book

ଜବରଦଖଲକାରୀଙ୍କ କବ୍ଜାରେ ଫୁଟପାଥ୍

64

ଭୁବନେଶ୍ୱର, (ବୁ୍ୟରୋ):ପୌରସଂସ୍ଥା ଅଧୀନରେ ଥିବା ଫୁଟପାଥ୍କୁ ତୁରନ୍ତ ଜବରଦଖଲମୁକ୍ତ କରିବା ପାଇଁ ରାଜ୍ୟ ସରକାର ଏବଂ ରାଜ୍ୟ ନଗର ଉନ୍ନୟନ ବିଭାଗ ନିଦେ୍ର୍ଦଶନାମା ଜାରି କରିଛନ୍ତି । ହେଲେ ଏ ପର୍ଯ୍ୟନ୍ତ ଏହାର କାର୍ଯ୍ୟକାରୀ ଦିଗରେ ସରକାର ଓ ପ୍ରଶାସନ ସମସ୍ତେ ନିରବଦ୍ରଷ୍ଟା । ଏଥି ମଧ୍ୟରେ ପ୍ରଶାସନ ୪ଟି ଚିଠି ଦେଇ ଜବରଦଖଲ ହୋଇଥିବା ଫୁଟପାଥ୍କୁ ମୁକ୍ତ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ମାତ୍ର ଏ ପର୍ଯ୍ୟନ୍ତ କେବଳ ୨୦ ଭାଗ ରାସ୍ତାରୁ ଜବରଦଖଲ ଉଚ୍ଛେଦ ହୋଇଛି । ସରକାରୀ ରିପୋର୍ଟ ଅନୁଯାୟୀ ଗତ ୧ ବର୍ଷ ମଧ୍ୟରେ ୮ରୁ ୧୨ଥର ଉଚ୍ଛେଦ ଅଭିଯାନ କରାଯାଇଛି । ରାଜ୍ୟର ୬୦ଟି ପୌର ସଂସ୍ଥାରେ ପଥଚାରୀଙ୍କ ପାଇଁ ଫୁଟ୍ପାଥ୍ ନାହିଁ । ପଥଚାରୀମାନେ ଗାଡ଼ି ଚଲା ବାଟରେ ବିପଦସଂକୁଳ ଅବସ୍ଥାରେ ଯାତାୟତ କରୁଛନ୍ତି । ୫ଟି ପୌର ନିଗମ ଓ ୪୫ ଟି ପୌର ସଂସ୍ଥାରେ ଥିବା ଫୁଟପାଥ୍ ମଧ୍ୟରୁ ୮୦ ଭାଗ ଫୁଟପାଥ୍ ଏବେ ଜବରଦଖଲକାରୀଙ୍କ କବ୍ଚାରେ । ସୁପ୍ରିମକୋର୍ଟଙ୍କ ସଡ଼କ ସୁରକ୍ଷା କମିଟିର ଫୁଟପାଥ୍ ମୁକ୍ତ ନିଦେ୍ର୍ଦଶକୁ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ନାହିଁ । ସରକାର ମଧ୍ୟ ଏହାକୁ ନେଇ ଚିନ୍ତାରେ । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହି ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଫୁଟପାଥ୍କୁ କବ୍ଚା କରି ଅନେକ ଅସାଧୁ ବ୍ୟବସାୟୀ ପସରା ମେଲାଇଥିବା ବେଳେ ହଇରାଣ ହେଉଛନ୍ତି ସାଧାରଣ ଜନତା । ଅନେକ ସମୟରେ ରାସ୍ତା ଉପରେ ଚାଲିବା କାରଣରୁ ମଧ୍ୟ ବିଭିନ୍ନ ଦୁର୍ଘଟଣାମାନ ଘଟୁଛି । ଯେଉଁ ଫୁଟପାଥଗୁଡ଼ିକ ଜବରଦଖଲ ହୋଇ ରହିଛି ତାହାକୁ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ନିଦେ୍ର୍ଦଶ ଦେଇଥିଲେ । ତଦନୁଯାୟୀ ଦେଶର ସମସ୍ତ ସହରାଞ୍ଚଳରେ ଫୁଟପାଥକୁ ମୁକ୍ତ କରିବା ପାଇଁ କଡ଼ା ନିଦେ୍ର୍ଦଶ ଜାରି କରାଯାଇଛି । ରାଜଧାନୀର କଟକ ରୋଡ଼ ହେଉ ବା ସହିଦନଗର ଅବା ପଟିଆ ସବୁ ଜାଗାରେ ଫୁଟପାଥ୍କୁ ମାଡ଼ି ବସିଛନ୍ତି ଜବରଦଖଲକାରୀ । ଗତବର୍ଷ ୧୨ଥର ଜବରଦଖଲ ଉଚ୍ଛେଦ କରାଯାଇଥିଲେ ମଧ୍ୟ ତା ପରେ ପୁନର୍ବାର ସେହି ଜାଗାରେ ଅଧିକରୁ ଅଧିକ ଜବରଦଖଲକାରୀ ଫୁଟପାଥ୍କୁ ମାଡ଼ି ବସୁଛନ୍ତି । କେବଳ ରାଜଧାନୀର ଏୟାରପୋର୍ଟଠାରୁ ଜୟଦେବ ବିହାର ପର୍ଯ୍ୟନ୍ତ ରାସ୍ତାରେ ଫୁଟପାଥ୍ ଦେଖାଯାଉଥିବା ବେଳେ ରାଜଧାନୀର ଅନ୍ୟ କୌଣସି ଜାଗାରେ ଫୁଟପାଥ୍ ଦେଖିବାକୁ ମିଳୁନାହିଁ । ଦୋକାନୀମାନେ ରାସ୍ତାକଡ଼ ଫୁଟପାଥ୍କୁ ମଡ଼ାଇ ଦୋକାନ ସମ୍ପ୍ରସାରଣ କରିବା ଫଳରେ ଆଉ ଫୁଟପାଥ୍ ପଥଚାରୀଙ୍କ ପାଇଁ ଉଦ୍ଦିଷ୍ଟ ହେଉ ନାହିଁ ବୋଲି ସଡ଼କ ପରିବହନ ବିଭାଗ ସୂଚନା ଦେଇଛି । ପୌରସଂସ୍ଥା ଅଧୀନରେ ଥିବା ଫୁଟପାଥ୍କୁ ତୁରନ୍ତ ଜବରଦଖଲମୁକ୍ତ କରିବା ପାଇଁ ରାଜ୍ୟ ସରକାର ଏବଂ ରାଜ୍ୟ ନଗର ଉନ୍ନୟନ ବିଭାଗ ନିଦେ୍ର୍ଦଶନାମା ଜାରି କରିଛନ୍ତି ହେଲେ ଏ ପର୍ଯ୍ୟନ୍ତ ଏହାର କାର୍ଯ୍ୟକାରୀ ଦିଗରେ ସରକାର ଓ ପ୍ରଶାସନ ସମସ୍ତେ ନିରବଦ୍ରଷ୍ଟା । ପ୍ରଶାସନ ନିଦେ୍ର୍ଦଶକ ଏଥି ମଧ୍ୟରେ ୪ଟି ଚିଠି ଦେଇ ସବୁ ପୌରସଂସ୍ଥାରେ ଜବରଦଖଲ ହୋଇଥିବା ଫୁଟପାଥ୍କୁ ମୁକ୍ତ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ମାତ୍ର ଏ ପର୍ଯ୍ୟନ୍ତ କେବଳ ୨୦ ଭାଗ ରାସ୍ତାରୁ ଜବରଦଖଲ ଉଚ୍ଛେଦ ହୋଇଛି । ସରକାରୀ ରିପୋର୍ଟ ଅନୁଯାୟୀ ଗତ ୧ ବର୍ଷ ମଧ୍ୟରେ ୮ରୁ ୧୨ଥର ଉଚ୍ଛେଦ ଅଭିଯାନ କରାଯାଇଛି । ସରକାରୀ ତଥ୍ୟ ଏବଂ ବାସ୍ତବତାକୁ ଲକ୍ଷ୍ୟ କଲେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିପାରିବ ।




Powered by odothemes.com