bari-laka-geraua

ସ୍ୱାଧୀନ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ

31

ଆଗକୁ ପଞ୍ଚାୟତ ନିର୍ବାଚନ
ବରୀ (ଆପ୍ର): ଆଗକୁ ପଞ୍ଚାୟତ ନିର୍ବାଚନ । ତେଣୁ ନିଜର ଶକ୍ତି ପ୍ରଦର୍ଶନ ପାଇଁ ବିଭିନ୍ନ ରାଜନୈତିକ ଦଳର ନେତା ଅଙ୍କ କଷୁଥିବାବେଳେ ବରୀର ସ୍ୱାଧୀନ ପ୍ରାର୍ଥୀ ବିଶ୍ୱରଞ୍ଜନ ମଲ୍ଲିକ ତାଙ୍କ ସମର୍ଥକଙ୍କ ସହ କାନ୍ଥିଆଠାରୁ ଏକ ରାଲିରେ ବାହାରି ବରୀ ବ୍ଲକ୍ ଘେରାଉ କରିଥିଲେ । ପରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ବ୍ଲକ ବିଡିଓ ପ୍ରଣୟ କୁମାର ଜେନା, ଏବିଡିଓ ମହେଶ୍ୱର ସେଠୀଙ୍କ ସହ ଆଲୋଚନା କରିଥିଲେ । ବାର୍ଦ୍ଧକ୍ୟ ଭତ୍ତା, ଜିଜିୱାଇ ଯୋଜାନ, ବୁଥ ବଦଳି, ରାସନକାର୍ଡ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ଆଲୋଚନାକୁ ବିରକ୍ତି ପ୍ରକାଶ କରି କିଛି ଲୋକ ହୋ-ହଲ୍ଲା କରିଥିଲେ । ପରେ କିଛି ସମୟ ପାଇଁ ଉତ୍ତେଜାନ ପ୍ରକାଶ ପାଇଥିଲା । ପରେ ଏହି ସମସ୍ୟା ଆଗାମୀ ଦିନରେ ସମାଧାନ କରିବାକୁ ବିଡିଓ ପ୍ରତିଶ୍ରୁତି ଦେବା ପରେ ଆନେ୍ଦାଳନ ବନ୍ଦ ହୋଇଥିଲା । ତୁରନ୍ତ ସମସ୍ୟାର ସମାଧାନ ଦାବିରେ ଆନେ୍ଦାଳନକାରୀ ଦୀର୍ଘ ସମୟ ଧରି ବିଡିଓଙ୍କ କାର୍ଯ୍ୟାଳୟ ପରିସରରେ ବସି ରହିଥିଲେ । ସମସ୍ତ ସମସ୍ୟାକୁ ବିଡିଓ ଲିଖିତ ଭାବେ ଉପଜିଲ୍ଲାପାଳଙ୍କୁ ଜଣାଇ ତଦନ୍ତ କରାଯିବ ବୋଲି ପ୍ରକାଶ କରିବା ପରେ କର୍ମୀମାନେ ଆନେ୍ଦାଳନକରୁ ଓହରି ଥିଲେ । ଏଥିରେ ବିଶ୍ୱରଞ୍ଜନ ମଲ୍ଲିକ, ଦିଲ୍ଲୀପ ମହାନ୍ତି, ଦେବେନ୍ଦ୍ର ଦାସ, ଅଭିରାମ ଧଳ, ଭରତ ସେଠୀ, ଭକ୍ତବନ୍ଧୁ ନାୟକ, ରମେଶ ଭଞ୍ଜ, ମୁରଲିଧର ସାହୁ, ପ୍ରସନ୍ନ କୁମାର ମଲ୍ଲିକଙ୍କ ସମେତ ବିଭିନ୍ନ ପଞ୍ଚାୟତରୁ ସମର୍ଥନ କର୍ମୀ ସାମିଲ ହୋଇଥିଲେ ।




Powered by odothemes.com