ମୋଟରଯାନ ଆଇନ ସଂଶୋଧନ ପ୍ରସ୍ତାବକୁ ବିରୋଧ

all-odisha-transport-workers-fedration-pakhyaru-kendra-sarakaranka-paribahana-sramik-birodhi-aaini-birodhare-rajbhavan-samukhare-dharana-1

ଭୁବନେଶ୍ୱର,(ବୁ୍ୟରୋ): ଗତ ଲୋକସଭା ଅଧିବେଶନ ସମୟରେ ମୋଦି ସରକାର ମୋଟରଯାନ ଆଇନକୁ ବହୁଳ ଭାବରେ ସଂଶୋଧନ ପ୍ରସ୍ତାବ ପାର୍ଲାମେଣ୍ଟରେ ଉପସ୍ଥାପନା କରିଛନ୍ତି । ସଂଶୋଧିତ ହୋଇଥିବା ପ୍ରସ୍ତାବରେ କେତେଗୁୁଡିଏ ନୂଆଧାରା ଯୋଗ କରିଛନ୍ତି । ଯେଉଁଗୁଡିକ ପରିବହନ ଶ୍ରମିକଙ୍କ ବିରୋଧରେ କାର୍ଯ୍ୟକାରୀ ହେବାକୁ ଯାଉଛି । ଏତଦ୍ବ୍ୟତୀତ ଛୋଟ ବଡ ମାଲିକମାନେ ମଧ୍ୟ କ୍ଷତିଗ୍ରସ୍ତ ହେବେ । ଏପରିକି ଦୁଇଚକିଆ ଯାନ ମଧ୍ୟ ଉକ୍ତ ପ୍ରସ୍ତାରେ ଦଣ୍ଡ ବିଧାନ କରିଛନ୍ତି । ଏହା ପୂର୍ବରୁ ମୋଟର ଟ୍ରାନ୍ସପୋର୍ଟ ଓ ସଡକ ସୁରକ୍ଷା ୨୦୧୪ ଓ ୨୦୧୫ ବିଲ୍ ଆଣିବାକୁ ଚାହିଁଥିଲେ । କିନ୍ତୁ ଏହାର ବହୁଳ ଭାବରେ ପ୍ରତିବାଦ ହେବାରୁ ଏବେ ନୂଆ କୌଶଳରେ ମୋଟରଯାନ ଆଇନ ସଂଶୋଧନ ପ୍ରସ୍ତାବ ଆଣିଛନ୍ତି । ଏହାକୁ ପ୍ରତିବାଦ କରି ଓଡିଶାରେ ପରିବହନ ଶ୍ରମିକ ପ୍ରତିନିଧିମାନେ ରାଜଭବନ ଆଗରେ ଧାରଣା ଦେବା ସହିତ ରାଷ୍ଟ୍ରପତିଙ୍କ ଉଦେ୍ଦଶ୍ୟରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରି ଆଲୋଚନା କରିଛନ୍ତି ବୋଲି ଉକ୍ତ ଧାରଣା ସମାବେଶରେ ନିଖିଳ ଓଡିଶା ପରିବହନ ଶ୍ରମିକ ମହାସଂଘର ସଭାପତି ଜନାର୍ଦ୍ଦନ ପତି କହିଛନ୍ତି ।