techno-quizz-1

ଶିଳ୍ପ ତାଲିମ ଅନୁଷ୍ଠାନକୁ ବିକଶିତ କରାଯିବ: ମନ୍ତ୍ରୀ

40

ଟେକ୍ନୋ କୁଇଜ ପ୍ରତିଯୋଗିତା ଉଦ୍ଘାଟିତ
କଟକ,୬ା୧୦(ବୁ୍ୟରୋ): ସ୍ୱର୍ଗତ ବିଜୁ ପଟ୍ଟନାୟକ ମହାନ ବ୍ୟକ୍ତିତ୍ୱ ଥିଲେ । ତାଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ଉପଲକ୍ଷେ ରାଜ୍ୟସ୍ତରୀୟ କୁଇଜ ପ୍ରତିଯୋଗିତା ଏହି ଠାରେ ପ୍ରଥମ ଥର ଆୟୋଜିତ ହେଉଛି ବୋଲି ବୈଷୟିକ ଶିକ୍ଷା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସଞ୍ଜୟ ଦାସ ବର୍ମା କହିଛନ୍ତି । ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକ ଉପଲକ୍ଷେ ଓଡ଼ିଶା ରାଜ୍ୟ ସରକାରଙ୍କ ବୈଷୟିକ ଶିକ୍ଷା ଓ ତାଲିମ ନିଦେ୍ର୍ଦଶାଳୟ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଟେକ୍ନୋ କୁଇଜ-୨୦୧୬ ପ୍ରତିଯୋଗିତାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ବର୍ମା କହିଲେ ଯେ ଆଗାମୀ ଦିନରେ ଶିଳ୍ପ ତାଲିମ ବିଦ୍ୟାଳୟ ଗୁଡିକୁ ଉଚ୍ଚ ମାନର କରାଯିବାର ଲକ୍ଷ୍ୟ ରଖାଯାଇଛି । ଫଳରେ ଛାତ୍ରଛାତ୍ରୀମାନେ ଉନ୍ନତ ତାଲିମ ପାଇ ପାରିବେ । ବୋଷ କଲେଜର ଭିତ୍ତିଭୂମିର ବିକାଶର ଅବଶ୍ୟକତା ରହିଛି । ତେବେ ଖୁବଶୀଘ୍ର ଏହାର ଭିତ୍ତିଭୂମିର ସୁଦୃଢ କରାଯିବ ବୋଲି ମନ୍ତ୍ରୀ କହିଥିଲେ । ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ଅଧ୍ୟକ୍ଷତା କରି କହିଲେ, ଦିନକୁ ଦିନ ନୂତନ ଜ୍ଞାନ କୌଶଳର ପରିବର୍ତ୍ତନ ହେଉଛି । ଏହାକୁ ତାଳ ଦେଇ ଛାତ୍ରଛାତ୍ରୀ ଆଗକୁ ବଢିବା ଆବଶ୍ୟକ । ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିବାରୁ କଲେଜର କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିଥିଲେ । ବୋଷ କଲେଜ ଓ ବିଜୁ ପଟ୍ଟନାୟକ ଫିଲ୍ମ ଏବଂ ଟେଲିଭିଜନ ଇଷ୍ଟିଚୁ୍ୟଟ ଅଫ ଓଡ଼ିଶାର ମିଳିତ ଆନୁକୂଲ୍ୟରେ ଆୟୋଜିତ ପ୍ରତିଯୋଗିତାରେ ସମ୍ମାନୀତ ଅତିଥି ଭାବେ ବୈଷୟିକ ଶିକ୍ଷା ଓ ତାଲିମ ନିଦେ୍ର୍ଦଶକ ବଲବନ୍ତ ସିଂହ, ସହ ନିଦେ୍ର୍ଦଶକ ସଂଗ୍ରାମ କେଶରୀ ମିଶ୍ର, ଭୁବନାନନ୍ଦ ଇଞ୍ଜିନିୟର ସ୍କୁଲ ଅଧ୍ୟକ୍ଷ ପ୍ରଦୀପ ରଞ୍ଜନ ମିଶ୍ର ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଟେକ୍ନିକାଲ ପାଠପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷାପ୍ରତି ଅଧିକରୁ ଅଧିକ ଆଗ୍ରହ ସୃଷ୍ଟି କରିବା ପାଇଁ ବୈଷୟିକ ଶିକ୍ଷା ଓ ତାଲିମ ବିଭାଗର ଏହା ଏକ ଅଭିନବ ପ୍ରସାୟ । ରାଜ୍ୟର ସମସ୍ତ ଇଞ୍ଜିନିୟରିଂ ସ୍କୁଲ, ପଲିଟେକନିକ ଏବଂ ଆଇଟିଆଇସ୍ତରରେ ଲିଖିତ ପରୀକ୍ଷା ମାଧ୍ୟମରେ ପ୍ରଥମ ପ୍ରତିଯୋଗୀଙ୍କୁ ଚୟନ କରି ଜୋନସ୍ତରୀୟକୁ ପ୍ରେରଣା କରାଯାଇଥିଲା । ଅକ୍ଟେବର ୧ ତାରିଖ ଜୋନାଲସ୍ତରୀୟ ପୁନର୍ବାର ଏକ ପରୀକ୍ଷା କରାଯାଇ ଏଥିରୁ ୧୦ ଜଣ ଲେଖାଏଁ ପ୍ରତିଯୋଗିଙ୍କୁ ୫ଟି ଦଳରେ ଭାଗ କରାଯାଇ ସେମାନଙ୍କ ମଧ୍ୟରେ ସିଧାସଳଖ କୁଇଜ ପ୍ରତିଯୋଗିତା କରାଯାଇଥିଲା । ସେମାନଙ୍କ ମଧ୍ୟରେ ଶ୍ରେଷ୍ଠ ୨ଟି ଦଳକୁ ୩ତାରିଖରେ ବଛାଯାଇଥିଲା । ରାଜ୍ୟର ୩ଟି ଜୋନରୁ ଆସିଥିବା ୧୨ଜଣ ପ୍ରତିଯୋଗୀଙ୍କ ନେଇ ଆଜି ବିଜୁପଟ୍ଟନାୟକ ଫିଲ୍ମ ଆଣ୍ଡ ଟିଭି ଇଷ୍ଟିଚୁ୍ୟଟର ଅଡିଟେରିୟମରେ ଫାଇନାଲ କୁଇଜ ପ୍ରତିଯୋଗିତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ନିଶାନ୍ତ ମାଛିଥିଆ ଓ ତାଙ୍କ ଟେକ୍ନିକାଲ ଟିମ୍ ପି ଥ୍ରୀ କାର୍ଯ୍ୟକ୍ରମକୁ ଜାତୀୟ ସ୍ତରୀୟ କୁଇଜ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏହି ପ୍ରତିଯୋଗିତାରେ ହୋମି ଭାବା ଦଳର ଅଂଶଲ ଦାସ ଓ ବିଉବ ସମେସ ପ୍ରସାଦ ବେହେରା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ପଠାଣି ସାମନ୍ତ ଦଳର ନରେଶ ବେହେରା ଓ ଜ୍ଞାନ ବିକାଶ ବାରିକ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଏହି ପ୍ରତିଯୋଗୀଙ୍କୁ ବିଜୁ ପଟ୍ଟନାୟକ ଜନ୍ମ ଶତବାର୍ଷିକୀରେ କାର୍ଯ୍ୟକ୍ରମରେ ପୁରସ୍କୃତ କରାଯିବ ।




Powered by odothemes.com