abvp-pakhyaru-revenshaw-revenshaw-gat-sanmukhyare-bikhyaba-(4)

ପ୍ରତିବାଦରେ ରେଭେନ୍ସା ଫାଟକ ଆଗରେ ଧାରଣା

38

ଛାତ୍ରନେତା ଗିରଫ ଘଟଣା
କଟକ,୨୬ା୮(ବୁ୍ୟରୋ): ଆଗକୁ ରେଭେନ୍ସା ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନ । ଏହାକୁ ନେଇ ଏଠାରୁ ବିଶ୍ୱବିଦ୍ୟାଳୟରେ ନିର୍ବାଚନ ଉଷ୍ମତା ଦେଖାଦେଇଥିବା ବେଳେ ଶାସକ ଦଳର ଜଣେ ପ୍ରମୁଖ ଛାତ୍ରନେତା ଗିରଫ ହେବା ଘଟଣାକୁ ଏବେ ବିରୋଧୀ ଛାତ୍ରଗୋଷ୍ଠୀ ମୁଖ୍ୟ ଅସ୍ତ୍ର ଭାବେ ନେଇଥିବା ଜଣାପଡିଛି । ତେବେ ନିକଟ ଅତୀତରେ ବିଶ୍ୱବିଦ୍ୟାଳୟର ପିଜି ଷଷ୍ଠ ବର୍ଷର ଛାତ୍ର ଏକ୍ରାମ ଖାନ୍ ଓରଫ ବବି(୨୫) ଜଣେ ରେଭେନ୍ସା ଛାତ୍ରୀଙ୍କୁ ବଳାତ୍କାର କରିବା ଏବଂ ଅଶ୍ଳୀଳ ଭିଡିଓକୁ ନେଇ ବ୍ଲାକମେଲିଂ କରିବା ଅଭିଯୋଗ ହେବା ପରେ ପୁଲିସ୍ ତାଙ୍କୁ ଗିରଫ କରିଥିଲା । ଯାହାକୁ ନେଇ ଏବେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଛାତ୍ର ବିଜେଡି ପକ୍ଷରୁ ନିର୍ବାଚନ ପଶାପାଲିକୁ ସମ୍ପୂର୍ଣ୍ଣ ଓଲଟ ପାଲଟ କରିଦେଇଛି । ସେହିପରି ଛାତ୍ରନେତାଙ୍କ ଗିରଫଦାରୀ ଛାତ୍ର ସଂସଦ ନିର୍ବାଚନ ପାଇଁ ଶାସକ ଦଳ ପାଇଁ କାଳ ହୋଇଥିବା ବେଳେ ଏହାକୁ ବିରୋଧୀ ଅଖିଳ ଭାରତୀୟ ବିଦ୍ୟାର୍ଥି ପରିଷଦ ମୁଖ୍ୟ ନିର୍ବାଚନୀ ପ୍ରସଙ୍ଗ କରିଛି । ଫଳରେ ଆଜି ଏବିଭିପି ପକ୍ଷରୁ ଶୁକ୍ରବାର ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକକୁ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏନେଇ ଆଜି କ୍ୟାମ୍ପସ ସଂଗଠକ ଐଶ୍ୱର୍ଯ୍ୟା ମହାପାତ୍ର କହିଛନ୍ତି ଯେ ବିଜେଡି ସରକାର ନାରୀମାନଙ୍କ ସମ୍ମାନର କଥା କହୁଥିବା ବେଳେ ତାଙ୍କ ଦଳର ଛାତ୍ରନେତା ଜଣେ ଛାତ୍ରୀଙ୍କୁ ଦୀର୍ଘ ୩ବର୍ଷ ଧରି ବଳାତ୍କର କରିବା ଓ ତାଙ୍କୁ ବ୍ଲାକମେଲଂ କରିବା ସମଗ୍ର ବିଶ୍ୱବିଦ୍ୟାଳୟର ଐତିହ୍ୟକୁ କ୍ଷୁଣ୍ଣ କରୁଛି । ଏହି ଯୌନ କେଳେଙ୍କାରୀ ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ବବିଙ୍କ ସହଯୋଗୀମାନଙ୍କ ତୁରନ୍ତ ଗିରଫ କରିବ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିଷଦ ପକ୍ଷରୁ ଦାବି କରାଯାଇଥିଲା । ତେବେ ଘଟଣା ସ୍ଥଳରେ ମାଲଗୋଦାମ ଥାନା ଅଧିକାରୀ ଓ ବିଶ୍ୱବିଦ୍ୟାଳୟର କୁଳସଚିବ ମହେଶ୍ୱର ଅଗସ୍ତି ପହଞ୍ଚô ଉତ୍ତେକ୍ତ୍ୟ ଛାତ୍ରଛାତ୍ରୀମାନଙ୍କୁ ପ୍ରତିଶ୍ରୃତି ପ୍ରଦାନ କରିବା ପରେ ପରିଷଦ ପକ୍ଷରୁ ଧାରଣା ପ୍ରତ୍ୟାହୃତ କରାଯାଇଥିଲା ।

ସେଆର କରନ୍ତୁ:



Powered by odothemes.com