bmc1

ନିର୍ମାଣ ହେଲା ମଲ୍ଟି ଫ୍ଲୋର୍ ସେଡ୍

25

ବିଏମ୍ସିର ଚେତା ପଶିଲା
ଭୁବନେଶ୍ୱର(ବୁ୍ୟରୋ): ବିଏମ୍ସିର ଚେତା ପଶିଲା । ନିର୍ମାଣ ହେଲା ସେଡ୍ । ରାହାଗିରି ନିମନ୍ତେ ମିଳିଥିବା ୨୦୦ସାଇକେଲ୍ ଖୋଲ ଆକାଶ ତଳେ ପଡ଼ିଥିଲା । ଖରା ଓ ବର୍ଷା ଖାଇ ନଷ୍ଟ ହେଉଥିଲା । ତେବେ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ମଲ୍ଟି ଫ୍ଲୋର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ବିଏମ୍ସି । ଏହି ସାଇକେଲ ଗୁଡ଼ିକ ବିଏମ୍ସି ପାଣ୍ଠିରୁ କିଣା ହୋଇନଥିଲା । ଯେଉଁଥିପାଇଁ ବିଏମ୍ସି ପକ୍ଷରୁ ସାଇକେଲ ରକ୍ଷଣା ବେକ୍ଷଣ କରାଯାଉନଥିଲା । ୨୦୦ସାଇକେଲ୍ ପାର୍କିଂ ପାଇଁ ମଲ୍ଟି ଫ୍ଲୋର ନିର୍ମାଣ ହୋଇଛି । ଏଥିରେ ଏକା ଥରକେ ଦୁଇ ଶହ ସାଇକେଲ ରହିବାର ସୁବିଧା ରହିଛି । ବିଏମ୍ସି ପରିସରରେ ଶ୍ୱାୟତ ଶାସନ ଦିବସରେ ନିର୍ମାଣ ହୋଇଥିଲା ଏହି ସେଡ୍ । ଏହି ସେଡ୍ ୨୦୦ରେ୨୦୦ବର୍ଗଫୁଟ ପରିମିତ ଜାଗାରେ ନିର୍ମାଣ କରାଯାଉଛି । ତେବେ ପୁଣି ରାହାଗିରି ଖୁବ୍ଶୀଘ୍ର ଆରମ୍ଭ ହେବ । ଚଳିତ ବର୍ଷ ଜାନୁୟାରୀ ୧୭ ତାରିଖରେ ରାହଗିରି ଦିବସ ପାଳନ ହୋଇଥିଲା । ୨୭ଟି ଦିବସ ପାଳନ ହେଲା ପରେ ଅଧାରୁ ବନ୍ଦ ହୋଇଗଲା । ହେଲେ ଏହାକୁ ଭୁଲି ନାହାନ୍ତି ଲୋକେ । ପୁଣି ଫେରିବ ରାହ୍ଗିରି । କିନ୍ତୁ ସାଇକେଲ ଗଡ଼ିବ କି ନାହିଁ ତାହା ସନେ୍ଦହ । ସହରକୁ ପ୍ରଦୂଷଣମୁକ୍ତ କରିବା ଲକ୍ଷ୍ୟରେ ରାହ୍ଗିରି ଦିବସ ପାଳନ କରାଯାଉଥିଲା । ପ୍ରତ୍ୟେକ ରବିବାର ଏହି ଦିବସ ବିଭିନ୍ନ ଥିମ୍ ନେଇ ବିଡିଏ, ବିଏମ୍ସି, ପର୍ଯ୍ୟଟନ ବିଭାଗ ମିଳିତ ସହଯୋଗରେ ପାଳନ ହୋଇଥାଏ । ରବିବାର ଆସିଲେ ରାଜଧାନୀବାସୀଙ୍କ ଭିଡ଼ ଜମିଥାଏ ଜନପଥରେ । ମାଷ୍ଟର କ୍ୟାଣ୍ଟିନ ଠାରୁ ଆରମ୍ଭ କରି ରାମ ମନ୍ଦିର ପର୍ଯ୍ୟନ୍ତ ଯାନ ବାହାନ ବନ୍ଦ ହୋଇଯାଏ । ସେଠାରେ ଛୋଟଠୁ ବଡ଼ ସମସ୍ତେ ଏକାଠି ହୋଇଥାନ୍ତି । ସାଇକେଲିଂ ମାଧ୍ୟମରେ ଶବ୍ଦ ଏବଂ ବାୟୁ ପ୍ରଦୂଷଣ ଉପରେ ରୋକ୍ ଲଗାଇବାକୁ ଏହାର ଉଦେ୍ଦ୍ୟଶ ଥିଲା । ଏହା ସହ ଫୁଟପାଥରୁ ଜବରଦଖଲ ହଟେଇବା ମଧ୍ୟ ଲକ୍ଷ୍ୟ ରହିଥିଲା । ରାଜଧାନୀବାସୀଙ୍କୁ ମାଗଣରେ ସାଇକେଲ ଯୋଗାଇ ଦିଆଯାଇଥିଲା । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତରଫରୁ ୧୦୦ଟି ସାଇକେଲ ବିଏମ୍ସିକୁ ମିଳିଥଇବାବେଳେ ନାଲକୋ ପକ୍ଷରୁ ୧୦୦ଟି ସାଇକେଲ ହସ୍ତାନ୍ତର କରାଯାଇଥିଲା । ଏହି ସାଇକେଲ୍ ଗୁଡ଼ିକର ରକ୍ଷଣା ବେକ୍ଷଣ ଦାୟିତ୍ୱ ବିଏମ୍ସିକୁ ଦିଆଯାଇଛି ।

ସେଆର କରନ୍ତୁ:



Powered by odothemes.com