MAHADEI-JODA

ମହାଦେଇଯୋଡ଼ାରେ ଗଲାଣି ୧୦ ଜୀବନ

45

କେନ୍ଦୁଝର (ଆପ୍ର): କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ମହାଦେଇଯୋଡା ପଞ୍ଚାୟତରେ ଏବେ ଅଜଣା ଜ୍ୱର ଆତଙ୍କ ଦେଖାଯାଇଛି । ଗତ ୩୬ ଦିନରେ ଏଥିରେ ୧୦ ଜଣଙ୍କ ମୃତୁ୍ୟ ହୋଇଥିବା କୁହାଯାଉଛି । ମହାଦେଇଯୋଡା ପଞ୍ଚାୟତରେ ଗତ ୪ ମାସରେ ଲୋକଙ୍କୁ ବିଭିନ୍ନ ଜ୍ୱର ହେଉଥିବା ବେଳେ ଶତାଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇଛନ୍ତି । ୩୬ ଦିନରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି । ଜିଲ୍ଲା ସଦର ମହକୁମା ଠାରୁ ମାତ୍ର ୧୨କିମି ଦୁରରେ ଥିବା ମହାଦେଇଯୋଡା ପଞ୍ଚାୟତର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭର କରି ଚଳୁଥିବା ବେଳେ ଏବେ ଏହି ଅଜଣା ଜ୍ୱରରେ ଆତଙ୍କିତ ହୋଇପଡିଛନ୍ତି । ଏପରିକି ଏହି ଅଜଣା ଜ୍ୱରରେ ମୃତୁ୍ୟ ହେଉଥିବା ଶିଶୁଙ୍କ ଅନ୍ତ୍ୟେଷ୍ଟି କିମ୍ବା ଶୁଦ୍ଧି କ୍ରିୟା ପାଇଁ ମଧ୍ୟ ସେମାନଙ୍କ ପରିବାର ଅସମର୍ଥତା ପ୍ରକାଶ କରୁଛନ୍ତି ।କିଛି ଦିନ ତଳେ ସ୍ୱାସ୍ଥ ବିଭାଗ ପକ୍ଷରୁ ଏହି ପଞ୍ଚାୟତରେ ଏକ ସ୍ୱାସ୍ଥ୍ୟ ଶିବିର ହୋଇଥିଲେ ମଧ୍ୟ ଲୋକଙ୍କୁ ମାଗଣା ଚିକିତ୍ସା କିମ୍ବା ଔଷଧ ଯୋଗାଇ ଦିଆଯାଇନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ଏହି ଅଜଣା ରୋଗରେ ଆକ୍ରାନ୍ତଙ୍କୁ ସଠିକ ଚିକିତ୍ସାରେ ଅବହେଳା ପ୍ରଦର୍ଶନ କରାଯାଇଥିବାରୁ ମୃତୁ୍ୟସଂଖ୍ୟା ବଢିଛି ବୋଲି କେତେକ ଅଭିଯୋଗ କରିଛନ୍ତି । ଏହି ରୋଗରେ ଆକ୍ରାନ୍ତ ତଥା ମୃତୁ୍ୟ ହୋଇଥିବା ଲୋକଙ୍କ ପରିବାରକୁ ଡାକ୍ତରଖାନାରୁ ତଡି ଦିଆଯିବା ଭଳି ଅଭିଯୋଗ ରହିଛି । ବର୍ତ୍ତମାନ ସୁଦ୍ଧା କୋ÷÷ଣସି ବିଷେଷଜ୍ଞ ଦଳ ଗାଁ କୁ ଯାଇ ମୃତୁ୍ୟର କାରଣ ସମ୍ପର୍କରେ ଜାଣିବାକୁ ଚେଷ୍ଟା ନକରିବା ସ୍ୱାସ୍ଥ୍ୟ ବିଭାଗର ଉଦାସୀନତାକୁ ପଦାରେ ପକାଇଛି । ମୁଖ୍ୟ ଚିକିତ୍ସାଳୟରେ ଜଣେ ୩ ବର୍ଷର ଶିଶୁର ମ୍ୟାଲେରିଆରେ ମୃତୁ୍ୟ ହୋଇଥିବା କୁହାଯାଇଥିଲେ ମଧ୍ୟ ସିଡିଏମଓ କିନ୍ତୁ ଏହାକୁ ଅନ୍ୟ ଏକ ରୋଗ ବୋଲି କହୁଛନ୍ତି । ଏହି ରୋଗ ପାଇଁ ବାହାରୁ ଔଷଧ କିଣିବାକୁ ସେ ମନା କରିବା ସହ ଏଭଳି ପରାମର୍ଶ ଦେବାକୁ ସେ ଡାକ୍ତରଙ୍କୁ ମନା କରିବେ ବୋଲି କହିଛନ୍ତି । ଏହାଛଡା ଡାକ୍ତରଖାନାରୁ ରୋଗୀ ତଥା ସେମାନଙ୍କ ସମ୍ପର୍କୀୟଙ୍କୁ ବାହାର କରିଦେବା ଘଟଣାକୁ ସେ ନିନ୍ଦା କରିବା ସହ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି । ଏସମ୍ପର୍କରେ ଜିଲ୍ଲାପାଳଙ୍କୁ ସମସ୍ତ ଘଟଣା ଅବଗତ କରିବା ସହ ଦୃଢ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com