kenarapada--hidare-pasaba-sisauamrauata

ଆସିଲାନି ଆମ୍ବୁଲାନ୍ସ, ହିଡ଼ରେ ପ୍ରସବ

35

ଡାକ୍ତରଖାନାରେ ଶିଶୁ ମୃତ
କେନ୍ଦ୍ରାପଡ଼ା (ଆପ୍ର): ରାଜ୍ୟ ସରକାର ସ୍ୱାସ୍ଥ୍ୟସେବାକୁ ଯଥେଷ୍ଟ ଗୁରୁତ୍ୱ ଦେଉଥିବା ବେଳେ ବିଭାଗୀୟ ଅଧିକାରୀ ତଥା କର୍ମଚାରୀଙ୍କ ମନମାନୀ ଯୋଗୁ ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟସେବା ଭୁଶୁଡ଼ି ପଡ଼ିଥିବା ଅଭିଯୋଗ ହୋଇଛି । ଏହି ପରି ଏକ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡା ଥାନା ଅନ୍ତର୍ଗତ ଲୁଣାମାଟିଆ ଜଙ୍ଗଲ ଘେରି ଅଞ୍ଚଳରେ । ଗର୍ଭଯନ୍ତ୍ରଣା ଅନୁଭବ କରୁଥିବା ମହିଳାଙ୍କ ପରିବାର ଲୋକେ ବାରମ୍ବାର ୧୦୨ ଆମ୍ବୁଲାନ୍ସକୁ ଫୋନ କରିବା ପରେ ଆମ୍ବୁଲାନ୍ସ ନପହଞ୍ଚିବାରୁ ମହିଳା ଜଣକ ବିଲ ହିଡ଼ରେ ପ୍ରସବ କରିଥିଲେ । ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ହେଲେ ସେଠାରେ ନବଜାତ ଶିଶୁକୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ଘଟଣାରୁ ପ୍ରକାଶ, ଲୁଣାମାଟିଆ ଜଙ୍ଗଲ ଘେରି ଅଞ୍ଚଳର ବିଦୁ ଆହାଡିଙ୍କ ପତ୍ନୀ ବାସନ୍ତୀ ଆହାଡି (୨୨) ରବିବାର ସକାଳେ ଗର୍ଭ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ୧୦୨ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ ।ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ ସେଠାରେ ଆମ୍ବୁଲାନ୍ସ ପହଞ୍ଚିô ପାରିନଥିଲା । ଗୁରୁତର ଅବସ୍ଥାରେ ବାସନ୍ତୀଙ୍କୁ ଏକ ଲୁଗା ଦୋଳିରେ କାନେ୍ଧଇ କାନେ୍ଧଇ ଏକ ବିଲ ବାଟ ଦେଇ ନିକଟସ୍ଥ ରାମନଗର ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣୁଥିଲେ । ଏହି ସମୟରେ ବାସନ୍ତୀ ଅସହ୍ୟ ଯନ୍ତ୍ରଣା ଅନୁଭବ କରିବା ସହିତ ବିଲ ହିଡ଼ ଉପରେ ଏକ ଶିଶୁ ପୁତ୍ରକୁ ଜନ୍ମଦେଇଥିଲେ । ଶିଶୁଟି ସଜ୍ଞାହୀନ ହୋଇପଡ଼ିଥିଲା । କିଛି ସମୟ ପରେ ବାସନ୍ତୀ ତାଙ୍କ ଶିଶୁପୁତ୍ରକୁ ରାମନଗର ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ସେଠାରେ ଚିକିତ୍ସା କରୁଥିବା ଡାକ୍ତର ପ୍ରଥମେ ଶିଶୁପୁତ୍ରକୁ ମୃତ ଘୋଷଣା କରିଥିଲେ । ବାସନ୍ତୀଙ୍କ ପରିବାର ଲୋକେ ଶିଶୁପୁତ୍ରକୁ ନେଇ ଘରକୁ ବାହାରିଲା ବେଳକୁ ନବଜାତକଟି ହାତଗୋଡ ହଲାଇ କାନ୍ଦି ଉଠିଲା । ପରେ ଡାକ୍ତରଙ୍କୁ ଡାକିବା ପରେ ସେ ତୁରନ୍ତ ଚିକିତ୍ସା ଆରମ୍ଭ କରିଥିଲେ । ନବଜାତକଟିର ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇପଡିବାରୁ ମଧ୍ୟାହ୍ନରେ ତାକୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା । ଅପରାହ୍ଣରେ ଶିଶୁପୁତ୍ରଟି ମୃତୁ୍ୟବରଣ କରିଥିବା ଜଣାପଡିଛି ।




Powered by odothemes.com