tihidi-tahasil-samukhare-dharana-1

ରାସ୍ତା ପାଶ୍ୱର୍ରେ ବେଆଇନ ଦୋକାନ ଉଚ୍ଛେଦ ଦାବିରେ ତହସିଲ ସମ୍ମୁଖରେ ଧାରଣା

37

ତିହିଡ଼ି (ଆପ୍ର): ଭଦ୍ରକ ଜିଲ୍ଲା ତିହିଡ଼ିି ତହସିଲ ଅନ୍ତର୍ଗତ କୁବେରା ପଞ୍ଚାୟତ କାଳିପଡ଼ିଆ ନିକଟସ୍ଥ ରାସ୍ତାରେ ପଞ୍ଚାୟତ ପକ୍ଷରୁ ଏକ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଉପରେ ତହସିଲ ପକ୍ଷରୁ ରହିତାଦେଶ ଜାରି ହୋଇଥିଲା । ମାତ୍ର ରବିବାର ଦିନ ଉକ୍ତ ମାର୍କେଟ କମ୍ପ୍ଲେକ୍ସର ଛାତ ପକାଯାଇଥିବା ଗ୍ରାମବାସୀ ତହସିଲଦାରଙ୍କୁ ଅଭିଯୋଗ କରିଥିଲେ । ଉକ୍ତ କମ୍ପ୍ଲେକ୍ସକୁ ଉଚ୍ଛେଦ ଦାବିରେ ସାଇଶରଣ ବେହେରା, ବିଶ୍ୱକଲ୍ୟାଣ ବାରିଲ, ସୋମନାଥ ବହଳୀ, ରବିନାରାୟଣ ଦାସ, ପରମାନନ୍ଦ ସେଠୀ, ବାସୁ ସେଠୀ, ସଞ୍ଜୟ ନାୟକ, ଶ୍ରୀଧର ନାଥ ପ୍ରମୁଖ ମଙ୍ଗଳବାର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ତହସିଲଦାର ଅକିତ କୁମାର ପ୍ରଧାନ କ୍ଷେତ୍ରୀୟ ତଦନ୍ତ କରିବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ଏତତ୍ ବ୍ୟତିତ ବ୍ଲକ ପ୍ରଶାସନ ପକ୍ଷରୁ ମଞ୍ଜୁର କରାଯାଇଥିବା ଅର୍ଥ ବନ୍ଦ କରିବାକୁ ମଧ୍ୟ ଚିଠି କରିଥିବା କହିଥିଲେ । ପ୍ରକାଶ ଥାଉକି, ବିଲଣା ରାଜସ୍ୱ ସର୍କଲ କୁବେରା ମୌଜା ଖାତା ନଂ. ୧୪୦୯, ପ୍ଲଟ ନଂ. ୨୩୯୩, କିସମ ସର୍ବସାଧାରଣ ରାସ୍ତାର ପ୍ରାୟ ୫ ଡିସିମିଲ୍ ଜମିରେ ପଞ୍ଚାୟତ ମାକେର୍ଟ କମ୍ପ୍ଲେକ୍ସ ନିର୍ମାଣ କରୁଛି ବୋଲି ପୂର୍ବରୁ ଅଭିଯୋଗ ହୋଇଥିଲା । ତହସିଲଦାର ତଦନ୍ତ କରି କୁବେର ସରପଞ୍ଚଙ୍କ ବିରୋଧରେ ଅବରୋଧ ମାମଲା ୨୩୦/୧୬-୧୭ ରୁଜୁ କରିବା ସହ ତା ୨୨.୯.୧୬ରିଖରେ ତହସିଲରେ ହାଜର ହେବାକୁ ନିଦେ୍ର୍ଦଶ ଦେଇଥିଲେ । ଏନେଇ ଜି-ଫର୍ମ ମଧ୍ୟ ଇସୁ୍ୟ ହୋଇଥିଲା । କିନ୍ତୁ ପଞ୍ଚାୟତ କତର୍୍ୃପକ୍ଷ ହାଜର ହୋଇନଥିଲେ ।

ସେଆର କରନ୍ତୁ:



Powered by odothemes.com