କଡ଼ା ସୁରକ୍ଷାରେ ବାଣୀବିହାର

45

ଭୁବନେଶ୍ୱର, (ବୁ୍ୟରୋ): ଛାତ୍ର ବିଜେଡି ସଭାପତି ପ୍ରାର୍ଥୀ ମହେଶ ପ୍ରସାଦଙ୍କ ନାମାଙ୍କନ ପତ୍ର ନାକଚ ଦାବିକୁ ନେଇ ବାଣୀବିହାରରେ ଦେଖାଦେଇଥିବା ଉତ୍ତେଜନା ଥମିବାରେ ଲାଗିଛି । ମହେଶଙ୍କ ପ୍ରାର୍ଥôପତ୍ର ଯାଞ୍ଚ୍ କରିବା ପାଇଁ ଆଡ୍ଭୋକେଟ୍ ଜେନେରାଲ୍ (ଏଜି)ଙ୍କ ମତାମତ ଲୋଡା ଯାଇଥିବା ବେଳେ ଏପର୍ଯ୍ୟନ୍ତ ମତାମତ ମିଳିପାରିନାହିଁ । ମତାମତ କେବେ ମିଳିବ ସେ ସମ୍ବନ୍ଧରେ କୌଣସି ସୂଚନା ମଧ୍ୟ ମିଳୁନାହିଁ । ଛାତ୍ର ବିଜେଡି ସଭାପତି ପ୍ରାର୍ଥୀ ମହେଶ ପ୍ରସାଦଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିବା ସହିତ ଜାମିନ୍ ବିହୀନ ଫରୱାନା (ଏନ୍ବିଡବ୍ଲୁ) ଲାଗୁ ହୋଇଥିଲା ବୋଲି ଅଭିଯୋଗ ହୋଇଥିଲା । କିନ୍ତୁ ତାଙ୍କ ପ୍ରାର୍ଥୀପତ୍ର ନାକଚ୍ ନହେବା ନେଇ ଛାତ୍ର କଂଗ୍ରେସ ଏବଂ ଏବିଭିପି ପକ୍ଷରୁ ବିରୋଧ କରାଯାଇଥିଲା । ଏନେଇ କୁଳପତିଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ମୁଖ୍ୟଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଦୁଇଗୋଷ୍ଠୀ । ଏ ବିଷୟରେ ପୂନର୍ବାର ତର୍ଜମା କରିବା ଲାଗି ରବିବାର ପିଜି କାଉନ୍ସିଲ୍ ବୈଠକ ବସିଥିଲା । ବୈଠକରେ କୌଣସି ନିଷ୍ପତ୍ତି ଗ୍ରହଣ ହୋଇ ପାରିନଥିବାରୁ ଏଜିଙ୍କ ମତାମତ ପରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ପିଜି କାଉନ୍ସିଲ୍ ଅଧ୍ୟକ୍ଷ ରଞ୍ଜନ ବଳ କହିଥିଲେ । ହେଲେ ଏଜିଙ୍କ ମତ ଏପର୍ଯ୍ୟନ୍ତ ମିଳିପାରିନଥିବା ବେଳେ କେବେ ମିଳିବ ସେ ସମ୍ବନ୍ଧରେ କୌଣସି ସୂଚନା ମଧ୍ୟ ମିଳିନାହିଁ । ସେପଟେ ବିଶୃଙ୍ଖଳାକୁ ଦୃଷ୍ଟିରେ ରଖି କ୍ୟାମ୍ପସ୍ରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ଗୋପବନ୍ଧୁ ଛାତ୍ରାବାସ ସମ୍ମୁଖରେ ୩ ଘଣ୍ଟା ଧରି ରହିଥିଲେ । ହଷ୍ଟେଲ୍ ୱାଡେର୍ନଙ୍କ ସମତେ ଅଧୀକ୍ଷକ ଏବଂ ପ୍ରାୟ ବିଭାଗର ମୁଖ୍ୟମାନେ ଆଜି ହଷ୍ଟେଲ୍ ପରିଦର୍ଶନ କରିଛନ୍ତି । ଫାଟକରେ ବିଶ୍ୱବିଦ୍ୟାଳୟ ପରିଚୟ ପତ୍ର ବିନା ପ୍ରବେଶ ନିଷେଧ କରାଯାଇଛି ।

ସେଆର କରନ୍ତୁ:



Powered by odothemes.com