iiit

ବୈଷୟିକ ଅଭିନବୀକରଣ ଓ ବୈଜ୍ଞାନିକ ପ୍ରୟୋଗକୁ କ୍ରିୟାଶୀଳ କରାଯିବ

42

ଭୁବନେଶ୍ୱର (ବୁ୍ୟରୋ): ଏକବିଂଶ ଶତାବ୍ଦୀରେ ଭାରତ ସାମ୍ନାରେ ଅନେକ ସୁଯୋଗ ଓ ଆହ୍ୱାନ ରହିଛି । ଏହି ଆହ୍ୱାନକୁ ସମ୍ମୁଖୀନ ହେବାକୁ ଉପଯୁକ୍ତ ବୈଷୟିକ ଜ୍ଞାନକୌଶଳ ଏକାନ୍ତ ଆବଶ୍ୟକ । ଆମ ଦେଶ ପରିପ୍ରେକ୍ଷୀରେ ସଠିକ୍ ବୈଷୟିକ କୌଶଳର ପ୍ରୟୋଗ ଅନେକ ସମସ୍ୟାର ସମାଧାନ କରିବାକୁ ସମର୍ଥ । ଉପଯୁକ୍ତ ବୈଷୟିକ ଜ୍ଞାନକୌଶଳର ବିକାଶ ପାଇଁ ଛାତ୍ର, ଗବେଷକ ତଥା ଅଧ୍ୟାପକମାନେ କାର୍ଯ୍ୟ କରିବାକୁ ରାଜ୍ୟପାଳ ଡ. ଏସ୍ସି ଜମିର ଆଇଆଇଆଇଟିର ପ୍ରଥମ ସମାବର୍ତ୍ତନ ଉତ୍ସବରେ ସଭାପତିତ୍ୱ କରିବା ଅବସରରେ ପରାମର୍ଶ ଦେଇଛନ୍ତି । ପ୍ରଗତି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ତଥା ଅର୍ଥନୀତିଜ୍ଞ ସମୃଦ୍ଧିକୁ ଆଗକୁ ନେବାକୁ ଦେଶ ବହୁ ସଂଖ୍ୟାରେ ଯନ୍ତ୍ରୀ, ସୂଚନା ପ୍ରଯୁକ୍ତି ବିଶେଷଜ୍ଞ ଓ ମ୍ୟାନେଜମେଣ୍ଟ ବିଶେଷଜ୍ଞଙ୍କୁ ଆବଶ୍ୟକ କରେ । ସ୍ୱାସ୍ଥ୍ୟସେବା, ସବୁଜ ଶକ୍ତି, ଦେଶର ନିରାପତ୍ତା ତଥା ବିଶ୍ୱ ଅର୍ଥନୀତିରେ ଭାରତର ସ୍ଥାନକୁ ସୁଦୃଢ଼ କରିବା ପାଇଁ ଭବିଷ୍ୟତକୁ ଦୃଷ୍ଟିରେ ରଖି ଭାରତ ପ୍ରସ୍ତୁତ ରହିବା ଆବଶ୍ୟକ । ଏଥିନିମନ୍ତେ ବୈଜ୍ଞାନିକ ଜ୍ଞାନକୌଶଳର ବିଶେଷ ପ୍ରୟୋଗର ପ୍ରୟୋଜନୀୟତା ରହିଛି । ସଂପ୍ରତି ପ୍ରତିଯୋଗିତାରେ ତିଷ୍ଠିବାକୁ ହେଲେ ଛାତ୍ରମାନଙ୍କୁ ପ୍ରସ୍ତୁତ ରହିବା ନିମନ୍ତେ ପାଠ୍ୟକ୍ରମରେ ଆବଶ୍ୟକ ଉନ୍ନତି ଏକାନ୍ତ ଜରୁରୀ । ଛାତ୍ରମାନଙ୍କୁ ବୈଜ୍ଞାନିକ ଜ୍ଞାନକୌଶଳର ବ୍ୟବହାର ବ୍ୟତୀତ ନୂତନ ଜ୍ଞାନକୌଶଳର ସୃଜନ ଉପରେ ଗୁରୁତ୍ୱ ଦେବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି ।
ଆଇଆଇଆଇଟି, ଭୁବନେଶ୍ୱର ଏକ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ ହେବା ସହିତ ଗୁଣାତ୍ମକ ଶିକ୍ଷା ଓ ଗବେଷଣା ପ୍ରଦାନ କରିବା ସହ ଉଚ୍ଚମାନର ମାନବସମ୍ବଳ ସୃଷ୍ଟି କରିବ ବୋଲି ରାଜ୍ୟପାଳ ଆଶାପ୍ରକାଶ କରିଥିଲେ ।
ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷାକୁ ଏକ ନିରନ୍ତର ପ୍ରକ୍ରିୟା ଭାବରେ ବର୍ଣ୍ଣନା କରି ଜୀବନରେ ଆହ୍ୱାନକୁ ଏକ ସକାରାତ୍ମକ ମନୋଭାବ ସହିତ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶାକୁ ସୂଚନା ପ୍ରଯୁକ୍ତି ଶିଳ୍ପର ଏକ ପ୍ରମୁଖ ସ୍ଥଳ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ ଅବ୍ୟାହତ ରଖିଛନ୍ତି । ଆଇସିଟି ପଲିସି, ଶିଳ୍ପନୀତି-୨୦୧୫ ଏବଂ ପ୍ରଗତିଶୀଳ ଷ୍ଟାଟ୍ଅପ୍ ପଲିସି ସଂପର୍କରେ ସୂଚନା ଦେଇ ଏହା ଉଦ୍ୟୋଗୀମାନଙ୍କ ପାଇଁ ବ୍ୟାପକ ସୁବିଧାସୁଯୋଗ ସୃଷ୍ଟି କରିବା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।




Powered by odothemes.com