dasarahapauara-anagaiakanada

୨ ବଖରା ପାଉଁଶ, ୩ ଗୋରୁ ଜଳିଗଲେ

26

ରାସ୍ତା ଅବସ୍ଥା ଶୋଚନୀୟ, ପହଞ୍ଚି ପାରିଲାନି ଦମକଳ
ଦଶରଥପୁର (ଆପ୍ର): ଦଶରଥପୁର ବ୍ଲକ୍ କନିକାପଡ଼ା ପଞ୍ଚାୟତ ମଧୁପୁର ଦାଶ ସାହିରେ ଅଗ୍ନିକାଣ୍ଡ ଘଟି ୨ ବଖରା ପାଉଁଶ ହେବାସହ ୩ ଗୋରୁ ଜୀବନ୍ତ ଦଗ୍ଧ ହୋଇଛି । ହେଲେ ବିଡ଼ମ୍ବନାର ବିଷୟ ରାସ୍ତା ଶୋଚନୀୟ ଯୋଗୁଁ ଘଟଣାସ୍ଥଳକୁ ଦମକଳ ପହଞ୍ଚି ପାରିଲା ନାହିଁ । ତମକଳ ସଠିକ୍ ସମୟରେ ଘଟଣାସ୍ଥଳକୁ ଅସୁଥିବା ବେଳେ କାଦୁଅ ପଚପଚ ରାସ୍ତାରେ ଭଶି ଯାଇଥିଲା । ତେଣୁ ଚାହୁଁ ଚାହୁଁ ଗ୍ରାମର କୈଳାସ ଚନ୍ଦ୍ର ଦାଶଙ୍କ ଦୁଇ ବଖରା ସମ୍ପୂର୍ଣ୍ଣ ପାଉଁଶ ହୋଇଥିଲା । ଏଥିସହ ସମ୍ପୃକ୍ତ ଘରେ ଥିବା ୩ ଗୋରୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । କାଦୁଅ ପଚପଚ ରାସ୍ତାେରେ ଦମକଳ ପ୍ରାୟ ୬ ଘଣ୍ଟା ଅଟକି ରହିଥିଲା । ବଉଳାଙ୍ଗ-ପ୍ରୀତିପୁର ପୂର୍ତ୍ତ ବିଭାଗ ମୁଖ୍ୟ ରାସ୍ତାଠାରୁ ମାତ୍ର ୨ ଶହ ମି. ଦୂରରେ ଅବସ୍ଥିତ ଏହି ଗାଁ । ରାସ୍ତା ଏପରି ଅବସ୍ଥାରେ ଥିବାରୁ ସାଧାରଣ ଲୋକଙ୍କ ଯାତାୟାତ ଖୁବ୍ କଷ୍ଟକର ହୋଇପଡ଼ିଛି । ଶୋଚନୀୟ ରାସ୍ତା ପାଇଁ ଗ୍ରାମର ମହିଳା ସମାଜସେବୀ ଗୀତାଞ୍ଜଳୀ ଦାସ, କମଳ ଲୋଚନ ଦାସ, ରାମଚନ୍ଦ୍ର ବିଶ୍ୱାଳ, ଚକ୍ରଧର ଦାସ, ବଟକୃଷ୍ଣ ଦାସ ପ୍ରମୁଖ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com