ଏପ୍ରିଲ ଶେଷରେ ମାଟ୍ରିକ୍ ଫଳ!

କଟକ, ୨୬ା୩ (ବୁ୍ୟରୋ): ଦଶ ଦିନ ମଧ୍ୟରେ ମାଟ୍ରିକ୍‍ ଖାତା ମୂଲ୍ୟାୟନ ଶେଷ ହେବାକୁ ଓଡିଶା ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ମିଆଦ ଘୋଷଣା କରାଯାଇଥିବାବେଳେ ତାହା ଧାର୍ଯ୍ୟ ସମୟ ପୂର୍ବରୁ ଶେଷ ହୋଇଛି । ଅର୍ଥାତ୍‍ ଗତ ୧୭ ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ୍‍ ପରୀକ୍ଷା ଖାତା ମୂଲ୍ୟାୟନ ୯ଦିନରେ ଶେଷ ହୋଇଥିବାରୁ ପରୀକ୍ଷା ଫଳ ଶୀଘ୍ର ପ୍ରକାଶ ପାଇବ ବୋଲି ବୋର୍ଡ ସଭାପତି ପ୍ରଫେସର ଦକ୍ଷ ପ୍ରସାଦ ନନ୍ଦ ସୂଚନା ଦେଇଛନ୍ତି । ସେ କହିଲେ, ମୂଲ୍ୟାୟନ ପରେ ୩ଟି ବିଷୟର ପରୀକ୍ଷା ଖାତା ଓ ମାର୍କ ତାଲିକାଗୁଡିକ ମାଧ୍ୟମିକ ଶିକ୍ଷା ବୋର୍ଡରେ ପହଞ୍ଚôସାରିଥିବାବେଳେ ଶେଷ ୫ଦିନର ପରୀକ୍ଷା ଖାତା ଆଜି ରାତି ସୁଦ୍ଧା ପହଞ୍ଚôବା ସମ୍ଭାବନା ଅଛି । ଅନ୍ୟପକ୍ଷରେ ରାଜ୍ୟ ବାହାରେ ଏକ କମ୍ପୁ୍ୟଟର କେନ୍ଦ୍ରରେ ଅବ୍‍ଜେକ୍‍ଟିଭ ପରୀକ୍ଷାର ଓଏମ୍‍ଆର ସିଟ୍ ସ୍କାନ କାର୍ଯ୍ୟ ଶେଷ ହୋଇ ମୂଲ୍ୟାୟନ କାର୍ଯ୍ୟ ଆଗେଇ ଚାଲିଛି । ତେଣୁ ଏପ୍ରିଲ ଶେଷ ସୁଦ୍ଧା ମାଟ୍ରିକ୍‍ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ବୋର୍ଡ ସଭାପତି ପ୍ରଫେସର ନନ୍ଦ କହିଛନ୍ତି ।