panchayat-nirbachani-samparkare-election-commissioner-nkn-press-meet-1

ନଭେମ୍ବର ୨୫ରେ ଚୂଡ଼ାନ୍ତ ଭୋଟର ତାଲିକା

39

ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି
ଭୁବନେଶ୍ୱର, ୧୮ା୧୦(ବୁ୍ୟରୋ): ରାଜ୍ୟରେ ପଞ୍ଚାୟତିରାଜ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ନିର୍ବାଚନ କମିଶନ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଭୋଟର ତାଲିକା ସଂଶୋଧନ କରାଯାଇ ନଭେମ୍ବର ୨୫ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ରବି ନାରାୟଣ ସେନାପତି କହିଛନ୍ତି ।  ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଓଡ଼ିଶା ସରକାରଙ୍କ ଦ୍ୱାରା ଗ୍ରାମ ପଞ୍ଚାୟତ ପୁର୍ନଗଠନ ପ୍ରକ୍ରିୟା ଶେଷ ହେଲା ପରେ ୱାର୍ଡ ସୀମା ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ବାବଦରେ ପ୍ରକ୍ରିୟା ଆରମ୍ଭ କରାଯାଇଛି । ପଞ୍ଚାୟତ ପୁର୍ନଗଠନ ଯୋଗୁ ୱାର୍ଡ ସଂଖ୍ୟା ଏବଂ ଆସନ ସଂକ୍ଷରଣ ସ୍ଥିତି ସମ୍ପର୍କରେ ସମଗ୍ର ରାଜ୍ୟର ୨୭ଟି ଜିଲ୍ଲାର ତଥ୍ୟ କମିଶନଙ୍କ ପାଖରେ ଉପଲବ୍ଧ ରହିଛି । ଏଥିରୁ ୩ଟି ଜିଲ୍ଲାକୁ ବାଦ ଦିଆଯାଇଛି । ପଞ୍ଚାୟତ ପୁର୍ନଗଠନ ବିଷୟରେ ବାଲେଶ୍ୱର, କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲ୍ାର ଉଚ୍ଚ ନ୍ୟାୟଳୟରେ ମାମଲା ଥିବା ଯୋଗୁ ତଥ୍ୟ କମିଶନରଙ୍କ ନିକଟକୁ ସମ୍ପୃକ୍ତ ଜିଲ୍ଲାରୁ ଆସିନାହିଁ । ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ରାଜ୍ୟ ନିର୍ବାଚନ କମିଶନ ୨୭ଟି ଜିଲ୍ଲାର ୬୦୦୪ ଗ୍ରାମ ପଞ୍ଚାୟତର ୮୧,୭୬୧ ୱାର୍ଡ ପାଇଁ ଭୋଟର ତାଲିକା କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରାଯାଇଛି । ଏହି କାର୍ଯ୍ୟସୂଚୀ ଅନୁଯାୟୀ ଆସନ୍ତା ନଭେମ୍ବର ୪ତାରିଖରେ ପ୍ରାଥମିକ ଭୋଟର ତାଲିକା ଗ୍ରାମ ପଞ୍ଚାୟତ ସଦର ମହକୁମାରେ ପ୍ରକାଶ କରାଯିବ । ନଭେମ୍ବର ୧ତାରିଖରେ ନୂତନ ଯୋଗ୍ୟ ଭୋଟରଙ୍କ ନାମ ପଞ୍ଜିକରଣ ନିମନ୍ତେ ସମୟ ନିର୍ଦ୍ଧାରଣ କରାଯାଇଛି । ସେହିପରି ଜନସାଧାରଣଙ୍କଠାରୁ ଦାବି ଓ ଆପତ୍ତି ନଭେମ୍ବର ୧୧ତାରିଖ ସୁଦ୍ଧା ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସର(ଇଆରଓ)ଙ୍କ ପାଖରେ ଦାଖଲ କରାଯିବ । ନଭେମ୍ବର ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ଇଆରଓଙ୍କ ଦ୍ୱାରା ତଦନ୍ତ କରାଯିବ । ଯଦି ଏହି ତଦନ୍ତ ନିଷ୍ପତ୍ତିରେ ଭୋଟର ଅସନ୍ତୁଷ୍ଟ ପ୍ରକାଶ କରନ୍ତି ତେବେ ସେମାନେ ବିଡିଓଙ୍କୁ ନଭେମ୍ବର ୧୮ରୁ ୧୯ତାରିଖ ପର୍ଯ୍ୟନ୍ତ ଦରଖାସ୍ତ କରିପାରିବେ । ନାମ ପଞ୍ଜିକରଣ ଓ ସଂଶୋଧନ କରାଇବା ପାଇଁ ଫର୍ମ ୧୬ ଏବଂ ତାଲିକାଭୁକ୍ତ ନାମ ସମ୍ବନ୍ଧରେ ଆପତ୍ତି ପାଇଁ ଫର୍ମ ନଂ ୧୭ ବ୍ୟବହାର କରାଯିବ । ଯାହା ଇଲେକ୍ଟୋରାଲ ରେଜିଷ୍ଟ୍ରେସନ ଅଫିସରଙ୍କଠାରୁ ଗ୍ରାମ ପଞ୍ଚାୟତର ସଦର ମହକୁମାରେ ବିନା ମୂଲ୍ୟରେ ମିଳିପାରିବ । ନଭେମ୍ବର ୨୫ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ମୁଦ୍ରଣ ପରେ ଚୂଡ଼ାନ୍ତ ଭୋଟର ତାଲିକା ଡିସେମ୍ବର ୯ତାରିଖ ସୁଦ୍ଧା ନିର୍ବାଚନ କମିଶନଙ୍କ ନିକଟରେ ଦାଖଲ କରାଯିବ । ଗତ ନିର୍ବାଚନ ଫେବୃଆରି ମାସରେ ୫ଟି ପର୍ଯ୍ୟାୟରେ ହୋଇଥିଲା । ତେବେ ଆଗାମୀ ପଞ୍ଚାୟତ ନିର୍ବାଚନ ଫେବୃଆରି ମାସରେ ହେବ ବୋଲି ଆଶାବ୍ୟକ୍ତ କରିଛନ୍ତି । ଚଳିତ ବର୍ଷ ଭୋଟ ବାକ୍ସ ଜରିଆରେ ଭୋଟର ମତଦାନ କରିବେ ବୋଲି ଶ୍ରୀ ସେନାପତି ସୂଚନା ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com