HATI-JALABANDI

ବୈତରଣୀ ଟାପୁରେ ୮ ହାତୀ ଜଳବନ୍ଦୀ

36

କେନ୍ଦୁଝର, ୫ା୯(ଆପ୍ର): ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁଁ ବୈତରଣୀ ନଦୀରେ ପ୍ରଖର ଜଳସ୍ରୋତ ଥିବାବେଳେ କେନ୍ଦୁଝର ଜିଲ୍ଲା ଏରେଣ୍ଡେଇ ଟାପୁରେ ୮ଟି ହାତୀ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ନଦୀରେ ଅଧିକ ପାଣି ପ୍ରବାହିତ ହେଉଥିବାରୁ ଆଜି ହାତୀମାନଙ୍କୁ ଉଦ୍ଧାର କରିବା ବନ ବିଭାଗ ପକ୍ଷରେ ସମ୍ଭବ ହୋଇନାହିଁ । ଗାଁ ଲୋକଙ୍କ ସହାୟତାରେ ବନ ବିଭାଗ ହାତୀପଲଙ୍କୁ ଧାନ, ନଡ଼ିଆ ଓ ବାଉଁଶପତ୍ର ଯୋଗାଉଛନ୍ତି ।  ସୂଚନାଯୋଗ୍ୟ ଯେ, ରବିବାର ରାତିରେ ଶିମିଳିପାଳ ଅଭୟାରଣ୍ୟରୁ ୮ଟି ହାତୀ ଖାଦ୍ୟ ଅନ୍ୱେଷଣରେ ପାଟଣା ରେଞ୍ଜକୁ ଆସିଥିଲେ । ଅନ୍ୟ ହାତୀମାନେ ନଦୀ ଟାପୁରେ ଥିବାବେଳେ ବର୍ଷା ଯୋଗୁଁ ନଦୀରେ ପ୍ରଖର ଜଳ ପ୍ରବାହ ହୋଇଥିଲା । ଏହି ଜଳ ସ୍ରୋତରେ ଛୁଆ ହାତୀଟି ଆସି ନପାରିରୁ ତାହାକୁ ଉଦ୍ଧାର କରିବାକୁ ଯାଇ ଏରେଣ୍ଡେଇ ଟାପୁରେ ହାତୀପଲ ଫଶି ଯାଇଥିଲେ । ନଦୀର ଉଭୟ ପାଶ୍ୱର୍ରେ ପ୍ରବଳ ଜଳ ପ୍ରବାହ ଥିବାରୁ ହାତୀମାନେ ଆସି ପାରିନଥିଲେ । ସୋମବାର ସକାଳେ ସ୍ଥାନୀୟ ଲୋକେ ହାତୀ ପଲଙ୍କୁ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚô ହାତୀଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଛନ୍ତି । ମାତ୍ର ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ବୈତରଣୀ ନଦୀ ପାର୍ ହୋଇ ଟାପୁରେ ପହଞ୍ଚôବା ସମ୍ଭବ ହେଉନାହିଁ । ଗତ ଦୁଇଦିନ ଧରି ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ଲାଗିରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେଣୁ ବୈତରଣୀରେ ଜଳସ୍ତର ଆହୁରି ବୃଦ୍ଧି ପାଇବ ବୋଲି ଜଣାପଡ଼ିଛି । ଏପରିସ୍ଥଳେ ହାତୀମାନଙ୍କୁ କିପରି ଉଦ୍ଧାର କରାଯିବ ସେ ନେଇ ଚିନ୍ତାରେ ପଡ଼ିଛି ବନ ବିଭାଗ ।

ସେଆର କରନ୍ତୁ:



Powered by odothemes.com