‘ମାଧ୍ୟମ’ ନୂତନ ଆଶାର ଆଲୋକ

cp-nkn-karjyalaya-re-MADHYAM-news-letter-ku-cp-unmochan-karuchanti-(1)

ଭୁବନେଶ୍ୱର (ବୁ୍ୟରୋ): ଇନ୍ଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସ, ଓକ୍ସଫାମ ଇଣ୍ଡିଆ ଓ କମିଶନରେଟ ପୁଲିସର ମିଳିତ ରେ ମହିଳା ସହଯୋଗରେ କେନ୍ଦ୍ର “ମାଧ୍ୟମ” ର ଏକ ପତ୍ରିକା ଆଜି କମିଶନରେଟ ପୋଲିସ କମିଶନର ୱାଇ. ବି. ଖୁରାନିଆ, ଡିସିପ ସତ୍ୟବ୍ରତ ଭୋଇ ଓ କର୍ମକର୍ତ୍ତା ମାନେ ଉନ୍ମୋଚନ କରିଛନ୍ତି । ଏହା ଉଭୟ କଟକ ଓ ଭୁବନେଶ୍ୱର ଡିସିପି ଅଫିସରେ କାର୍ଯ୍ୟକାରୀ ହେବ । ସମାଜରେ ଅନ୍ୟାୟ ଅତ୍ୟାଚାର ହିଂସାର ଶୀକାର ହୋଇ ଦିଗହରା ହୋଇଯାଇଥିବା ମହିଳା ଓ ବାଳିକା ମାନଙ୍କ ଜୀବନରେ “ମାଧ୍ୟମ” ଏକ ନୂତନ ଆଶର ଆଲୋକ ଆଣିଦେବା ସହ ସମାଜରେ ମୂଳ ସ୍ରୋତରେ ସାମିଲ ହୋଇ ନୂତନ ଜୀବନ ଗଢିବାରେ ପଥପଦର୍ଶକ ହେବ । ଏକ ବର୍ଷ ନଅ ମାସ ମଧ୍ୟରେ “ମାଧ୍ୟମ” କାର୍ଯ୍ୟକ୍ଷମ ହୋଇ ୧୦୯୬ଟି ମାମଲାରେ ଅଭିଯୋଗ ଗ୍ରହଣ କରାଯାଇଛି । ଏଥି ମଧ୍ୟରୁ ୭୬୩ଟି କେସ “ମାଧ୍ୟମ” ଦ୍ୱାରା ଉଭୟଙ୍କ ମଧୟରେ ମିଳାମିଶା ଓ ସମାଧାନ କରାଯାଇଛି । ସ୍ୱଳ୍ପ ସମୟ ମଧ୍ୟରେ “ମାଧ୍ୟମ” ତାର କାର୍ଯ୍ୟକୁ ସୂଚାରୁ ଭାବେ ସମ୍ପାଦନ କରିଥିବାରୁ ଏହାର କାର୍ଯ୍ୟକରିବାର ଅବଧିକୁ ଦୁଇ ବର୍ଷ ବଢାଇ ଦିଆଯାଇଛି । ଟୁଇନ ସିଟି କଟକ ଓ ଭୁବନେଶ୍ୱରରେ ଜନ ସଂଖ୍ୟା ବୃଦ୍ଧି ହେଉଥିବା ବେଳେ ଗୃହରେ,ଅଫିସରେ ସର୍ବସାଧାରଣ ସ୍ଥାନରେ ମହିଳା ମାନଙ୍କ ପ୍ରତି ଅନ୍ୟାୟ,ଅତ୍ୟାଚାର,ମାନସିକ ଓ ଶାରିରିକ ନିର୍ଯ୍ୟାତନା ,ପ୍ରେମ ବିବାହ ଓ ପ୍ରତାରଣା ବିଛେଦର ସମସ୍ତ ମାମଲାକୁ “ମାଧ୍ୟମ”ର ସହଯୋଗରେ ସମାଧାନ କରାଯିବାର ଏକ ଅଭିନବ ପ୍ରୟାସ ।