laxmi-sagar-thana--police-dyara-brounsugar-tanka-omobile-jabat-kariba-saha-ghtana-re-samprukta-4-jana-nku-giraf-karajaechi--(1)

୪୨ ଗ୍ରାମ୍ ବ୍ରାଉନ୍ସୁଗର୍ ସହ ୧.୫ ଲକ୍ଷ ଜବତ

27

ମହିଳାଙ୍କ ସମେତ ୪ ବ୍ୟବସାୟୀ ଗିରଫ
ଭୁବନେଶ୍ୱର,(ବୁ୍ୟରୋ): ଲକ୍ଷ୍ମୀସାଗର ହଳଦୀପଡ଼ିଆ ବ୍ରାଉନ୍ସୁଗର୍ ଖଳା ପାଲଟିଛି । ଘରେଘରେ ଲୋକେ ବ୍ରାଉନ୍ସୁଗର୍ ବ୍ୟବସାୟ କରୁଛନ୍ତି । କିଛିଦିନ କମିଶନରେଟ୍ ପୁଲିସ୍ ସେହି ବସ୍ତିରୁ କେତେକ ବ୍ୟବସାୟୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବାବେଳେ ବୁଧବାର ପୁଣି ୪ଜଣଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୪୨ ଗ୍ରାମ୍ ଓଜନର ବ୍ରାଉନ୍ସୁଗର୍ ଜବତ କରିଛି । ଜବତ ବ୍ରାଉନ୍ସୁଗରର ମୂଲ୍ୟ ୪୨ ହଜାର ହେବ ବୋଲି ପୁଲିସ୍ ସୂଚନା ଦେଇଛି । ଏଥିସହ ବ୍ୟବସାୟୀଙ୍କ ଠାରୁ ନଗଦ ୧ଲକ୍ଷ ୫ହଜାର ଟଙ୍କା ପୁଲିସ୍ ଜବତ କରିଛି । ଗିରଫ ବ୍ୟବସାୟୀମାନେ ହେଲେ- ଆଏସା ବିବି (୩୧), ବାବୁ ଖାନ୍ (୩୫), ଦିଲ୍ଲୀପ ସିଂ (୪୨) ଓ ସଞ୍ଜିବ ପ୍ରଧାନ । ଗିରଫ ବ୍ୟବସାୟୀଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଲକ୍ଷ୍ମୀସାଗର ଥାନାଧିକାରୀ ଭରତଚନ୍ଦ୍ର ସାହୁ କହିଛନ୍ତି । ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଓ ଭଦ୍ରକ ଅଞ୍ଚଳରୁ ରାଜଧାନୀକୁ ବ୍ରାଉନ୍ସୁଗର ଆସୁଛି । ଲକ୍ଷ୍ମୀସାଗର ଝାରପଡ଼ା ଅଞ୍ଚଳର ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଏହି ବ୍ୟବସାୟର ମଙ୍ଗ ଧରିଛନ୍ତି । ରାତି ୧୨ଟା ପରେ ଝାରପଡ଼ାସ୍ଥିତ ସରକାରୀ ସ୍କୁଲ୍ ପରିସରରେ ମୁଖ୍ୟ ବ୍ୟବସାୟୀ ଜଣଙ୍କ ବ୍ରାଉନ୍ସୁଗରର ପସରା ମେଲୁଛନ୍ତି । ତାଙ୍କ ଠାରୁ ହଳଦୀପଡ଼ିଆ ବସ୍ତି ଲୋକେ କିଣି ନେଇ ବ୍ୟବସାୟ କରୁଛନ୍ତି । ଏକଗ୍ରାମ୍ ପୁଡ଼ିଆକୁ ହଜାରେ ଟଙ୍କାରେ ବିିକ୍ରି ହେଉଛି । ବ୍ରାଉନ୍ସୁଗରର ପେଣ୍ଠସ୍ଥଳ କହିଲେ ଏବେ ହଳଦୀପଡ଼ିଆକୁ ବୁଝାଉଛି । ପୁଲିସ୍ ସାଧାରଣ ବ୍ୟବସାୟୀଙ୍କୁ ଗିରଫ କରୁଥିବାବେଳେ ମୁଖ୍ୟ କାର୍ପଟ୍ଦାରକୁ ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହେଉଛି ।




Powered by odothemes.com