ଅଧିକାଂଶ କଲେଜରେ ବିଜେଡି | ସର୍ବସାଧାରଣ ଖବରକାଗଜ
ravenshaw-president-5

ଅଧିକାଂଶ କଲେଜରେ ବିଜେଡି

38

ସରିଲା ଛାତ୍ର ସଂସଦ ନିର୍ବାଚନ
କଟକ,୫ା୧୦(ବୁ୍ୟରୋ): ଚଳିତ ବର୍ଷର ଛାତ୍ର ନିର୍ବାଚନ ଶେଷ ହୋଇଛି । କଟକ ସହରର ପ୍ରାୟ ସମସ୍ତ କଲେଜରେ ବିଜେଡି ପ୍ରାର୍ଥୀ ନିର୍ବାଚନରେ ବାଜିମାତ୍ କରିଛି । ସେହିପରି ଜେକେବିକେ କଲେଜରେ ଛାତ୍ର କଂଗ୍ରେସ ପ୍ରାର୍ଥୀ ସଭାପତି ଆସନ ହାସଲ କରିଥିବା ବେଳେ ଅନ୍ୟ ସମସ୍ତ କଲେଜରେ ଛାତ୍ର ବିଜେଡିର ପ୍ରାର୍ଥୀମାନେ ବିଜୟ ହାସଲ କରିଛନ୍ତି । ତେବେ କଟକ କଲେଜ ଓ ଇମର୍ତ୍ତିୀ କଲେଜକୁ ଛାଡି ଅନ୍ୟ ସମସ୍ତ କଲେଜରେ ନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କାର୍ୟ୍ୟ ଅନୁଷ୍ଠିତ ହୋଇଥିଲା । କାଁ ଭାଁ କିଛି କଲେଜରେ ଛାତ୍ର ସଂସଦ ନିର୍ବାଚନ ଫଳାଫଳକୁ ନେଇ କ୍ୟାମ୍ପସରେ ଉତ୍ତେଜନା ଦେଖାଦେଇଥିଲା । ପ୍ରାୟ ସମସ୍ତ କଲେଜରେ ଶାନ୍ତିଶୃଙ୍ଖଳା ସହ ଭୋଟ ଗ୍ରହଣ ଏବଂ ଫଳାଫଳ ଘୋଷଣା ହୋଇଥିଲା । ସହରର ସମସ୍ତ କଲେଜରେ ବୁଧବାର ସକାଳ ୮ଟାରୁ ୨ଟା ମଧ୍ୟରେ ଭୋଟ୍ ଗ୍ରହଣ ହୋଇଥିଲା । ସମସ୍ତ କ୍ୟାମ୍ପସରେ କମିଶନରେଟ୍ ପୁଲିସ୍ ପକ୍ଷରୁ ବ୍ୟାପକ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା । ପରେ ଅପରାହ୍ନ ୨ଟାରୁ ୪ଟା ପର୍ୟ୍ୟନ୍ତ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା କରାଯାଇଥିଲା । ଫଳାଫଳ ଘୋଷଣା ପରେ ବିଜୟୀ ପ୍ରାର୍ଥୀମାନେ ବିଜୟ ଉତ୍ସବ ପାଳନ କରିଥିଲେ । ବିଜୟ ପ୍ରାର୍ଥୀମାନେ ବାଇକ୍ ର୍ୟାଲି କରିବା ସହ ବାଣ ଫୁଟାଇ ଆନନ୍ଦ ଉତ୍ସବ ପାଳନ କରିଥିଲେ ।
