campus

ବାଣୀବିହାରରେ ନିର୍ବାଚନ ପରବର୍ତ୍ତୀ ହିଂସା

23

୭ ଅଟକ, କ୍ୟାମ୍ପସ୍ରେ ପୁଲିସ ଛାଉଣୀ
ଭୁବନେଶ୍ୱର(ବୁ୍ୟରୋ): ଛାତ୍ର ସଂସଦ ନିର୍ବାଚନକୁ ନେଇ ଗତ କିଛି ଦିନ ଧରି ବାଣୀବିହାର କ୍ୟାମ୍ପସ୍ରେ ଉତ୍ତେଜନା ଲାଗି ରହିଥିବା ବେଳେ ନିର୍ବାଚନ ପରେ ମଧ୍ୟ ଉତ୍ତେଜନା ଦେଖାଦେଇଛି । ଗତକାଲି ଦୁଇ ଗୋଷ୍ଠୀ ମାର୍ପିଟ୍‌ ହେବା ଫଳରେ ଜଣେ ଛାତ୍ର ଗୁରୁତର ଆହତ ହୋଇଥିଲେ । ଗୁରୁବାର ରାତିରେ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨ ଛାତ୍ରଗୋଷ୍ଠୀଙ୍କ ମଧ୍ୟରେ ମାର୍ପିଟ୍ ହୋଇଛି । ଏହି ଘଟଣାରେ ୩ ଜଣ ଛାତ୍ର ଆହତ ହୋଇଛନ୍ତି । ପରିସ୍ଥିିତି ଅଣାୟତ୍ତ ହେବାରୁ ପୁଲିସକୁ ଲାଠିମାଡ କରିବାକୁ ପଡିଥିଲା । ପୁଲିସ ୭ଜଣ ଛାତ୍ରଙ୍କୁ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି । ମିଳିଥିବା ଖବର ଅନୁଯାୟୀ, ଉକ୍ରଳ ବିଶ୍ୱବିଦ୍ୟାଳୟ ଛାତ୍ରସଂସଦ ନିର୍ବାଚନରେ ସଭାପତି ଭାବେ ନିର୍ବାଚିତ ହୋଇଥିବା ମହେଶ ପ୍ରସାଦଙ୍କ ପ୍ରାର୍ଥôତ୍ୱକୁ ଅବୈଧ ଘୋଷଣା ଦାବିରେ ଛାତ୍ର କଂଗ୍ରେସର କେତେକ ଛାତ୍ର ଗୁରୁବାର କୁଳପତିଙ୍କୁ ସ୍ମାରକପତ୍ର ଦେବାକୁ ଯାଇଥିଲେ । ସେଠାରେ ଅନ୍ୟ ଏକ ଛାତ୍ରଗୋଷ୍ଠୀର ସଦସ୍ୟମାନେ ଛାତ୍ର କଂଗ୍ରେସ ପ୍ରତିନିଧିଙ୍କୁ ମାଡ଼ ମାରିଥିଲେ । ଏହାପରେ ଛାତ୍ରକଂଗ୍ରେସ ପକ୍ଷରୁ ସହିଦ୍ନଗର ଥାନାରେ ଏତଲା ଦିଆଯାଇଛି । ଏହି ସମୟରେ ଛାତ୍ର ବିଜେଡିର ଜଣେ ନବ ନିର୍ବାଚିତ ଛାତ୍ରନେତା ସହିଦ୍ନଗର ଥାନା ଦେଇ ଯାଉଥିବା ସମୟରେ ଛାତ୍ର କଂଗ୍ରେସର କେତେକ ଛାତ୍ର ତାଙ୍କୁ ଆକ୍ରମଣ କରିଥିଲେ । ପରେ ଛାତ୍ର କଂଗ୍ରେସ ସଦସ୍ୟମାନେ ବିଶ୍ୱବିଦ୍ୟାଳୟ ପରିସରକୁ ପଶିବା ପାଇଁ ମୁଖ୍ୟ ଗେଟ୍ ସମ୍ମୁଖରେ ପୁଲିସକୁ ଠେଲାପେଲା କରିଥିଲେ । ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ ଲାଠିଚାର୍ଜ କରିଛି । ଏଥିରେ କେତେଜଣ ଛାତ୍ର ଆହତ ହୋଇଥିବା ଜଣାପଡିଛି । ସେହିଭଳି ବୁଧବାର ବିଳମ୍ବିତ ରାତ୍ରୀରେ ଗୋପବନ୍ଧୁ ଛାତ୍ରାବାସରେ ଥିବା କେତେକ ଛାତ୍ରଙ୍କ ରୁମ୍କୁ ବିରୋଧି ଛାତ୍ରଗୋଷ୍ଠୀର କେତେକ ସଦସ୍ୟ ପଶି ସେମାନଙ୍କ ଆସବାବପତ୍ର ଭଙ୍ଗାରୁଜା କରିବା ସହ ସାର୍ଟିଫିକେଟ୍ ଚିରିଦେଇଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ଅନୁସାରେ ଗୋପବନ୍ଧୁ ଛାତ୍ରାବାସର ୧୧୧ ନମ୍ବର ରୁମ୍ରେ ରହୁଥିବା ସାମ୍ବାଦିକତା ବିଭାଗର ରୋଶନ ରଥ ଓ ଅନ୍ୟ କେତେକ ଛାତ୍ରଙ୍କ ରୁମ୍ରେ ଭଙ୍ଗାରୁଜା ହୋଇଛି । ଏହି ଘଟଣାରେ ରୋଶନ ରଥ ଅନ୍ୟ ଏକ ଛାତ୍ରଗୋଷ୍ଠୀର କେତେକ ଛାତ୍ରଙ୍କ ନାମରେ ମାମଲା ରୁଜୁ କରିଛନ୍ତି । ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ଲାଗି ରହିଛି ।




Powered by odothemes.com