rajnagar

ଭିତରକନିକା-ରାଜନଗର ଯୋଗାଯୋଗ ବିଚ୍ଛିନ୍ନ

394

୨୫ ଫୁଟର ଅତଡ଼ା ଖସିଲା
ରାଜନଗର (ଆପ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ସମୁଦ୍ର ଅଶାନ୍ତ ରହିଛି । ଜୁଆର ପ୍ରଭାବରେ ବ୍ରାହ୍ମଣୀ, ବୈତରଣୀ, ପାଟ୍ଟଶାଳା ପ୍ରଭୃତି ନଦୀର ସ୍ରୋତ ପ୍ରଖର ହେବାରେ ଲାଗିଛି । ପାଟ୍ଟଶାଳା ନଦୀର ପ୍ରଖର ସ୍ରୋତ ଯୋଗୁଁ ରାଜନଗର- ଭିତରକନିକା ମୁଖ୍ୟ ରାସ୍ତାର ଜୁଣଗଡିଠାରେ ଗୁରୁବାର ୨୫ ଫୁଟ ଲମ୍ବର ଅତଡ଼ା ଖସିବାରୁ ଗମନା ଗମନ ସଂପୂର୍ଣ୍ଣ ଭାବେ ବ୍ୟାହତ ହୋଇଛି । ଚୁଆର ମାଡ଼ରେ ଏହି ମୁଖ୍ୟ ରାସ୍ତାର କଂକ୍ରିଟଗୁଡିକ ଫାଟି ଯାଇଛି । ଫଳରେ ଏହି ରାସ୍ତାରେ ଯାନବାହାନ ଚଳାଚଳ ବନ୍ଦ କରାଯାଇଛି । ରାଜନଗର ବ୍ଲକ ଇଶ୍ୱରପୁର ପଞ୍ଚାୟତର ଜୁଣଗଡି ନିକଟରେ ପାଟଶାଳା ନଦୀ ଗାଁ ମୁହାଁ ହେବାରେ ଲାଗିଛି । ୨୦୧୦ ମସିହାଠାରୁ ନଦୀର ଗତପଥ ବଦଳିବା ସହିତ ପଟ୍ଟ ପରିବର୍ତ୍ତନ ହେବାରେ ଲାଗିଛି । ଏହାକୁ ପ୍ରତିହତ କରିବା ପାଇଁ ପଥର ପ୍ୟାକିଂ କରାଯାଇଥିଲେ ମଧ୍ୟ ସେସବୁ ନିମ୍ନ ମାନର ହୋଇଥିବାରୁ ନଦୀର ସ୍ରୋତକୁ ରୋକିବାରେ ସହାୟକ ହୋଇପାରିନାହିଁ । ଫଳରେ ଜୁଣଗଡି ସମେତ ପଞ୍ଚୁପଲ୍ଲୀ ସମେତ ୪ଟି ଗାଁ ପ୍ରତି ବିପଦ ଦେଖାଦେଇଛି । ଅପରପକ୍ଷରେ ଏହି ମୁଖ୍ୟ ରାସ୍ତା ଉପରେ ୮ଟି ପଞ୍ଚାୟତର ୫୦ ହଜାର ଲୋକ ନିର୍ଭର କରିଥାନ୍ତି । ଏତଦ୍ଭିନ୍ନ ଭିତରକନିକା ପରିଭ୍ରମଣରେ ଆସୁଥିବା ପର୍ଯ୍ୟଟକମାନେ ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଛି । ସୂଚନାଯୋଗ୍ୟ ଯେ, ଗତମାସରେ ଏହି ସ୍ଥାନରେ ୩୦ ଫୁଟ ଲମ୍ବର ଅତଡ଼ା ଖସି ଥିଲା । ଏହାର ଦାୟିତ୍ୱରେ ଥିବା ତଟବନ୍ଧ ବିଭାଗ ପକ୍ଷରୁ ବହ୍ଲା ଓ ବାଲିବସ୍ତା ଦେଇ ତାଳିପକା କାମ କରାଯାଇଥିଲା । ଗୁରୁବାର ନଦୀର ପ୍ରଖର ସ୍ରୋତ ସେସବୁକୁ ଗର୍ଭକୁ ଟାଣି ନେଇଛି ।

ସେଆର କରନ୍ତୁ:



Powered by odothemes.com