pradusana-mukta-puja-pain-prerana-o-pradusana-niyantrana-board-pakhyaru-pmg-thare-ayjita-bikhyab-07

ଅସ୍ଥାୟୀ ପୁଷ୍କରିଣୀରେ ମୂର୍ତ୍ତି ବିସର୍ଜନ ହେଉ

47

ଭୁବନେଶ୍ୱର, (ବୁ୍ୟରୋ): ବର୍ତ୍ତମାନ ପାର୍ବଣ ଋତୁରେ ବିଭିନ୍ନ ଦେବାଦେବୀଙ୍କ ମୃଣ୍ମୟ ମୂର୍ତ୍ତିରେ ରାସାୟନିକ ରଙ୍ଗ ବ୍ୟବହାର କରାଯାଉଛି । ଏହି ସବୁ ମୂର୍ତ୍ତି ଗୁଡିକ ନଦୀ ପୁଷ୍କରିଣୀରେ ବିସର୍ଜନ କରିବା ଦ୍ୱାରା ଏହି ପାଣିକୁ ବ୍ୟବହାର କରୁଥିବା ସାଧାରଣ ଜନତା ପେଟ ଓ ଚର୍ମ ରୋଗରେ ଶୀକାର ହେବା ସହ ପଶୁ ପକ୍ଷୀ ତଥା ଜନଜୀବନମାନ ମୃତୁ୍ୟ ମୁଖର ସମ୍ମୁଖୀନ ହେଉଛନ୍ତି । ତେଣୁ ମୂର୍ତ୍ତିରେ ରାସାୟନିକ ରଙ୍ଗ ବ୍ୟବହାର ନ କରିବା ଓ ମୂର୍ତ୍ତିଗୁଡିକ ନଦୀ ପୁଷ୍କରିଣୀରେ ବିସର୍ଜନ ନକରି ନଦୀପଠାରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ ଭସାଣୀ ପୁଷ୍କରିଣୀରେ ବିସର୍ଜନ କରିବା ଦାବିରେ ସାମାଜିକ ଅନୁଷ୍ଠାନ ପ୍ରେରଣା ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ମିଳିତ ସହଯୋଗରେ ଲୋୟର ପିଏମ୍ଜିଛକ ଠାରେ ଏକ ସଭା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରେରଣାର ସଭାପତି ଡ. ଦିଲ୍ଲୀପ ଶ୍ରୀଚନ୍ଦନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ହାଡିବନ୍ଧୁ ପାଣିଗ୍ରାହୀ, ଡ.ମନୋରଞ୍ଜନ ମହାନ୍ତି, ଡ. ଅନନ୍ତ କିଶୋର ଜେନା, ପ୍ରଫେସର ଡ. କାର୍ତ୍ତିକ ପ୍ରସାଦ ଜେନା, ଡ. ନିରୋଧ ଖୁଣ୍ଟିଆ, ମିଲନ୍ ପାଇକରାୟ, ଜଲିଲ ଖାଁ, ରମାକାନ୍ତ ମହାପାତ୍ର, ଚନ୍ଦ୍ରଶେଖର ପତି ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ମୂର୍ତ୍ତିଗୁଡିକରେ ରାସାୟନିକ ରଂଗ ବ୍ୟବହାର ନକରି ପ୍ରାକୃତିକ ରଂଗ ବ୍ୟବହାର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏଥି ସହିତ ବିଏମ୍ସି କର୍ତ୍ତୃପକ୍ଷ ଉପଯୁକ୍ତ ଭାବରେ ନଦୀ ପଠାରେ ଅସ୍ଥାୟୀ ଭଷାଣୀ ପୁଷ୍କରିଣୀ କିରବା, ସେହି ପାଣିକୁ ଶୋଧନ କରିବା ପାଇଁ ଯତ୍ନବାନ ହେବା ସହ ପୋଲିସ କର୍ତ୍ତୃପକ୍ଷ ଭଷାଣୀ ପାଇଁ ଅନୁମତି ପ୍ରଦାନ କରୁଥିବା ପୂଜା ମଣ୍ଡପର କର୍ମକର୍ତ୍ତମାନଙ୍କୁ ଅସ୍ଥାୟୀ ଭଷାଣୀ ପୁଷ୍କରିଣୀରେ ମୂର୍ତ୍ତି ବିସର୍ଜନ କରିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ସେହିପରି ପ୍ରେରଣା ପକ୍ଷରୁ ଘୋଷଣା କରାଯାଇଥିଲା ଚଳିତ ବର୍ଷ କିମ୍ବା ଦୁର୍ଗା ପୂଜା ଆଦି ପାଇଁ ଯେଉଁ ଭଷାଣୀ ଶୋଭାଯାତ୍ରା ଆୟୋଜନ କରାଯାଉଛି ଯଦି ଆୟୋଜକ ମାନେ ମଦମୁକ୍ତ, ଡିଜେ ଶବ୍ଦମୁକ୍ତ ଶୋଭାଯାତ୍ରା କରିବେ ସେମାନଙ୍କୁ ୫ ହଜାର ଟଙ୍କାର ପୁରସ୍କାର ସହିତ ସମ୍ମାନିତ କରାଯିବ । ଏହା ସହ ପ୍ରେରଣାର ସ୍ୱେଚ୍ଛାସେବୀ, ଏନ୍ଏସ୍ଏସ୍ , ସ୍କାଉଟ ଗାଇଡ଼ ଆଦି ଛାତ୍ରଛାତ୍ରୀମାନେ ଏକ ମିଳିତ ଶୋଭାଯାତ୍ରରେ ବିଭିନ୍ନ ପ୍ଲାକାର୍ଡ ଧରି ଶୋଭାଯାତ୍ରା ଆୟୋଜନ କରିଥିଲେ ।




Powered by odothemes.com