bmc-toilet

ଶୌଚାଳୟ ଭାଙ୍ଗିବାକୁ ଯାଇ ଖାଲି ହାତରେ ଫେରିଲା ବିଏମ୍ସି

30

ଏସ୍କାଭେଟର୍ ଆଗରେ ବସିଲେ ଇନ୍ଦ୍ରଧନୁ ମାକେର୍ଟ ବ୍ୟବସାୟୀ
ଭୁବନେଶ୍ୱର,(ବୁ୍ୟରୋ): ବିଏମ୍ସିର ଘୋଷଣା ଓ ପ୍ରଚାର ଜୋରଦାର । ହେଲେ ଲୋକଙ୍କୁ ମୌଳିକ ସୁବିଧା ଯୋଗାଇବାରେ ଫେଲ୍ । ଯେଉଁଥି ପାଇଁ ସହରବାସୀଙ୍କୁ ବାହାରେ ଲଜ୍ଜିତ ହୋବକୁ ପଡ଼ୁଛି । ନିଜେ ଶୌଚାଳୟ ନିର୍ମାଣ କରୁନି ଦଳବଳ ନେଇ ଭାଙ୍ଗିବାକୁ ଅଣ୍ଟା ଭିଡ଼ିଛି ବିଏମ୍ସି । ଇନ୍ଦ୍ରଧନୁ ମାକେର୍ଟ ବ୍ୟବସାୟୀଙ୍କ ପକ୍ଷରୁ ନିର୍ମାଣ ହୋଇଥିବା ଶୌଚାଳୟ ଓ ପରିଶ୍ରାଗାରକୁ ବିଏମ୍ସି ଭାଙ୍ଗିବାକୁ ଯାଇଥିବାବେଳେ ସେଠାରୁ ଖାଲି ହାତରେ ଫେରିଛି । ଇନ୍ଦ୍ରଧନୁ ମାକେର୍ଟରେ ଶୌଚାଳୟ ନିର୍ମାଣ ପାଇଁ ବ୍ୟବସାୟୀ ସଂଘ ବିଏମ୍ସିକୁ ଦାବି କରିଥିଲା । କିନ୍ତୁ ବିଏମ୍ସି ଲୋକଙ୍କ ପାଇଁ ଶୌଚାଳୟ ନିର୍ମାଣ କରିନଥିଲା । ଇନ୍ଦ୍ରଧନୁ ମାକେର୍ଟ କ୍ଷୁଦ୍ର ବ୍ରବସାୟୀ ସଂଘ ମିଳିତ ସହଯୋଗରେ ୧୨ବର୍ଷ ହେବ ଶୌଚାଳୟ ଓ ପରିଶ୍ରାଗାର ନିର୍ମାଣ କରାଯଇଥିଲା । ତେବେ ଶୁକ୍ରବାର ବିଏମ୍ସି ଟିମ୍ ସେହି ଶୌଚାଳୟକୁ ଉଚ୍ଛେଦ କରିବା ପାଇଁ ଯାଇଥିଲା । ହେଲେ ବ୍ୟବସାୟୀ ସଂଘ ବିରୋଧ କରିବାରୁ ଏନ୍ଫୋର୍ସମେଣ୍ଟ ଟିମ୍କୁ ଫେରିବାକୁ ପଡ଼ିଛି । ସାରା ଦେଶରେ ସ୍ୱଚ୍ଛ ଭାରତ ଅଭିଯାନ ଚାଲିଥିବାବେଳେ ବିଏମ୍ସିର ଏଭଳି କାର୍ଯ୍ୟକୁ ନାପସନ୍ଦ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଆଗାମୀ ଦିନରେ ଯଦି ବିଏମ୍ସି ପୁଣି ଶୌଚାଳୟ ଉଚ୍ଛେଦ କରିବାକୁ ଆସେ ତେବେ କଡ଼ା ବିରୋଧ କରିବା ସହ ରାଜ ରାସ୍ତାକୁ ଅବରୋଧ ହେବ ବୋଲି ସଂଗର ସଭାପତି ଅଞ୍ଜନ ନାଥ କହିଛନ୍ତି ।

ସେଆର କରନ୍ତୁ:



Powered by odothemes.com