utkala-sahitya-samaja-pakhyaru-manoj-das-nku-barenya-sadasya-pada-pradana-10

ଉକ୍ରଳ ସାହିତ୍ୟର ବରେଣ୍ୟ ସଦସ୍ୟ ପଦ ପାଇଲେ ମନୋଜ ଦାସ

40

କଟକ,୨୪ା୧୦(ବୁ୍ୟରୋ): ଉକ୍ରଳ ସାହିତ୍ୟ ସମାଜ ଅନୁଷ୍ଠାନର ପକ୍ଷରୁ ସାରସ୍ୱତ ସାଧକ ମନୋଜ ଦାସଙ୍କୁ ମର୍ଯ୍ୟାଦା ସମ୍ପନ୍ନ ବରେଣ୍ୟ ସଦସ୍ୟ ପଦ ଆଜି ପ୍ରଦାନ କରାଯାଇଛି । ଆୟୋଜିତ ଏକ ସାରସ୍ୱତ ଉତ୍ସବରେ ଶ୍ରୀ ଦାସଙ୍କୁ ଏହି ପଦ ପ୍ରଦାନ କରାଯାଇଥିଲା । ଉକ୍ରଳ ସାହିତ୍ୟ ସମାଜ ସଭାପତି ଡ. ବିଜୟା ନନ୍ଦ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାରସ୍ୱତ ଉତ୍ସବରେ ଓଡ଼ିଆ ବାଣୀ ମନ୍ଦିରର ଏକନିଷ୍ଠ ପୂଜାରୀ ଓଡ଼ିଆ ଭାଷା ସାହିତ୍ୟକୁ ଜାତୀୟ-ଅନ୍ତର୍ଜାତୀୟ କ୍ଷେତ୍ରରେ ପରିଚୟ ଦେଇଥିବା ଶ୍ରୀ ଦାସଙ୍କ ସହ ଅନ୍ତରଙ୍ଗ ଆଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଅନ୍ତରଙ୍ଗ ଆଳପରେ ଅନେକ ବୁଦ୍ଧିଜୀବୀ, ବରିଷ୍ଠ ସାହିତି୍ୟକ, ଉପନ୍ୟାସିକ ଆଦି ଉପସ୍ଥିତ ରହି ଶ୍ରୀ ଦାସଙ୍କ ସହ ଆଳାପ କରିଥିଲେ । ଏହି ଅବସରରେ ଅଭୟ ଦ୍ୱିବେଦୀଙ୍କର ପୁସ୍ତକ ‘ପୂର୍ଣ୍ଣ୍ୟ ଶୋକା’ ଓ ‘ଛାଇ ସମୟ’ ଏବଂ ଡ. ବୀଣାପାଣି ସିଂହଙ୍କ କ୍ଷୁଦ୍ର ଗଳ୍ପ ‘ଉଜାଣି ବହୁଛି ଯମୁନା’ ଉନ୍ମୋଚନ କରାଯାଇଥିଲା । ସେହିପରି ଉକ୍ରଳ ସାହିତ୍ୟ ସମାଜର ବାର୍ତ୍ତାପତ୍ର ‘ସାହିତ୍ୟ ସନେ୍ଦଶ’ ଉନ୍ମୋଚନ କରାଯାଇଥିଲା । ତେବେ ୨୦୧୭ ମସିହା ଫେବ୍ରୁଆରୀ ୧୭ ତାରିଖର ଶ୍ରୀ ଦାସଙ୍କ ଜନ୍ମ ଦିବସ ଅବସରେ ତାଙ୍କର ମନୋଗ୍ରାମ ଉନ୍ମୋଚିତ କରାଯିବ ବୋଲି ଉକ୍ରଳ ସାହିତ୍ୟ ସମାଜ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁନାମଧନ୍ୟ ସାହିତି୍ୟକ ଡ. ମାଳବିକା ରାୟ ପରିଚାଳନା କରିଥିଲେ । ସଙ୍ଗଠକ ସମ୍ପାଦକ ଜୀବନାନନ୍ଦ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।




Powered by odothemes.com