smt

ବାର୍ଷିକ ମୃତ୍ତିକା ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍ଘାଟିତ

10

ଭୁବନେଶ୍ୱର, (ବୁ୍ୟରୋ): ଆଗାମୀ ଦୀପାବଳୀ ଉତ୍ସବ ଉପଲକ୍ଷେ ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମଧ୍ୟ ବାର୍ଷିକ ମୃତ୍ତିକା ହସ୍ତଶିଳ୍ପ (ଟେରାକୋଟା) ପ୍ରଦର୍ଶନୀ ଗୁରୁବାର ସ୍ଥାନୀୟ ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ବୟନ, ହସ୍ତତନ୍ତ ଓ ହସ୍ତଶିଳ୍ପ ସଚିବ ଚିତ୍ରା ଅରୁମୁଗମ୍ଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି । ଏହି ପ୍ରଦର୍ଶନୀ ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ କେନ୍ଦୁଝର, ସୋନପୁର, ବଲାଙ୍ଗୀର, ଜଗତସିଂହପୁର, ଭଦ୍ରକ, ସମ୍ବଲପୁର, ବରଗଡ଼, ଖୋର୍ଦ୍ଧା ଓ ନୟାଗଡ଼ ସମେତ ୧୮ଟି ଜିଲ୍ଲାର ଟେରାକୋଟା କାରିଗରମାନେ ଅଂଶଗ୍ରହଣ କରିଛନ୍ତି । ପ୍ରଦର୍ଶନୀରେ ୭୦ଟି ଷ୍ଟଲ୍ ଖୋଲିଛି ଏବଂ ୧୫୮ଜଣ କାରିଗର ନିଜ ଉତ୍ପାଦିତ ସାମଗ୍ରୀ ପ୍ରଦର୍ଶିତ କରିଛନ୍ତି । ଗତବର୍ଷ ପ୍ରାୟ ୬୮ଲକ୍ଷଟଙ୍କା ବ୍ୟବସାୟ ହୋଇଥିଲାବେଳେ ଚଳିତବର୍ଷ ୮୦ଲକ୍ଷଟଙ୍କା ବ୍ୟବସାୟ ଲକ୍ଷ୍ୟ ରଖାଯାଇଛି । ଏଥର ପ୍ରଦର୍ଶନୀରେ ବିଭିନ୍ନ ଡ଼ିଜାଇନ୍ର ଦୀପ, ଫୁଲକୁଣ୍ଡ, ଫୁଲଦାନୀ, ଗୃହସଜ୍ଜା, ଓ ଘରକରଣା ସାମଗ୍ରୀ ଉପଲବ୍ଧ ହେଉଛି । ହସ୍ତ ଓ କୁଟୀର ଶିଳ୍ପ ନିଦେ୍ର୍ଦଶାଳୟ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନୀର ଉଦ୍ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ହସ୍ତଶିଳ୍ପ ନିଦେ୍ର୍ଦଶିକା ସଂଘମିତ୍ରା କାନୁନ୍ଗୋ, ବୟନିକାର ପରିଚାଳନା ନିଦେ୍ର୍ଦଶକ ବିଷ୍ଣୁପ୍ରସାଦ ମିଶ୍ର, ବିଭାଗୀୟ ଯୁଗ୍ମ ସଚିବ ରାଜା ପରିଜା, ହସ୍ତଶିଳ୍ପ ବିଭାଗର ଅତିରିକ୍ତ ନିଦେ୍ର୍ଦଶକ ବିକେ ପଣ୍ଡା ଓ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ପ୍ରତ୍ୟେହ ଦିନ ୨ଟାରୁ ରାତି ୯ଟା ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଖୋଲାରହିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।




Powered by odothemes.com