ବିଶ୍ୱ ଐତିହ୍ୟ ତାଲିକାରେ ଭିତରକନିକା!

40

ରାଜନଗର (ଆପ୍ର): ପ୍ରକୃତିର ଗନ୍ତାଘର ଭିତରକନିକା ଜାତୀୟ ଉଦ୍ୟାନ ଆଉ ଦିନ କେଇଟା ପରେ ବିଶ୍ୱର ଐତିହ୍ୟ ତାଲିକାରେ ସ୍ଥାନ ପାଇବାକୁ ଯାଉଛି । ଏଥିପାଇଁ ଚୁଡାନ୍ତ ପକ୍ରିୟାକୁ ଶେଷ ସ୍ପର୍ଶ ଦେବା ପାଇଁ ନଭେମ୍ବର ୪ ତାରିଖ ରୁ ୮ ତାରିଖ ଯାଏଁ ୟୁନେସ୍କୋ ପକ୍ଷରୁ ଏକ ପ୍ରତିନିଧି ଦଳ ଭିତରକନିକା ଗସ୍ତରେ ଆସୁଛନ୍ତି । ଏମାନଙ୍କ ସହିତ ଭାରତର ଡେରାଡୁନ୍ ଠାରେ ଥିବା ଭାରତୀୟ ବନ୍ୟପ୍ରାଣୀ ପ୍ରତିଷ୍ଠାନର ପ୍ରତିନିଧି ମାନେ ମଧ୍ୟ ସାମିଲ ହେବେ । ୟୁନେସ୍କୋର ଏହି ପ୍ରତିନିଧି ଦଳ ଭିିତରକନିକା ସୀମା ସରହଦରେ ବସବାସ କରୁଥିବା ସାଧାରଣ ଲୋକଙ୍କ ସମେତ ବିଭିନ୍ନ ବର୍ଗର ଲୋକଙ୍କ ସହ ଏହି ତାଲିକା ସମ୍ବନ୍ଧରେ ଟିକିନିକି ଆଲୋଚନା କରିବେ । ବିଶ୍ୱ ଐତିହ୍ୟସ୍ଥଳୀରେ ଭିତରକନିକା ସ୍ଥାନ ପାଇଲେ ସଂପୃକ୍ତ ଅଂଚଳର ସାମାଜିକ, ଅର୍ଥନୈତିକ ବିକାଶରେ କିଭଳି ସହାୟକ ହୋଇପାରିବ ଏ ସମ୍ବନ୍ଧରେ ମଧ୍ୟ ଏହି ପ୍ରତିନିଧି ଦଳ ସୂଚନା ପ୍ରଦାନ କରିବେ । ଏହାଛଡା ଏହି ପ୍ରତିନିଧି ଦଳ ଭିତରକନିକାର ଜୀବ ଜନ୍ତୁଙ୍କ ଜୀବନଶୈଳୀ, ବିଦେଶାଗତ ପକ୍ଷୀ ମାନଙ୍କର ଗିତବିଧି, ସେମାନଙ୍କର ନିରାପଦସ୍ଥାନ ଅନୁଧ୍ୟାନ କରିବେ ଏହାଛଡା କଇଁଛ ତୀର୍ଥ ସ୍ଥଳୀ ଗହୀରମଥାର ବାବୁବାଲି ଦ୍ୱୀପ, ହୁକିଟୋଲା ଦ୍ୱୀପ, ବଉଳାକୁମ୍ଭୀର, ଲାଇଟ୍ ହାଉସ୍, ପ୍ରଭୃତି ସ୍ଥାନ ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ରାଜନଗର ବନବିଭାଗ ସୂତ୍ରରୁ ପ୍ରକାଶ ।

ସେଆର କରନ୍ତୁ:



Powered by odothemes.com