Sisunku-chenka

ହରିଚନ୍ଦନପୁରରେ ଶିଶୁକୁ ନିଆଁ ଚେଙ୍କ

40

କେନ୍ଦୁଝର (ଆପ୍ର): ଅନ୍ଧବିଶ୍ୱାସର ଶିକାର ହୋଇ ଚାରି ମାସରେ ଶିଶୁ କନ୍ୟାକୁ ଚେଙ୍କ ଦିଆଯାଇଥିବା ଜଣାପଡିଛି । କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ଠାରୁ ୮ କିମି ଦୂର ହରିଡାଗୋଠ ଗ୍ରାମରେ ଏଭଳି ଘଟଣା ଘଟିଥିବା ଖବର ମିଳିଛି । ମିଳିଥିବା ସୂଚନା ମୁତାବକ ହରିଚନ୍ଦନପୁର ବ୍ଲକ୍ ହରିଡାଗୋଠ ଗ୍ରାମର ରାମ ମୁଣ୍ଡାଙ୍କ ଚାରି ମାସର ଶିଶୁ କନ୍ୟା ଗୁରୁବାରୀ ମୁଣ୍ଡାଙ୍କୁ ନିଆଁ ଚେଙ୍କ ଦିଆଯାଇଛି । ହେଲେ ଏପର୍ଯ୍ୟନ୍ତ ଚେଙ୍କ ଦିଆଯାଇଥିବା ଶିଶୁକୁ ଡାକ୍ତରୀ ଚିକିତ୍ସା କରାଯାଇନାହିଁ ବୋଲି ଗ୍ରାମବାସୀଙ୍କ ଠାରୁ ପ୍ରକାଶ । ନିରୀହ ଗୁରୁବାରୀ ଯନ୍ତ୍ରଣାରେ ଛଟପଟ ହେଉଥିଲେ ମଧ୍ୟ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇନାହିଁ । ପୂର୍ବରୁ ମଧ୍ୟ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଟାଙ୍ଗିରିଆପାଳ ପଞ୍ଚାୟତରେ ଜଣେ ଶିଶୁକୁ ଚେଙ୍କ ଦିଆଯାଇଥିଲା । ଏଭଳି ଅନ୍ଧବିଶ୍ୱାସ ଜିଲ୍ଲାର ନିରୀହ ଆଦିବାସୀଙ୍କ ଉପରେ ପ୍ରଭାବ ବିସ୍ତାର କରୁଥିଲେ ମଧ୍ୟ ଏହାକୁ ରୋକିବାରେ ଜିଲ୍ଲା ପ୍ରଶାସନ ଆଖିଦୃଶିଆ ପଦକ୍ଷେପ ନେଉନଥିବାରକୁ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି ।

ସେଆର କରନ୍ତୁ:



Powered by odothemes.com