ନଦୀ ଶଯ୍ୟାରେ ଅଳିଆ ପକାଅନି: ଏନ୍ଜିଟି

45

କଟକ,୯ା୮(ବୁ୍ୟରୋ): ମହାନଦୀ ଓ କାଠଯୋଡି ନଦୀ ଶଯ୍ୟାରେ ଅଳିଆ ଆବର୍ଜନା ନପକାଇବାକୁ କୋଲକାତା ସ୍ଥିତ ଜାତୀୟ ଗ୍ରୀନ୍ ଟ୍ରିବୁ୍ୟନାଲ (ଏନ୍ଜିଟି)ର ପୁର୍ବାଞ୍ଚଳ ଖଣ୍ଡପୀଠଙ୍କ ଆଦେଶ ଓଏ ନଂ- ୪୭/୨୦୧୬/ ଇଜେଡ୍,୧୫ଜୁଲାଇ ୨୦୧୬ର ଅନୁପାଳନ ନିମନ୍ତେ ଜିଲ୍ଲାପାଳ ନିର୍ମଳ ଚନ୍ଦ୍ର ମିଶ୍ରଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଏକ ବୈ÷ଠକ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଯାଇଛି । ସୂଚନାଯୋଗ୍ୟ ଯେ, ଗ୍ରୀନ୍ ଟ୍ରିବୁ୍ୟନାଲଙ୍କ ଆଦେଶରେ କଟକ ମହାନଗର ନିଗମ ଦ୍ୱାରା ଅଳିଆ ଆବର୍ଜନା, ଛୋଟ ଛୋଟ ପଥରଖଣ୍ଡ ଇତ୍ୟାଦି ମହାନଦୀ ଓ କାଠଯୋଡି ନଦୀଶଯ୍ୟାରେ ନପକାଇବାକୁ ଗ୍ରୀନ ଟ୍ରିବୁ୍ୟନାଲ ନିଦେ୍ର୍ଦଶ ପ୍ରଦାନ କରିଥିବା ଜିଲ୍ଲାପାଳ ବୈ÷ଠକରେ ପ୍ରକାଶ କରିଥିଲେ । ଏହି ଆଦେଶ ଯେପରି କଡାକଡି ଭାବେ କାର୍ଯ୍ୟକାରୀ ହୁଏ, ଏହାକୁ ତଦାରଖ କରିବା ପାଇଁ ଜାଇକା ଓ ସିଏମ୍ସି କର୍ତ୍ତୃପକ୍ଷଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେଇଛନ୍ତି । ମହାନଦୀ, କାଠଯୋଡିରେ ଯେପରି କୋ÷÷ଣସି ପରିସ୍ଥିତିରେ ଅଳିଆ ଆବର୍ଜନା, ପଥର ଖଣ୍ଡ ଆଦି ପକାନଯାଏ । ତେବେ ଏହାକୁ ନିୟମିତ ଯାଞ୍ଚ କରିବା ପାଇଁ ନିର୍ବାହୀ ଯନ୍ତ୍ରୀ-ମହାନଦୀ ଦକ୍ଷିଣ, ଉତ୍ତର, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଆଞ୍ଚଳିକ ଅଧିକାରୀ ଓ ଆଞ୍ଚଳିକ ପରିବହନ ଅଧିକାରୀ(ଆରଟିଓ) କର୍ମଚାରୀଙ୍କୁ ନେଇ ଜିଲ୍ଲାପାଳ ଏକ ସ୍କାର୍ଡ ଗଠନ କରିଛନ୍ତି । ଏହି ସ୍କ୍ୱାର୍ଡ ସକାଳ ଓ ସନ୍ଧ୍ୟା ଦୁଇ ବେଳା ମହାନଦୀ ଓ କାଠଯୋଡି ନଦୀଶଯ୍ୟା ଅଳିଆ ଆବର୍ଜନା ଯାଞ୍ଚ କରିବେ । ଯଦି ନଦୀଶଯ୍ୟାରେ କୌଣସି ବ୍ୟକ୍ତି ବେଆଇନ୍ ଭାବେ ଆବର୍ଜନା ଆଦି ପକାଉଥାନ୍ତି, ତେବେ ସେମାନଙ୍କୁ ପ୍ରତିରୋଧ କରିବା ସହ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଏହି ସ୍କାର୍ଡକୁ ସୁରକ୍ଷା ପ୍ରଦାନ ପାଇଁ ପୁଲିସ ଡିସିପିଙ୍କ ପକ୍ଷରୁ ଏକ ଫୋର୍ସ ପ୍ରଦାନ କରାଯିବ । ଆଜିଠାରୁ ଏହି ଦଳ ନିୟମିତ ଭାବେ ନଦୀ ଶଯ୍ୟାକୁ ଯାଞ୍ଚ କରିବା କାର୍ଯ୍ୟ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ଯାଞ୍ଚ କାର୍ଯ୍ୟର ସହଯୋଗ ପାଇଁ ମହାନଦୀ ଦକ୍ଷିଣ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ ତରଫରୁ ବିଭିନ୍ନ ସୁବିଧା ଯାଞ୍ଚ ସ୍କାର୍ଡଙ୍କୁ ଯୋଗାଇ ଦିଆଯିବ । ଏହି ଯାଞ୍ଚ କାର୍ଯ୍ୟକୁ ମହାନଦୀ ଦକ୍ଷିଣ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଏବଂ ଉପ ଜିଲ୍ଲାପାଳ, କଟକ ସଦର ତଦାରଖ କରିବେ । କୌଣସି ବ୍ୟକ୍ତି ନିୟମ ଉଲ୍ଲଂଘନ କରୁଥିଲେ ସେମାନଙ୍କ ବିରୁଦ୍ଧରେ ଜଳସେଚନ ବିଭାଗ କର୍ତ୍ତୃପକ୍ଷ ଆବଶ୍ୟକ ହେଲେ, ଆବର୍ଜନା ସୃଷ୍ଟିକାରୀ ବ୍ୟକ୍ତି ଏବଂ ସଂସ୍ଥାଙ୍କ ବିରୁଦ୍ଧରେ ପୁଲିସଙ୍କ ନିକଟରେ ମାମଲା ରୁଜୁ ନିମନ୍ତେ ଜିଲ୍ଲାପାଳ ଶ୍ରୀ ମିଶ୍ର କଡ଼ା ନିଦେ୍ର୍ଦଶ ପ୍ରଦାନ କରିଛନ୍ତି । ସେହିପରି ଆବର୍ଜନାକୁ ପରିବହନ କରୁଥିବା ଗାଡ଼ିଗୁଡ଼ିକ ଉପରେ ଆଞ୍ଚଳିକ ପରିବହନ ଅଧିକାରୀ ଗାଡ଼ି ମାଲିକଙ୍କ ବିରୁଦ୍ଧରେ ଦଣ୍ଡ ବିଧାନ କରିବେ । ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସ, ଉପ ଜିଲ୍ଲାପାଳ ସଦର ରଘୁରାମ ଆର୍ ଆୟାର, ନିର୍ବାହୀ ଯନ୍ତ୍ରୀ- ମହାନଦୀ ଦକ୍ଷିଣ ଡିଭିଜନ, ନିର୍ବାହୀ ଯନ୍ତ୍ରୀ, ଜାଇକା(ସ୍ୱେରେଜ୍), କଟକ ମହାନଗର ନିଗମ ସିଟି ଇଞ୍ଜିନିୟର, ସଦର ତହସିଲଦାର, ତଉଜୀ ଅଧିକାରୀ ପ୍ରମୁଖ ଏହି ବୈ÷ଠକରେ ଯୋଗ ଦେଇଥିଲେ ।




Powered by odothemes.com