ରାଜପଥ ଅବରୋଧ କଲେ କୃଷକ

DSCN7985

ଭୁବନେଶ୍ୱର,୨୬ା୩(ବୁ୍ୟରୋ): ୨୯ ଦଫା ଦାବିରେ ନବନିର୍ମାଣ କୃଷକ ସଂଗଠନ ଜାତୀୟ ରାଜପଥକୁ ୨ ଘଣ୍ଟା ଧରି ଅବରୋଧ କରିଥିଲେ । ପଳାଶୁଣି ଓ ପୁରୀ ବାଇପାସ୍ ରାସ୍ତାରେ ହଜାର ହଜାର କୃଷକ ବସି ରହିଥିଲେ । ଅସହ୍ୟ ତାତିରେ ବାଡି ଖେଳ, ଗୀତ ଓ ନାଚରେ ମଜା ଉଠାଇଥିଲେ । ଫଳରେ ହଜାର ହଜାର ଗାଡିମଟର ଅଟକି ରହିଥିଲା । ରସୁଲଗଡରୁ କଟକ ପର୍ଯ୍ୟନ୍ତ ଗାଡଗୁଡିକର ଲମ୍ବା ଧାଡି ଲାଗିଥିଲା । ଆମ୍ବୁଲାନ୍ସ ବି ଯିବାକୁ ବାଟ ପାଇନଥିଲା । ଉତ୍ତେଜନା ଦେଖାଦେବାରୁ ପୁଲିସ୍ ମୃଦୁ୍ୟ ଲାଠି ଚାଳନା କରିଥିଲା । ଏହାପରେ କୃକେମାନେ ରାସ୍ତାରେ ବସି ରହିଥିଲେ । ସେମାନଙ୍କ ଦାବି ସମ୍ପର୍କରେ ସଚ୍ଚିବଙ୍କ ଆଲୋଚନାର ନକଲ ପାଇବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । କୃଷିଭିତ୍ତିଭୂମି, ରିଲିଫ୍କୋର୍ଡ ସଂଶୋଧନ ଓ ଧାନ ଉପରେ ସର୍ବନିମ୍ନ ୧୦୦ ଟଙ୍କା ବୋନସ୍ ପ୍ରଦାନ ଓ ଷଣ୍ଢ- ମାଙ୍କଡ ଦାଉରୁ ଚାଶୀକୂଳକୁ ରକ୍ଷା କରିବା ବିକ୍ଷୋଭକାରୀଙ୍କ ମୁଖ୍ୟ ଦାବିଥିଲା । ମୌଳିକ ଅଧିକାର ଦାବିରେ ହଜାର ହଜାର କୃଷକ ବିଧାନସଭା ସମ୍ମୁଖରେ ବିକ୍ଷୋଭ କରିବାକୁ ପହଞ୍ଚିବା ମାତ୍ରେ ପଳାଶୁଣି ନିକଟରେ ପୁଲିସ୍ ସେମାନଙ୍କୁ ଅଟକାଇଥିଲା । ସଂଗଠନ କରିଆସୁଥିବା ଦାବିର ସମାଧାନ ପାଇଁ ସରକାର ନେଇଥିବା ପଦକ୍ଷେପର ନକଲ ପାଇବା ପରେ ଫେରିଯିବେ ବୋଲି ସେମାନେ ଦାବି କରିଥିଲେ । ଏଥିରେ ବିଳମ୍ବ ହେବାରୁ କୃଶକମାନେ ରାସ୍ତାରେ ବସିବାକୁ ବାଧ୍ୟ ହୋଇଥିଲେ । ଚାଷୀ ଅସଂଗଠିତ, ଦୁର୍ବଳ ଓ ତା’ର ଶକ୍ତି ନାହିଁ କେହି ଭାବିବା ଯୁଗ ସମାପ୍ତି ଘଟବା ସେଙ୍ଗ ସମାନ । କୃଷକ ତା’ ୃଧିକାର ନେଇ ସଚେତନ ହେଲେଣି, ଆଗାମି ଦିନରେ ତା’ ମୌଳିକ ଅଧିକାରରୁ ବଞ୍ଚିତ ହେଲେ ସଂଗଠନ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବୋଲି କୃଷକ ନେତା ଅକ୍ଷୟ କୁମାର ତାଙ୍କ ଉଦ୍ବୋଧନରେ କହିଥିଲେ । ସରକାର ଲୋକଙ୍କ ବିକାଶ ରାସ୍ତାରେ ସାହାଯ୍ୟ ନକରି ରିଲିଫ୍ ଖିଆ କରିଦେଇଛନ୍ତି ବୋଲି ସଂଗଠନର ଉପଦେଷ୍ଟା ସୌମ୍ୟ ରଞ୍ଜନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଥିଲେ । ଚାଷୀମାନଙ୍କ ପାଇଁ ବିଦୁ୍ୟତ୍ ତାରିଫ୍ ବଢ଼ାଇ କୃଷକଙ୍କୁ ଶୋଷଣ କରିବା ନିତିରୁ ସରକାର ଦୁରରେ ରହିବାକୁ କୃଷକ ନେତାମାନେ ଏହି ବିକ୍ଷୋଭରେ ମତପୋଷଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମ୍ବାଦକ ରବି ଦାଶ, ସୂଚନାଅଧିକାରକର୍ମୀ ପ୍ରଦୀପ ପ୍ରଧାନ ଓ ଶେଷଦେବ ନନ୍ଦ ପ୍ରମୁଖ ଏହି ବିକ୍ଷୋଭରେ ଯୋଗଦେଇଥିଲେ ।