bjd-press-meet-at-party-office-1

ପହିଲାରୁ ୭ ଜିଲ୍ଲାରେ ୧୨ଘଣ୍ଟିଆ ହରତାଳ

38

ପୋଲାଭରମ୍ ପ୍ରତିବାଦରେ ବିଜେଡିର ୨ୟ ପର୍ଯ୍ୟାୟ ଆନେ୍ଦାଳନ
ଭୁବନେଶ୍ୱର (ବୁ୍ୟରୋ) : ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବକୁ ବିଜେଡି ତୀବ୍ର ନିନ୍ଦା କରିଛି । ପୋଲାଭରମ୍ ପ୍ରକଳ୍ପ ଯୋଗୁ ମାଲକାନଗିରି ମୋଟୁ ତହସିଲ୍ର ୨୫ଟି ଗ୍ରାମ ସମ୍ପୂର୍ଣ୍ଣ ରୂପେ କ୍ଷତିଗ୍ରସ୍ତ ହେବ । ଆଦିବାସୀଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ଅକ୍ଟୋବର ୧ତାରିଖରେ ପ୍ରଭାବିତ ହେଉଥିବା ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାରେ ୧୨ଘଣ୍ଟିଆ ହରତାଳ ବିଜେଡି କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି । ଶ୍ରୀ ପାତ୍ର କହିଛନ୍ତି, କେନ୍ଦ୍ର ସରକାର ଓଡ଼ିଶା ଆଦିବାସୀଙ୍କ ପାଇଁ ଅବିଚାର କରୁଛି । ଏହି ପ୍ରକଳ୍ପରେ ୩୬ଲକ୍ଷ କୁ୍ୟସେକ ଜଳ କ୍ଷମତା ଥିବାବେଳେ ଏହାକୁ ଆନ୍ଧ୍ର ସରକାର ବୃଦ୍ଧି କରି ୫୦ଲକ୍ଷ କୁ୍ୟସେକ୍ ଜଳ ରହିବାର କ୍ଷମତା ବିଶିଷ୍ଟ ନିର୍ମାଣ କରୁଛନ୍ତି । ଯଦ୍ଦ୍ୱାରା ଡ୍ୟାମ୍ ଉଚ୍ଚତା ବୃଦ୍ଧି କରାଯାଉଛି । ଫଳରେ ଏହି ୃ୍ଅଞ୍ଚଳର ୨୫ଟି ଗ୍ରାମର ୬,୮୧୮ ଲୋକ ବିସ୍ଥାପିତ ହେବେ, ଯେଉଁଥିରେ ୫,୯୧୬ ଜଣ ଆଦିବାସୀ ଅନ୍ତର୍ଭୁକ୍ତ । ଏଥିରେ ୭,୬୫୬ ହେକ୍ଟର ଚାଷ ଓ ଜଙ୍ଗଲ ଜମି ଜଳମଗ୍ନ ହେବ । ପୋଲାଭରମ୍ ପ୍ରସଙ୍ଗରେ ରାଜ୍ୟ ସରକାର କେନ୍ଦ୍ରକୁ ଲେଖିଥିବା ଚିଠିରେ ଉଲ୍ଲେଖ ଥିଲା ଯେ, ପ୍ରସ୍ତାବିତ ପ୍ରକଳ୍ପରେ ଗୋଦାବରୀ ଜଳ ବିବାଦ ଟିବୁ୍ୟନାଲ ଆଦେଶ ଆନ୍ଧ୍ର ସରକାର ଉଲ୍ଲଂଘନ କରୁଥିବା ଶ୍ରୀ ପାତ୍ର କହିଛନ୍ତି । ପ୍ରକଳ୍ପଟି ଆଦିବାସୀ ଅଧୁ୍ୟଷିତ ଅଞ୍ଚଳରେ ନିର୍ମାଣ ହେଉଥିବାରୁ ବହୁସଂଖ୍ୟାରେ ଆଦିବାସୀ ଏଥିରେ ପ୍ରଭାବିତ ହେବେ । କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ଅନୁମତି ବାଧ୍ୟତାମୂଳକ ହୋଇଥିବାବେଳେ ତାହା ନିଆଯାଇନି । ସେହି ଅଞ୍ଚଳରେ ପଲ୍ଲୀସଭା ମଧ୍ୟ କରାଯାଇନାହିଁ । ଏପରିକି ସେହି ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପ ରୂପେ ଘୋଷଣା କରିବାକୁ କେନ୍ଦ୍ର ସରକାର ବିଧିବଦ୍ଧ ସ୍ୱୀକୃତି ମଧ୍ୟ ପ୍ରଦାନ କରିଥିଲେ । ପୋଲାଭରମ୍‌ ପ୍ରକଳ୍ପ ଦ୍ୱାରା ଓଡ଼ିଶାର ପ୍ରଭୂତ ଅଞ୍ଚଳ କ୍ଷତି ହେଉଥିବା ଜାଣି ମଧ୍ୟ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସରକାର ଆନ୍ଧ୍ରରେ ବିଜେପି ସମର୍ଥôତ ଟିଡିପି ସରକାରକୁ ପ୍ରୋତ୍ସାହନ ଦେବା ପାଇଁ ଅଣ୍ଟା ଭିଡ଼ିଛନ୍ତି । କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ସେପ୍ଟେମ୍ବର ୮ ତାରିଖରେ ପୋଲାଭରମ୍‌ ପ୍ରକଳ୍ପକୁ ଜାତୀୟ ପ୍ରକଳ୍ପର ମାନ୍ୟତା ଦେଇ ୨୦୧୪ ମସିହା ଏପ୍ରିଲ ମାସରୁ ପ୍ରକଳ୍ପର ସମସ୍ତ ଖର୍ଚ୍ଚ କେନ୍ଦ୍ର ସରକାର ବହନ କରିବ ବୋଲି ଘୋଷଣା କରି ଓଡ଼ିଶାବାସୀଙ୍କୁ ପ୍ରତାରିତ କରିଛନ୍ତି । ଏବେ ପୁଣି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ୱାଇଏସ୍‌ ଚୌଦାରୀ ସୂଚନା ଦେଇଛନ୍ତି, ପୋଲାଭରମ୍‌ ପ୍ରକଳ୍ପ ପାଇଁ ନାବାର୍ଡ ସମସ୍ତ ଖର୍ଚ୍ଚ ବହନ କରିବ । କେନ୍ଦ୍ର ସରକାର ଆଦିବାସୀଙ୍କୁ ବାସଚୁ୍ୟତ କରିବା ପାଇଁ ଆନ୍ଧ୍ର ସରକାରଙ୍କ ମିଶି ଯେଉଁ ଭିତିରିଆ ଯୋଜନା ଚଳାଇଛନ୍ତି ତାହାର ଦୃଢ଼ ଜବାବ ଦେବା ପାଇଁ ବିଜୁ ଜନତା ଦଳ ପକ୍ଷରୁ ସେପ୍ଟେମ୍ବର ୨୦ ତାରିଖରେ ଦକ୍ଷିଣ ଓଡ଼ିଶାର ୬ଟି ଜିଲ୍ଲାର ଜିଲ୍ଲାପାଳଙ୍କ ଅଫିସ୍‌ ସମ୍ମୁଖ ଏବଂ ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ଅଫିସ୍‌ ସମ୍ମୁଖରେ ଧାରଣା ଓ ଗଣବିକ୍ଷୋଭ କରି ରାଷ୍ଟ୍ରପତିଙ୍କ ଉଦ୍ଧ୍ୟଶରେ ସ୍ମାରକପତ୍ର ଦିଆଯାଇଥିଲା । ଆନେ୍ଦାଳନର ଦ୍ୱିତୀୟ ପର୍ଯ୍ୟାୟରେ ଦଳ ପକ୍ଷରୁ ଅକ୍ଟୋବର ପହିଲାରୁ ଦକ୍ଷିଣ ଓଡ଼ିଶାର ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା ଓ କନ୍ଧମାଳରେ ୧୨ ଘଣ୍ଟିଆ ଶାନ୍ତିପୂର୍ଣ୍ଣ ହରତାଳ ଆହ୍ୱାନ ଦିଆଯାଇଛି । ଏହି ହରତାଳ ସକାଳ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଚାଲିବ । ସମସ୍ତ କେନ୍ଦ୍ର ସରକାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ହରତାଳ ଓ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବସ୍, ମାଲ୍‌ବାହୀ ଟ୍ରେନ୍‌ଗୁଡିକୁ ୪ ଘଣ୍ଟା ପାଇଁ ପ୍ରତିକାତ୍ମକ ଭାବେ ଅବରୋଧ କରାଯିବ । ହରତାଳ ସମୟରେ ଆମ୍ବୁଲାନ୍ସ ସେବା, ଯାତ୍ରୀବାହୀ ଟ୍ରେନ୍‌, ସ୍କୁଲ କଲେଜ୍‌ ସର୍ବୋପରି ଅତ୍ୟାବଶ୍ୟକ ସେବାଗୁଡିକ ଯେଭଳି ବାଧାପ୍ରାପ୍ତ ନହେବ ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ । ଆଦିବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ ବିଜୁ ଜନତା ଦଳ ଲଢ଼େଇ ଜରି ରଖିବ ବୋଲି ସାଧାରଣ ସଂପାଦକ ଦେବୀ ପ୍ରସାଦ ମିଶ୍ର କହିଛନ୍ତି । ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ, ସଂପାଦକ ଡ. ପ୍ରଦୀପ ପାଣିଗ୍ରାହୀ, ନବରଙ୍ଗପୁର ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ମାଝୀ ଏବଂ ସାଂସଦ ବଳଭଦ୍ର ମାଝୀ ଉପସ୍ଥିତ ଥିଲେ ।

ସେଆର କରନ୍ତୁ:



Powered by odothemes.com