red-cross-program-(2)

ଭାରତକୁ ଯକ୍ଷ୍ମାମୁକ୍ତ କରିବାକୁ ଏଚ୍ଆଇଭି କର୍ମୀଙ୍କ ଦାବି

51

ଭୁବନେଶ୍ୱର, (ବୁ୍ୟରୋ): ଯକ୍ଷ୍ମା ନିୟନ୍ତ୍ରଣରେ ଗଣମାଧ୍ୟମର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଏକ ରାଜ୍ୟସ୍ତରୀୟ ସଚେତନତା ଶିବିର ସ୍ଥାନୀୟ ରେଡକ୍ରସ ଭବନଠାରେ କଳିଙ୍ଗନେଟୱାର୍କ ତରଫରୁ ଅନୁଷ୍ଠିତ ହୋଇଯାଇଛି । ଏହି ରାଜ୍ୟସ୍ତରୀୟ ଶିବିରରେ କଳିଙ୍ଗ ନେଟ୍ୱାର୍କ ଦ୍ୱାରା ପ୍ରୟୋଜିତ ପୋଷ୍ଟକାର୍ଡ ଅଭିଯାନର ଶୁଭ ଉନ୍ମୋଚନ କରାଯାଇଥିଲା । ୬୦୦୦ ପୋଷ୍ଟକାର୍ଡ ଜରିଆରେ ଏଚ୍ଆଇଭି କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱାସ୍ଥମନ୍ତ୍ରୀ ଜଗତ୍ପ୍ରକାଶ ନାଡ୍ୱାଙ୍କୁ ୧୦ଟି ପ୍ରସ୍ତାବକୁ ଗୁରୁତ୍ୱଦେଇ ଦେଶକୁ ଯକ୍ଷ୍ମାମୁକ୍ତରେ ପରିଣତ କରିବା ଲାଗି ଜରୁରୀ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ୬୦୦୦ ପୋଷ୍ଟକାର୍ଡରେ ମୁଦ୍ରିତ ୧୦ଟି ଦାବି ଭାରତର ମୁଖ୍ୟ ରାଜନୈତିକ ନେତାମାନଙ୍କର ଦୃଷ୍ଟିଆକର୍ଷଣ କରିବାକୁ ମଧ୍ୟ ସ୍ଥିର କରାଯାଇଛି । ଯଦ୍ୱାରା ଯକ୍ଷ୍ମା ମୁକ୍ତ ଭାରତ ଗଠନ ଦିଗରେ ପରିବର୍ତ୍ତିତ ଯକ୍ଷ୍ମା ନିୟନ୍ତ୍ରିତ କାର୍ଯ୍ୟକ୍ରମର ସେବା ସମସ୍ତଙ୍କ ପାଖରେ ପହଞ୍ଚି ପାରିବ । ୨୦୧୫ ରେ ସ୍ୱାସ୍ଥ୍ୟମନ୍ତ୍ରୀ ଜଗତପ୍ରକାଶ ନାଡ୍ୱା ଯକ୍ଷ୍ମାମୁକ୍ତ ଭାରତର ଆୟମାରମ୍ଭ କରିଥିଲେ । ମାତ୍ର ଏହା ଭିତରେ ଦୀର୍ଘ ଦିନ ବତିଯାଇଥିଲେ ସୁଦ୍ଧା ସରକାରଙ୍କ ପରବର୍ତ୍ତୀ ଯକ୍ଷ୍ମାନିୟନ୍ତ୍ରଣ କାର୍ଯ୍ୟକ୍ରମର ବିଭିନ୍ନ ନୀତି ଓ କାର୍ଯ୍ୟକାରୀତାରେ ବିଫଳ ହୋଇଛନ୍ତି ବୋଲି ଅନୁଷ୍ଠାନର ସଭାପତି ପ୍ରଭାସିନୀ ପ୍ରଧାନ ବିଭିନ୍ନ ତଥ୍ୟ ଆଧାରରେ ପ୍ରକାଶ କରିଛନ୍ତି । ଯେହେତୁ ଆମ ସରକାରଙ୍କ ନେତୃସ୍ଥାନୀୟ ବ୍ୟକ୍ତିମାନେ ଯକ୍ଷ୍ମାନିୟନ୍ତ୍ରଣ ଓ ଦମନ ପାଇଁ ଦୃଷ୍ଟି ଦେଉନାହାନ୍ତିଁ ଏଣୁ ୬୦୦୦ ପୋଷ୍ଟକାର୍ଡ ହୁଏତ ରାଜନେତାଙ୍କ ତରଫରୁ ବର୍ଷେ ତଳେ ଦିଆଯାଇଥିବା ପ୍ରତିଶ୍ରୁତିକୁ ମନେପକାଇବାରେ ସାହାର୍ଯ୍ୟ କରିବ । ଭାରତରେ ପ୍ରତିବର୍ଷ ୨ଲକ୍ଷ ୫୦ ହଜାର ଲୋକ ଯକ୍ଷ୍ମାରୋଗରେ ପ୍ରାଣ ହରାଉଛନ୍ତି ଏବଂ ୨୦ ଲକ୍ଷ ଲୋକ ଆକ୍ରାନ୍ତ ହେଉଛନ୍ତି । ବିଶେଷ କରି ଏଚ୍ଆଇଭି ଥିବା ଲୋକଙ୍କ କ୍ଷେତ୍ରରେ ଯକ୍ଷ୍ମାରୋଗ ସହଜରେ ବ୍ୟାପୁଛି ଓ ଅଧିକାଂଶ ଏଚ୍ଆଇଭି ପିଡିତମାନେ ଯକ୍ଷ୍ମାରେ ପଡି ଅକାଳ ମୃତୁ୍ୟ ବରଣ କରୁଛନ୍ତି । ଏବେ ବି ଯକ୍ଷ୍ମାନିୟନ୍ତ୍ରଣ କାର୍ଯ୍ୟକ୍ରମର ପ୍ରତିଷେଧ ମୂଳକ ଯୋଜନା ରୋଗୀ ଚିହ୍ନଟ ତଥା ଚିକିତ୍ସା କରିବା ଭଳି ସେବା ଭାରତରେ ପାଖାପାଖି ୨.୧ ମିଲିୟନ ଲୋକଙ୍କ ପାଇଁ ଅପହଞ୍ଚ ରହିଛି । ଆଶା ରହିଛି ମୁଦ୍ରିତ ୬୦୦୦ ପୋଷ୍ଟକାର୍ଡ ରାଜନେତା ମାନଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ବିଷୟରେ ସଜାଗ କରିବ । କଳିଙ୍ଗନେଟୱାର୍କର ପ୍ରତିଷ୍ଠାତା ଇଂ ଅଜୟ କୁମାର ପାତ୍ର ପୂର୍ବରୁ ନିଜେ ଯକ୍ଷ୍ମରୋଗରେ ପଡି ଅସହ୍ୟ ଯନ୍ତ୍ରଣା ଭୋଗକରୁଥିଲେ । ଯଦିଓ ଯକ୍ଷ୍ମାପାଇଁ ପ୍ରତିଶୋଧକ ରହିଛି ଏହାକୁ ସଠିକ ଚିକିତ୍ସାଦ୍ୱାରା ସଂପୂର୍ଣ୍ଣ ଆରୋଗ୍ୟ କରିହେବ । ମାତ୍ର ଚିହ୍ନଟ ଏବଂ ଉପଯୁକ୍ତ ଚିକିତ୍ସା ଅଭାବରୁ ଆମ ଅଖିସାମ୍ନାରେ ଅନେକ ମରିବାର ଦେଖିବାକୁ ମିଳୁଛି । ପ୍ରଧାନମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କର ପ୍ରତିଶ୍ରୁତି ଯଥାସମ୍ଭବ ପୂର୍ବରୁ ପାଳନ କରବା ବିଧେୟ ବୋଲି ସେ ପ୍ରକାଶ କରିଛନ୍ତି ।

ସେଆର କରନ୍ତୁ:



Powered by odothemes.com