ashru-2-(1)

ଷଷ୍ଠ ଦିନରେ କଳାପତାକା ପଟୁଆର

40

ଭୁବନେଶ୍ୱର, (ବୁ୍ୟରୋ): ଆଜିକୁ କଳା ପତାକା ପଟୁଆର ୪୭ ଦିନରେ ଓଡ଼ିଆଙ୍କର ହୃଦୟରେ ବସା ବାନ୍ଧିଥିବା ‘ଛୋଟ ମୋର ଗାଁଟି’ର ଉପସ୍ଥାପକ ମଞ୍ଚ ତଥା ସିନେମା ଜଗତରେ ଛାପ ସୃଷ୍ଟି କରିପାରିଥିବା ଅଭିନେତା ଅଶ୍ରୁମୋଚନ, ଓଡ଼ିଆର ପୁଅ ସୁଦୂର ବାଙ୍ଗାଲୋରରେ ରହି ତାଙ୍କ ଭାଷାରେ ସିନେମାରେ ଅଭିନେତା ଭାବେ ଅଭିନୟ କରି ବେଶ୍ ସୁଖ୍ୟାତି ଅର୍ଜନ କରିବା ପରେ ଓଡ଼ିଶାରେ ଓଡ଼ିଆରେ ସିନେମା କରିବା ପାଇଁ ପାଦ ଥାପିଥିବା ଉଦୟନ ଅପରାଜିତ୍, ସରକାରଙ୍କୁ ତଥା ଜନ ସାଧାରଣଙ୍କୁ ଜନ ଚେତନା ଜାଗ୍ରତ କରାଇବାରେ ପ୍ରତିଦିନ ଯେ ଚଳଚଞ୍ଚଳ ହୋଇ ‘କଟାକ୍ଷ’ ମାଧ୍ୟମରେ ସଚେତନ କରାଉଥିବା କିଶୋର ରଥ ଏବଂ ସୁଦୂର ଯୋଡା ଅଞ୍ଚଳରେ ୩୦ ଦିନ ଧରି ନୀରବଚ୍ଛିନ ଭାବେ କଳା ପତାକା ପଟୁଆର କରି ଓଡ଼ିଶାର ଜନ ଚେତନା କରି ଜାଗ୍ରତ କରାଇଥିବା ସୁକାନ୍ତ ବାନା ପ୍ରମୁଖଙ୍କ ଯୋଗଦାନ ଆଜିର ଭାଷା ଆନେ୍ଦାଳନକୁ ଶକ୍ତି ଯୋଗାଇଛି ତାହା ନୁହେଁ, ନୂତନ ଉନ୍ମାଦନା ସୃଷ୍ଟି କରିପାରିଛି । ଏହି ଅବସରରେ ଓଡ଼ିଶା ଶାସନ ଚାଲିବା ପାଇଁ ଆଇନରେ ଦଣ୍ଡ ବିଧାନ ବ୍ୟବସ୍ଥା କରିବା ପର୍ଯ୍ୟନ୍ତ ଏହି ଆନେ୍ଦାଳନକୁ ସମଗ୍ର ପୁର ପଲ୍ଲୀରେ ପହଞ୍ଚାଇବା ପାଇଁ ଉଦ୍ୟମ କରିବା ପାଇଁ ଆଜିର ପଟୁଆରରେ ଭାଗ ନେଇଥିବା ଭାଷା ପ୍ରାଣମାନଙ୍କ ଶପଥ ନେବା ସରକାରଙ୍କୁ ନିଶ୍ଚିତ ଭାବେ ମହଙ୍ଗା ପଡିବ ବୋଲି ମତ ପ୍ରକାଶ ପାଇଛି । ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବା ପରିପ୍ରେକ୍ଷୀରେ ପ୍ରତ୍ୟେକ ଗାଁ ଗାଁରେ ବୁଲି ଓଡ଼ିଆ ଭାଷାକୁ ସରକାର ଭାଷାରେ ପରିଣତ ନ କରିବା ପାଇଁ ସରକାରଙ୍କ ଅପଚେଷ୍ଟା ନିଶ୍ଚିତ ଭାବେ ପଦାରେ ପଡିବ । ଅଧ୍ୟକ୍ଷ ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଠାରୁ କଳା ପତାକା ଗ୍ରହଣ କରି ୫ ଘଟିକା ସମୟରେ ବିଧାନସଭା ସମ୍ମୁଖ ନବକୃଷ୍ଣ ଚୋ÷ଧୁରୀଙ୍କ ପ୍ରତିମୂର୍ତ୍ତି ନିକଟରୁ ଆନେ୍ଦାଳନକାରୀମାନେ ମଧୁବାବୁଙ୍କ ପ୍ରତିମୂର୍ତ୍ତି ପଟୁଆରରେ ଆସିବା ପରେ ଭାଷା ଆନେ୍ଦାଳନର ସଭାପତି ପ୍ରଦୁ୍ୟମ୍ନ ଶତପଥୀ ଓ ଆବାହକ ପବିତ୍ର ମହାରଥା ମଧୁବାବୁଙ୍କ ନିକଟକୁ ପାଛୋଟି ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ତୁଷାରକାନ୍ତ ଶତପଥୀ, ଅଜୟ ଜେନା, ରମେଶ ପରିଡା, ଆଶିଷ ବେହେରା, ନବ କିଶୋର ପ୍ରଧାନ, ପ୍ରମୋଦ ଦେବ, ସ୍ୱଦେଶ ଦାସ, ମାଧବା ନନ୍ଦ ଭୋଇ, ଅବ୍ଦୁଲ ମଲାମ, ଅମରେଶ ବିଶ୍ୱାଳ, ଗୋବିନ୍ଦ ଚନ୍ଦ୍ର ଶତପଥୀ, ଲଲାଟେନ୍ଦୁ ପ୍ରଧାନ, ରାଜେଶ ସେଠୀ, ମନୋଜ ଷଡଙ୍ଗୀ, ଅନୁସୟା ଆଚାର୍ଯ୍ୟ, ବେଣୁଧର ହରିଚନ୍ଦନ, ଷ୍ଟାଲିନ ଦାସ, ବୈକୁଷ୍ଠ ନାୟକ, ଅଭିଜିତ ଦାସ, ଗଣେଷ ପରିଡା ପ୍ରମୁଖ ସାମିଲ ହୋଇ ଭାଷା ଆନେ୍ଦାଳନକୁ ଆହୁରି ତୀବ୍ରତର କରି ରାଜ୍ୟର ସମସ୍ତ କୋଣ ଅନୁକୋଣକୁ ବ୍ୟାପକ କରିବା ପାଇଁ ଶପଥ ନେଇଥିଲେ ବୋଲି ଆବାହକ ପବିତ୍ର ମହାରଥା ଜଣାଇଛନ୍ତି ।

ସେଆର କରନ୍ତୁ:



Powered by odothemes.com