cm

ଭିଜିଲାନ୍ସର ଦିନିକିଆ କର୍ମଶାଳା

35

ଭୁବନେଶ୍ୱର,(ବୁ୍ୟରୋ): ମଙ୍ଗଳବାର କମିଶନରେଟ୍ ପୁଲିସ୍ ମୁଖ୍ୟ କାର୍ଯ୍ୟାଳୟରେ ଭିଜିଲାନ୍ସର ଦିନିକିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ । ରାଜ୍ୟରେ ଦୁର୍ନୀତିକୁ ରୋକିବାରେ ଭିଜିଲାନ୍ସ କର୍ମଚାରୀମାନେ ଦକ୍ଷତାର ସହ କାର୍ଯ୍ୟ କରିଆସୁଛନ୍ତି । ରାଜ୍ୟ ସରାକାରଙ୍କ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ସଫଳ ହେବାରେ ଭିଜିଲାନ୍ସ ସହାୟକ ହୋଇଛି । ଆଗାମୀ ଦିନରେ ଦୁର୍ନୀତି ରୋକିବାରେ ଭିଜିଲାନ୍ସ ଅଧିକ କ୍ରିୟାଶୀଳ ହେବାକୁ ଉଦ୍ୟମ ଜାରି ରଖିଛି ବୋଲି ମୁଖ୍ୟମନ୍ତ୍ରୀ ଉଦ୍ଘାଟନୀ ଅଭିଭାଷଣରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କର୍ମଶାଳାରେ ଭିଜିଲାନ୍ସ ନିଦେ୍ର୍ଦଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ସମେତ ୧୩୫ ଜଣ ବରିଷ୍ଠ ଅଧିକାରୀ ଓ ଅନ୍ୟ କର୍ମଚାରୀମାନେ ଯୋଗଦେଇଥିଲେ ।

ସେଆର କରନ୍ତୁ:



Powered by odothemes.com