rajanagtasra-dharana

ଅଟୋ ନେଲା ଜୀବନ: ଶବ ରଖି ଗ୍ରାମବାସୀଙ୍କ ରାସ୍ତାରୋକ

30

ରାଜନଗର (ଆପ୍ର): ଅଟୋ ଧକ୍କାରେ ଜଣେ ଆହତ ବ୍ୟକ୍ତିଙ୍କ ଶନିବାର ମୃତୁ୍ୟ ହୋଇଥିବା ବେଳେ ରବିବାର କ୍ଷତି ପୂରଣ ଦାବିରେ ଲୋକେ ରାସ୍ତାରେ ଶବ ରଖି ଦୀର୍ଘ ୨ ଘଣ୍ଟା ଧାରଣାରେ ବସିଥିଲେ । ତେଣୁ ଗମନାଗମନରେ ବ୍ୟାଘାତ ସୃଷ୍ଟି ହୋଇଥିଲା । ଉଲ୍ଲେଖଯୋଗ୍ୟ, ଶୁକ୍ରବାର ରାତିରେ ରାଜନଗର ବଜାରରେ ସୁରେଶ କୁମାର ରାଉତ (୩୭) ଦୁର୍ଗାମଣ୍ଡପ ଛକରେ ଛିଡା ହୋଇଥିଲେ । ସେହି ସମୟରେ ସମ୍ପୃକ୍ତ ଗ୍ରାମର ଅନୁଆ ମଳିକ ନିଜ ଅଟୋ ଆଣି ସୁରେଶଙ୍କୁ ଧକ୍କା ଦେଇଥିଲେ । ସୁରେଶ ଗୁରୁତର ହୋଇଥିଲେ । ପରେ ସୁରେଶକୁ ସେଠାରେ ଉପସ୍ଥିତ ଥିବା ଲୋକେ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ଚିକିସôା ଦାୟିତ୍ୱରେ ଥିବା ଡାକ୍ତର ସୁରେଶର ଅଧିକ ଚିକିସôା ପାଇଁ କଟକ ବଡ଼ ଡାକ୍ତରଖାନା ନେବା ପାଇଁ ପରାମର୍ଶ ଦେଇଥିଲେ । ସୁରେଶ ସେଠାରେ ଚିକିସôିତ ହେଉଥିବା ବେଳେ ଶନିବାର ରାତିରେ ମୃତୁ୍ୟବରଣ କରିଥିଲେ । ଏହି ଖବର ରାଜନଗର ଗ୍ରାମରେ ପହଞ୍ଚିବା ପରେ ବିଭିନ୍ନ ପତିକ୍ରିୟା ପ୍ରକାଶ ପାଇଥିଲା । ରବିବାର ଅପରାହ୍ଣ ୪ଟାରେ ସୁରେଶର ଶବ ହଂସୁଆ ପୋଲ ନିକଟରେ ପହଞ୍ଚିବା ପରେ ରାଜନଗର ଗ୍ରାମର ଶତାଧିକ ଲୋକେ କ୍ଷତି ପୂରଣ ସହ ଦୁର୍ଘଟଣା ଘଟାଇଥିବା ଅଟୋ ଚାଳକକୁ ଗିରଫ କରିବା ପାଇଁ ଦାବିକରି ରାସ୍ତାରେ ଶବ ରଖି ଧାରଣାରେ ବସିଥିଲେ । ଧାରଣାରେ ରାଜନଗର ଗ୍ରାମର ପୁରୁଷମହିଳା, ସ୍ଥାନୀୟ ସରପଞ୍ଚ ରତ୍ନପ୍ରଭା ସାହୁ, ବରିଷ୍ଠ ବିଜେପି ନେତା ଇଂ.ଜ୍ଞାନଦେବ ବେଉରା ସାମିଲ ହୋଇଥିଲେ । ଦୀର୍ଘ ୨ ଘଣ୍ଟା ଧରି ରାସ୍ତା ଅବରୋଧ କରିଥିଲେ । ଗମନା ଗମନରେ ଗୁରୁତର ବ୍ୟାଘାତ ସୃଷ୍ଟି ହୋଇଥିଲା । ଖବରପାଇ ରାଜନଗର ଥାନା ଭାରପ୍ରାପ୍ତ ଇନ୍ସପେକ୍ଟର ଶୀତିକଣ୍ଠ କାନୁନ୍ଗୋ ଧାରଣା ସ୍ଥଳରେ ପହଞ୍ଚି ଥିଲେ । ମୃତ ସୁରେଶଙ୍କ ପରିବାରକୁ ସାହାଯ୍ୟ ସହଯୋଗ ଏବଂ ନ୍ୟାୟ ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା ।

ସେଆର କରନ୍ତୁ:



Powered by odothemes.com