ଚଳିତ ବର୍ଷ ନିର୍ବାଚନରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅସନ୍ତୁଷ୍ଟ ବିଜେଡିର ସଭାପତି ପ୍ରାର୍ଥୀ ବିଜୟ ଲାଭ କରିଛନ୍ତି । ଯୁବ ବିଜେଡି ସମ୍ପାଦକ ଶିଶିର ପରିଜାଙ୍କ ନେତୃତ୍ୱରେ ପ୍ରାର୍ଥୀ ହୋଇଥିବା ଲଲାଟ କେଶରୀ ଦାଶ ଏଥର ବିଜୟ ମୁକୁଟ ପିନ୍ଧିଛନ୍ତି । ତେବେ ଲାଲଟ ତାଙ୍କ ନିକଟତ ପ୍ରତିଦ୍ୱନ୍ଦ୍ୱି ଦେବାଶିଷ ତରାଇଙ୍କୁ ୪୩୨ ଖଣ୍ଡ ଭୋଟରେ ପରସ୍ତା କରିଛନ୍ତି । ସେହିପରି ସମ୍ପାଦକ ଭାବେ ସୁବ୍ରତ ଶତପଥୀ ବିଜୟ ହୋଇଥିବା ବେଳେ ଉପସଭାପତି ଭାବେ ସବିତା ସେଠୀ, ସହ ସମ୍ପାଦକ ଭାବେ କୃଷ୍ଣ ଚନ୍ଦ୍ର ଜେନା, କ୍ରୀଡା ସମ୍ପାଦକ ଭାବେ ନିରନିମେଶ ଜେନା, ସହ କ୍ରୀଡା ସମ୍ପାଦକ ଭାବେ ସୱାନ୍ କୁମାର ସାହୁ, ନାଟ୍ୟ ସମ୍ପାଦକ ଭାବେ ଲକ୍ଷ୍ମୀ ପ୍ରିୟା ଓଝା, ସହ ନାଟ୍ୟ ସମ୍ପାଦକ ଭାବେ ସାମନ୍ତ ପୁରଷୋତ୍ତମ ଧଳ ବିଜୟୀ ହୋଇଛନ୍ତି । ସେହିପରି ଖ୍ରୀଷ୍ଟ ମହାବିଦ୍ୟାଳୟରେ ଅସନ୍ତୁଷ୍ଟ ବିଜେଡିର ସଭାପତି ଭାବେ ଚିନ୍ମୟ କୁମାର ମହାନ୍ତି, ଉପସଭାପତି ଭାବେ ବିକାଶ ସାହୁ, ସାଧାରଣ ସମ୍ପଦକ ଭାବେ ଅନିଲ କୁମାର ପାତ୍ର, ସହ ସାଧାରଣ ସମ୍ପାଦକ ଭାବେ ରଞ୍ଜନ ବିଶ୍ୱାଳ, ନାଟ୍ୟ ସମ୍ପାଦକ ଭାବେ କଲ୍ୟାଣୀ ମହାପାତ୍ର ବିଜୟୀ ହୋଇଛନ୍ତି । ସେହିପରି ଶୈଳବାଳା ମହିଳା ମହାବିଦ୍ୟାଳୟରେ ସାଧାରଣ ସମ୍ପାଦକ ପଦବୀକୁ ଛାଡି ଅନ୍ୟ ସମସ୍ତ ପଦବୀରେ କେହି ପ୍ରତିଦ୍ୱନ୍ଦ୍ୱୀ ନଥିବାରୁ ପ୍ରାର୍ଥୀ ପୂର୍ବରୁ ବିଜୟ ହାସଲ କରିଥିଲେ । ତେବେ ବୁଧବାର ଖାଲି ସାଧାରଣ ସମ୍ପାଦକ ପଦବୀ ପାଇଁ ଭୋଟ୍ ଗ୍ରହଣ କରାଯାଇଥିଲା । ଏଥିରେ ଗୌରୀ ପ୍ରଭା ଶତପଥୀ ବିଜୟୀ ହୋଇଛନ୍ତି । ସେହିପରି ସଭାପତି ଭାବେ ଦୀପିକା ସାହୁ, ସହ ସାଧାରଣ ସମ୍ପାଦକ ଭାବେ ଫୋଜିଆ ରେହେମାନ୍, ନାଟ୍ୟା ସମ୍ପାଦକ ଭାବେ ଲୋପାମୁଦ୍ରା ଆଚାର୍ୟ୍ୟ, ସହ କ୍ରୀଡା ସମ୍ପାଦକ ଭାବେ ସୋନୀଆ ଓଝା ବିଜୟୀ ହୋଇଛନ୍ତି । ଜେକେବିକେ ମହାବିଦ୍ୟାଳୟରେ ସଭାପତି ଭାବେ ଜଗନ ସାହୁ, ଉପସଭାପତି ଭାବେ କ୍ଷୀରୋଦ ବାରିକ୍, ସାଧାରଣ ସମ୍ପାଦକ ଭାବେ ତ୍ରୀଜା ଷଡଙ୍ଗୀ ଓ ସହ ସାଧାରଣ ସମ୍ପାଦକ ଭାବେ ପଲ୍ଲବୀ ଜେନା ବିଜୟୀ ହାସଲ କରିଛନ୍ତି । ଇନ୍ଧିରା ଗାନ୍ଧୀ ମହିଳା ମହାବିଦ୍ୟାଳୟରେ ସଭାପତି ଭାବେ ଜ୍ୟୋତିର୍ମୟୀ ଓଝା, ଉପସଭାପତି ଭାବେ ଚିରସ୍ମିତା ସେଠୀ, ସାଧାରଣ ସମ୍ପାଦକ ଭାବେ ଦୀକ୍ଷିତା ବାରିକ୍, ସହ ସାଧାରଣ ସମ୍ପାଦକ ଦେବସ୍ମିତା ର୍ଶମା ଓ ନାଟ୍ୟ ସମ୍ପାଦକ ଭାବେ ସୋନାଲୀ ପ୍ରିୟଦର୍ଶନୀ ବିଜୟୀ ମୁକୁଟ ପିନ୍ଧିୀଛନ୍ତି । ବୀରେନ୍ ମିତ୍ର ମହିଳା ମହାବିଦ୍ୟାଳୟରେ ସଭାପତି ଭାବେ ଜୟଶ୍ରୀ ନାୟକ, ଉପ ସଭାପତି ଭାବେ ମୋନାଲିସା ତ୍ରିପାଠୀ, ସାଧାରଣ ସମ୍ପାଦକ ଭାବେ ମଧୁସ୍ମିତା ନାୟକ ଓ ନାଟ୍ୟ ସମ୍ପାଦକ ଭାବେ ହେନା ଦେଇ ବିଜୟୀ ହୋଇଛନ୍ତି । ମଧୁସୂଦନ ଆଇନ୍ ମହାବିଦ୍ୟାଳୟରେ ସଭାପତି ଭାବେ ରାକେଶ କୁମାର ଦାଶ, ଉପସଭାପତି ଭାବେ ବାସୁଦେବ ସେଠୀ, ସାଧାରଣ ସମ୍ପାଦକ ଭାବେ କାଳୀ ପ୍ରସାଦ ମୁଦୁଲି ଓ ସହ ସାଧାରଣ ସମ୍ପାଦକ ଭାବେ ସିପ୍ରା ସେଠୀ ବିଜୟୀ ହୋଇଛନ୍ତି । ନେତାଜୀ ସୁଭାଷ ଚନ୍ଦ୍ର ମେମୋରିଆଲ(ସିଟି) କଲେଜରେ ସଭାପତି ଭାବେ ଅଭିଶେଷ ସ୍ୱାଇଁ ପୂର୍ବରୁ ଅପ୍ରତିଦ୍ୱନ୍ଦ୍ୱୀଭାବେ ବିଜୟ ଆସଲ କରିସାରିଥିବା ବେଳେ ଉପସଭାପତି ଭାବେ ନିଲେସ ଓଝା, ସାଧାରଣ ସମ୍ପାଦକ ଭାବେ ସେକ୍ ସୋହେଲ ବକ୍ସ ଓ ସହ ସାଧାରଣ ସମ୍ପାଦକ ଭାବେ ସନ୍ତୋଷ ପାତ୍ର ବିଜୟୀ ହୋଇଛନ୍ତି । ଷ୍ଟୁଆଟ ସାଇନ୍ସ କଲେଜରେ ସଭାପତି ଭାବେ ନିତିଶ କୁମାର ସାହୁ, ଉପସଭାପତି ଭାବେ ହେମନ୍ତ କୁମାର ଗମାଙ୍ଗ, ସାଧାରଣ ସମ୍ପାଦକ ଭାବେ ଆୟୁଷ ଜିତ୍ ଦାଶ, ସହ ସାଧାରଣ ସମ୍ପାଦକ ସୋନାଲି ସାହୁ ବିଜୟୀ ହୋଇଛନ୍ତି । ଈମର୍ତ୍ତୀ ଦେବି ମହିଳା ମହାବିଦ୍ୟାଳୟରେ ସଭାପତି ଭାବେ ସସ୍ମିତା କର, ସାଧାରଣ ସମ୍ପାଦକ ଭାବେ ଆଶାଶ୍ରୀ ସାହୁ, ଉପ ସଭାପତି ଭାବେ ଆଲ୍ଫା ସେଠୀ, ସହ ସାଧାରଣ ସମ୍ପାଦକ ଭାବେ ନିଳିମା ଦେ ଓ ନାଟ୍ୟ ସମ୍ପାଦକ ଭାବେ ସସ୍ମିତା ବାରିକ୍ ଅପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜୟ ଲାଭ କରିଛନ୍ତି ।




Powered by odothemes.com