vivo

ସଞ୍ଜୀବନୀ ମେଡିକେୟାରରେ ଖୋଲିଲା ଭିଭୋ କିଡ୍ନୀ କେୟାର

45

ଭୁବନେଶ୍ୱର,(ବୁ୍ୟରୋ): ଯୁକ୍ତରାଷ୍ଟ୍ର କର୍ପୋରେସନ୍ ଅଧିନସ୍ଥ କ୍ୱାଲିଟି କେୟାର ଡାୟାଲିସିିସ୍, ସମଗ୍ର ବିଶ୍ୱର ବିଭିନ୍ନ ସ୍ଥାନରେ ତଥା ଭାରତର ବିଭିନ୍ନ ରାଜ୍ୟରେ ଡାୟାଲିସିିସ୍ କେନ୍ଦ୍ରମାନ ଖୋଲିଛି । ଏହି କେନ୍ଦ୍ର ‘ଭିଭୋ କିଡ୍ନୀ କେୟାର’ ବ୍ରାଣ୍ଡ ନାମରେ ବିଶ୍ୱସ୍ତରୀୟ ଡାୟାଲିସିସ୍ କ୍ଲିନିକ୍ ସ୍ଥାପନ କରିବା ନିମନ୍ତେ ରାଜଧାନୀର ସଞ୍ଜୀବନି ମେଡିକେୟାର ହସ୍ପିଟାଲ ସହିତ ବୁଝାମଣା ହୋଇଛି । କ୍ୱାଲିଟି କେୟାର ଡାୟାଲିସିସ୍ ମଧ୍ୟ ଭାରତୀୟ ଡାୟାଲିସିସ୍ ଟେକ୍ନିସିଆନ୍ ଏବଂ ଡାୟାଲିସିସ୍ ନର୍ସମାନଙ୍କ ପାଇଁ ବିକଳ୍ପ ଲାଇସେନ୍ସ୍ ସହିତ ଶୈକ୍ଷିକ କାର୍ଯ୍ୟକ୍ରମରେ ଜଡିତ ହୋଇଛି । ଏହାର ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଶାଖା ରହିଛି । ଆଗାମୀ ୩ବର୍ଷରେ ଦେଶରେ ଏହାର ୫୦ଟି କ୍ଲିନିକ୍ ଖୋଲାଯିବା ପାଇଁ ଯୋଜନା ରହିଥିବା ବେଳେ ୫ବର୍ଷରେ ୭୫-୮୦ଟି କ୍ଲିନିକ୍ ସ୍ଥାପନା କରାଯିବା ପାଇଁ ଯୋଜନା ରହିଥିବା କ୍ୱାଲିଟି କେୟାର ଡାୟାଲିସିସ୍ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁରେଶ ବାସୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେ କହିଥିଲେ, ଯୁକ୍ତରାଷ୍ଟ୍ରରେ ପ୍ରଚଳନ ହେଉଥିବା ଉତ୍ତମ ସେବା ବ୍ୟବସ୍ଥାକୁ ଭାରତକୁ ଆଣିବା ଏବଂ ଭାରତୀୟ ଡାୟାଲିସିସ୍ ରୋଗୀମାନଙ୍କର ଦୀର୍ଘ ଜୀବନ ନିମନ୍ତେ ନିରାପଦ ତଥା ସୁରକ୍ଷା ନିୟନ୍ତ୍ରଣ ପ୍ରୋଟେକଲ୍କୁ ପ୍ରୟୋଗ କରିବା ତାଙ୍କର ମୂଳ ଲକ୍ଷ୍ୟ । ସଞ୍ଜିବନୀ ମେଡିକେୟାର ହସ୍ପିଟାଲ୍ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ. ଅଜୟ ମିଶ୍ର ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଭୁବନେଶ୍ୱର ତଥା ଓଡିଶାର ବିଭିନ୍ନ ପ୍ରାନ୍ତରେ ରୋଗୀମାନଙ୍କୁ ଡାୟାଲିସିସ୍ ସେବା ପ୍ରଦାନରେ ସଞ୍ଜିବନୀ ମେଡିକେୟାର ହସ୍ପିଟାଲ୍ ଅତ୍ୟନ୍ତ ଉକୃୃଷ୍ଟ ହେବ ଏବଂ ସେ ଆହୁରି ମଧ୍ୟ କହିଥିଲେ ଯେ, ତାଙ୍କର ନର୍ସ ଏବଂ ଟେକ୍ନିସିଆନ୍ ମାନଙ୍କୁ ପ୍ରଦାନ କରାଯାଉଥିବା ଉକ୍ରୃୃଷ୍ଟ ଶୈକ୍ଷିକ ପ୍ରଣାଳୀ ମାଧ୍ୟମରେ ଚିକିସôା ପଦ୍ଧତିରେ ଉନ୍ନତି ହୋଇପାରିବ । ଏହି ଅବସରରେ ମୁମ୍ବାଇ ଭିଭୋ କିଡ୍ନୀ କେୟାର ଉପସଭାପତି ରମେଶ କି୍ରଷ୍ଣନ୍ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com