bdk_Bisakta-Food

ବୁନ୍ଦି ଖାଇ ୧ଠଠ ପିଲା ଅସୁସ୍ଥ

67

ସମ୍ବଲପୁର/ ଭଦ୍ରକ, (ଆପ୍ର): ସାରା ରାଜ୍ୟରେ ବେଶ ଉତ୍ସାହ ଉଦ୍ଦିପନାର ସହିତ ସ୍ୱାଧୀନତା ଦିବସ ପାଳନ କରାଯାଇଥିବା ବେଳେ ସମ୍ବଲପୁର ଓ ଭଦ୍ରକ ଜିଲ୍ଲାର କେତେକ ସ୍କୁଲରେ ମିଷ୍ଟାନ୍ନ ଖାଇ ପ୍ରାୟ ଶହେ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପଡ଼ିଛନ୍ତି । ସମ୍ବଲପୁରରେ ୮୦ ଏବଂ ଭଦ୍ରକରେ ୨୭ଜଣ ପିଲା ଅସୁସ୍ଥ ହୋଇପଡ଼ିଥିବା ଖବର ମିଳିଛି । ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ କେତେ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଘଟଣାର ତଦନ୍ତ କରାଯିବ ବୋଲି ବିଭାଗୀୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସମ୍ବଲପୁର ଜିଲ୍ଲାରେ ଥିବା ସବୁ ବିଦ୍ୟାଳୟରେ ୭୦ତମ ସ୍ୱାଧୀନତା ଦିବସ ଧୁମଧାମ୍ରେ ପାଳନ କରାଯାଇଥିଲା । ଏଥିପାଇଁ ସବୁ ସ୍କୁଲରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଲିପିଣ୍ଡା ପଞ୍ଚାୟତରେ ଥିବା କେତେକ ବିଦ୍ୟାଳୟରେ ବୁନ୍ଦି ବଣ୍ଟା ଯାଇଥିଲା ଓ ଏହାକୁ ଖାଇ ପ୍ରାୟ ୭୦ ଛାତ୍ରଛାତ୍ରୀ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କର ପେଟରେ ଯନ୍ତ୍ରଣା ହେବା ସହିତ ବାନ୍ତି ହୋଇଥିଲା । ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକମାନେ ଛାତ୍ରଛାତ୍ରୀମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଭଦ୍ରକ ଜିଲ୍ଲାରେ ମଧ୍ୟ ଅନୁରୂପ ଘଟଣା ଘଟିଛି । ଗ୍ରାମାଞ୍ଚଳ ଥାନା ଅର୍ନ୍ତଗତ କାଉପୁର ତୁମ୍ବିପଦି ମଧ୍ୟ ଇଂରାଜୀ ବିଦ୍ୟାଳୟରେ ସ୍ୱାଧୀନତା ଦିବସ ଉପଲକ୍ଷେ ପୁରୀ ଘଗୁନି ଖାଇବାକୁ ଦିଆଯାଇଥିଲା । ଖାଇ ସାରି ପିଲାମାନେ ଘରକୁ ଫେରିବା ପରେ ବାନ୍ତି, ଝାଡ଼ା ଓ ପେଟକଟା ଆରମ୍ଭ ହୋଇଥିଲା । ଅଭିଭାବକମାନେ ପିଲାମାନଙ୍କୁ ୧୦୮ରେ ଆଗରପଡ଼ା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଅବସ୍ଥା ଗୁରୁତର ହେବାରୁ ୧୮ଜଣଙ୍କୁ ଭଦ୍ରକ ମୁଖ୍ୟ ହସ୍ପିଟାଲକୁ ନିଆଯାଇଥିଲା । ପିଲାମାନଙ୍କୁ ପୂର୍ବଦିନରୁ ପ୍ରସ୍ତୁତ ପୁରୀ ଓ ଘୁଗୁନି ଖାଦ୍ୟ ଖାଇବାକୁ ଦିଆଯାଇଥିବା ଅଭିଭାବକଙ୍କ ପକ୍ଷରୁ ଅଭିଯୋଗ ହୋଇଛି । ଡାକ୍ତରଙ୍କ କହିବାନୁଯାୟୀ ପିଲାମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି । ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ଅସୁସ୍ଥ ଛାତ୍ରଛାତ୍ରୀ ହେଲେ, ଦୀପାଞ୍ଜଳି ଜେନା (୫ମ), ଅଭୟ ଜେନା (୧ମ), ପାର୍ବତୀ ସାହୁ (୭ମ), ସବିତା ସାହୁ (୪ର୍ଥ), ପୂଜାରାଣୀ ଜେନା (୭ମ), ଦିବ୍ୟଜ୍ୟୋତି ସାହୁ (୭ମ), ସିଲିରାଣୀ ଜେନା (୩ୟ), ମମତା ଜେନା (୬ଷ୍ଠ), ପୂଜା ସାହୁ (ଅଙ୍ଗନୱାଡି), ବୁଧିରାମ ସାହୁ (୭ମ), ଲିଟନ ସାହୁ (୩ୟ), ପ୍ରକାଶ ସାହୁ (୭ମ), କ୍ଷୀରୋଦ ସାହୁ (୬ଷ୍ଠ), ଅର୍ଜ୍ଜୁନ ସାହୁ (୫ମ), ମାନସ ସାହୁ (୭ମ), ରାହୁଲ ସ୍ୱାଇଁ (୧ମ), ସୋନାଲି ସାହୁ (୬ଷ୍ଠ) । ଖବର ପାଇ ଭଦ୍ରକ ବ୍ଲକ ଶିକ୍ଷାଧିକାରୀ ଶମ୍ଭୁନାଥ ପ୍ରାଣିଗ୍ରାହୀ ଡ଼ାକ୍ତରଖାନାରେ ପହଞ୍ଚôଞ୍ଚ ଅସୁସ୍ଥ ଛାତ୍ରଛାତ୍ରୀଙ୍କ ଚିକିସôା ବ୍ୟବସ୍ଥା ଅନୁଧ୍ୟାନ କରିଥିଲେ । ଅସୁସ୍ଥତାର କାରଣ ଅନୁଧ୍ୟାନ କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ସେଆର କରନ୍ତୁ:



Powered by odothemes.com