panikoili_ragadi_rb_road_1

ଦବିଲା ପାଣିକୋଇଲି-ରଗଡ଼ି ରାସ୍ତା କଲଭର୍ଟ, ମରାମତି କେବେ?

39

ପାଣିକୋଇଲି (ଆପ୍ର): ପାଣିକୋଇଲି-ରଗଡ଼ି ପୂର୍ତ୍ତ ବିଭାଗ ରାସ୍ତା ଏବେ ପାଲଟିଛି ମରଣ ଯନ୍ତା ଏବଂ ଏହି ରାସ୍ତାରେ ନୂତନ ଭାବେ ନିର୍ମିତ ୬ଟି କଲର୍ଭଟ ଦବିଯାଇଛି । ଫଳରେ ଦୁର୍ଘଟଣା ଘଟୁଛି । ବିଶେଷ କରି ତୁଳତୀ ଓ ତାଳଗଡ଼ିଆ ଗ୍ରାମ ନିକଟରେ କଳର୍ଭଟଗୁଡ଼ିକ ୩/୪ଫୁଟ ଦବି ଯାଇଥିବାବେଳେ ଯାନବାହନ ଯାତାୟତ ବେଳେ ସମସ୍ୟା ସୃଷ୍ଟି ହେଉଛି । ସାମାନ୍ୟ ଅସାବଧାନ ହେଲେ ବାଇକ ଆରୋହୀଙ୍କ ଜୀବନ ପ୍ରତି ବିପଦକୁ ଏହାଇ ଦିଆଯାଇ ନପାରେ । ଅଳ୍ପଦିନ ତଳେ ଏହି ରାସ୍ତା ଓ କଲଭର୍ଟଗୁଡ଼ିକ ନିର୍ମାଣ କରାଯାଇଥିଲା । କିନ୍ତୁ କର୍ଲଭଟଗୁଡ଼ିକ ଠିକାଦାର ଠିକ ଭାବେ ନିର୍ମାଣ କରିନଥିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି । କାମ ବେଳେ ଯନ୍ତ୍ରୀ କ’ଣ କରୁଥିଲେ ବୋଲି ସାଧାରଣରେ ପ୍ରଶ୍ନ ହେଉଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବା ସହ ରାସ୍ତା ମରାମତି ଯୁଦ୍ଧକାଳୀନ ଭିତିରେ କରିବାକୁ ସାଧାରଣରେ ଦାବି ହୋଇଛି ।

ସେଆର କରନ୍ତୁ:



Powered by odothemes.com