାରେ ଜାପାନୀ ଏନ୍ସେଫାଲାଇଟିସ୍ ସଂକ୍ରମଣ ଥମିବାର ନାଁ ଧରୁ ନାହିଁ । ସ୍ୱାସ୍ଥ୍ୟବିଭାଗ ଓ ଜିଲ୍ଲା ପ୍ରଶାସନର ସମସ୍ତ ଚେଷ୍ଟା ସତ୍ତ୍ୱେ ଆଜି ଦୁଇଜଣ ଶିଶୁଙ୍କର ମୃତୁ୍ୟ ଘଟିବା ପରେ ମୃତୁ୍ୟ ସଂଖ୍ୟା ୭୨ରେ ପହଞ୍ଚିଛି । ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ସାରିଆମ୍ ରାମ(୫) ଏବଂ ଚନ୍ଦନ କବାସି(୫)ଙ୍କର ମୃତୁ୍ୟ ହୋଇଥିବା ବେଳେ କୋରାପୁଟ ଚିକିତ୍ସାଳୟରେ ଆଜି ୩ବର୍ଷ ଶିଶୁ ଆକାଶ ଖେମୁଣ୍ଡୁଙ୍କର ମୃତୁ୍ୟ ହୋଇଛି । ମାଲକାନଗିରି ପରେ କୋରାପୁଟ ଜିଲ୍ଲାରେ ଜାପାନୀ ଜ୍ୱର ଭୟ ଦେଖାଦେଇଛି । ଲୋକଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଭୟରୁ କିଛି ଡାକ୍ତର, ଔଷଧ ବିକ୍ରେତା ଫାଇଦା ନେବାକୁ ଚେଷ୍ଟା କରୁଛନ୍ତି । ବ୍ରହ୍ମପୁର, ଭୁବନେଶ୍ୱରରୁ ଜେଇ ରୋଗର ଭ୍ୟାକ୍ସିନ୍ ମଗାଇ ଜୟପୁରରେ ଚଢା ଦାମରେ ବିକୁଥିବା ଜଣାପଡିଛି । ଗୋଟିଏ .୫ ମିଲି ଇଞ୍ଜେକସନ ଦେବାକୁ ନେଉଛନ୍ତି ୯ ଶହ ଟଙ୍କା । ଯଦିଓ ଏହି .୫ ମିଲି ଇଞ୍ଜେକସନର ଏମ୍ଆର୍ପି ୫୪୦ ଟଙ୍କା ରହିଛି, କିନ୍ତୁ ସଂପୃକ୍ତ ଡାକ୍ତର ୯ ଶହ ଟଙ୍କାରେ ବିକୁଛନ୍ତି ବୋଲି ଇଞ୍ଜେକସନ ନେଇ ଫେରିଥିବା କିଛି ଅଭିଭାବକ କହିଛନ୍ତି । ଅନ୍ୟପକ୍ଷରେ ଗରିବ ଲୋକେ ଅର୍ଥାଭାବରୁ ଏହି ପ୍ରତିଷେଧକ ଟୀକା ନେଇ ପାରୁନଥିବା ଜଣାପଡିଛି ।

ସେଆର କରନ୍ତୁ:



Powered by odothemes.com