a-nkn-kusaputalika-daha--(2)

ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଚୟନରେ ଅନିୟମିତତା

32

ଭୁବନେଶ୍ୱର, (ବୁ୍ୟରୋ): ରାଜ୍ୟ ସରକାରଙ୍କ ତରଫରୁ ପ୍ରଦାନ କରାଯିବାକୁ ଥିବା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର-୨୦୧୫ର ଚୟନ ପ୍ରକି୍ରୟାରେ ବ୍ୟାପକ ଅନିୟମିତା ଅଭିଯୋଗ ଅଣିଛି ଓଡ଼ିଶା ବିକାଶ ପରିଷଦ । ବିଭାଗୀୟ ସଚିବ ଏବଂ ମନ୍ତ୍ରୀ ନିଜ ସ୍ୱାର୍ଥରେ ଏଭଳି କାର୍ଯ୍ୟ କରିଛନ୍ତି । ଆର୍ଶୀବାଦ ବେହେରାଙ୍କ ନାମରେ ଅନେକ କେଳେଙ୍କାରୀ ଓ ତନ୍ମୟ ଦାସଙ୍କୁ କ୍ରୀଡା ସାମ୍ବାଦିକ ପୁରସ୍କାର ଭଳି ଘଟଣାରୁ ସ୍ପଷ୍ଟ ଜଣାପଡୁଛି ଯେ ଦୁର୍ନୀତି ହୋଇଛି । ଶ୍ରୀ ଦାସ କୌଣସି ସରକାରୀ କିମ୍ବା ପ୍ରତିଷ୍ଠିତ ଗଣମାଧ୍ୟମର ସମ୍ବାଦିକ ହୋଇନଥିବା ବେଳେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରିବା କେତେ ଯୁକ୍ତିଯୁକ୍ତ ବୋଲି ପରିଷଦ ପ୍ରଶ୍ନ କରିଛି । ଏହାର ପ୍ରତିଦାବରେ ଆଜି ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ରାମମନ୍ଦିର ଛକରେ ବିକ୍ଷୋଭ ପଦର୍ଶନ କରାଯାଇଛି । ବିକ୍ଷୋଭ କରିବା ସହ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା ।




Powered by odothemes.com