OKH-ODIA-2

ସାଂସ୍କୃତିକ ସମ୍ପଦର ସଂରକ୍ଷଣ ଜରୁରୀ: ଡ. ଜେମ୍ସ

38

ଭୁବନେଶ୍ୱର (ବୁ୍ୟରୋ): ସାଂସ୍କୃତିକ ସମ୍ପଦର ସଂରକ୍ଷଣ ହେବା ଜରୁରୀ । ଜନସାଧାରଣଙ୍କ ନିକଟରେ ଏହା ଯେଭଳି ଅବାଧ ଓ ମୁକ୍ତଭାବରେ ଉପଲବ୍ଧ ହୋଇପାରିବ ତାହାକୁ ଗୁରୁତ୍ୱ ଦେବା ପାଇଁ ଓଡିଶା ଜ୍ଞାନପୁଞ୍ଜ ୫ମ ବକ୍ତୃତାମାଳାରେ ଯୋଗଦେଇ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ଭାରତୀୟ ବିଦ୍ୟାବିତ୍ ଡ. ଜେମ୍ସ ନେ କହିଛନ୍ତି । ମଙ୍ଗଳବାର ସଚିବାଳୟରେ ଅନୁଷ୍ଠିତ ଏହି ବକ୍ତୃତାମାଳାରେ ଉଦ୍ବୋଧନ ଦେଇ ଡ. ଜେମ୍ସ କହିଥିଲେ ଯେ ସାଂସ୍କୃତିକ ସାଧନଗୁଡିକ ହେଉଛି ଶକ୍ତିଶାଳୀ କୃତି । ଏହା ମାନବ ସଭ୍ୟତାର ଜୀବନଧାରା ସହ ସମ୍ପୃକ୍ତ ଏସବୁର ମୁକ୍ତ ଉପଲବ୍ଧ ଜନସାଧାରଣଙ୍କ ଅଧିକାର । ବିଭିନ୍ନ ସ୍ଥାନରେ ଉପଲବ୍ଧ ପୁସ୍ତକ, ପୋଥି, ପୁରାତନ ବସ୍ତୁ, ଦସ୍ତାବିଜ୍, ପ୍ରନôତାତ୍ତ୍ୱିକ ପଦାର୍ଥ, ପୁସ୍ତିକା, ମାନଚିତ୍ର, ଖବରକାଗଜ ଭଳି ସାଂସ୍କୃତିକ ସାଧନକୁ ଡିଜିଟାଇଜ୍ କରାଯିବା ଉଚିତ୍ । ଏହାକୁ ଗୋଟିଏ ୱେବ୍ ପ୍ଲାଟଫର୍ମରେ ସଂଯୋଜିତ କରିବାର ଆବଶ୍ୟକତା ରହିଛି । ସାଂସ୍କୃତିକ କୃତିର ସଂରକ୍ଷଣ ଓ ଏହାର ମୁକ୍ତ ଉପଲବ୍ଧ ସର୍ବଦା ଏକ ଆହ୍ୱାନ ହୋଇଆସିଛି । ଏହି ପଥରେ ମୁଦ୍ରଣ ଅଧିକାର ଆଇନ, ମିଳୁଥିବା ତଥ୍ୟର ପ୍ରାମାଣିକତା, ସଂରକ୍ଷଣ ପାଇଁ ଆବଶ୍ୟକ ଅର୍ଥ ଆଦି ଭଳି ଅନେକ ପ୍ରତିବନ୍ଧକ ରହିଛି । ପରସ୍ପର ସହଯୋଗିତା ଓ ସମନ୍ୱୟ ମାଧ୍ୟମରେ ଏହିସବୁ ସମସ୍ୟାର ସମାଧାନ ହୋଇପାରିବ । ଏ କ୍ଷେତ୍ରରେ ଆଦର୍ଶ ରାଜ୍ୟ ହେବା ପାଇଁ ଓଡିଶାରେ ପର୍ଯ୍ୟାପ୍ତ ସାଂସ୍କୃତିକ ସମ୍ପଦ ଓ ଦକ୍ଷତା ରହିଛି । ଚିକାଗୋ ବିଶ୍ୱବିଦ୍ୟାଳୟସ୍ଥିତ ଜୋଶେଫ୍ ରିଜେନ୍ଷ୍ଟେଇନ୍ ଗ୍ରନ୍ଥାଳୟ ଓଡିଶା ସହ ଏ କ୍ଷେତ୍ରରେ ସହଭାଗିତା କରିବ ବୋଲି ସେ ଆଗ୍ରହ ପ୍ରକାଶ କରିଥିଲେ । ଏହାଦ୍ୱାରା ପୁରାତନ ଓଡିଆ ଭାଷା ସମ୍ପଦ ଓ ସାଂସ୍କୃତିକ କୃତିଗୁଡିକ ପରପୀଢୀ ପାଇଁ ସଂରକ୍ଷିତ ହୋଇ ରହିପାରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ କାର୍ଯ୍ୟାଳୟରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ବକ୍ତୃତାରେ ଯୋଗଦେଇଥିଲେ । ବକ୍ତୃତା ପରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢୀ ଓଡିଶା ଖଦିର ଉପଢୌକନ ଓ ନବକଳେବର ସମ୍ବର୍ଦ୍ଧିତ ଦସ୍ତାବିଜ୍ ପୁସ୍ତକ ସ୍ମାରକୀ ରୂପେ ଡ. ଜେମ୍ସଙ୍କୁ ପ୍ରଦାନ କରିଥିଲେ । ଡ. ଜେମ୍ସ ମଧ୍ୟ ତାଙ୍କ ତରଫରୁ ୧୯୩୬ ମସିହା ମେ’ ୮ ତାରିଖ ଦିନ ଅନୁଷ୍ଠିତ ହୋଇଥିବା ଓଡିଶା ଉପଦେଷ୍ଟା ବିବରଣୀର ସିଡି ପ୍ରଦାନ କରିଥିଲେ । ଉଲ୍ଲେନ କମିଶନର ଆର୍ ବାଲ୍କ୍ରିଷ୍ଣନ୍ ଡ. ଜେମ୍ସଙ୍କ ପରିଚୟ ପ୍ରଦାନ କରିଥିଲେ । ପ୍ରର୍ଣ୍ଣଚନ୍ଦ୍ର ଭାଷାକୋଷ ଓ ଓଡିଆ ଅବିଧାନର କମ୍ପୁ୍ୟଟରୀକରଣ କ୍ଷେତ୍ରରେ ଡ. ଜେମ୍ସଙ୍କ ଅବଦାନ ସମ୍ପର୍କରେ ସୂଚନା ଦେଇଥିଲେ । ଡ. ଜେମ୍ସ ବର୍ତ୍ତମାନ ଯୁକ୍ତ ରାଷ୍ଟ୍ରର ଚିକାଗୋ ବିଶ୍ୱବିଦ୍ୟାଳୟର ଜୋସେଫ୍ ରିଜେନ୍ଷ୍ଟେଇନ୍ ଗ୍ରନ୍ଥାଳୟର ଦକ୍ଷିଣ-ଏସୀୟ ଅଞ୍ଚଳ ପାଇଁ ଗ୍ରନ୍ଥ ସୂଚୀ ବିଶେଷଜ୍ଞଭାବେ କାର୍ଯ୍ୟ କରୁଛନ୍ତି । ଏହା ପୂର୍ବରୁ ସେ ଏହି ବିଶ୍ୱବିଦ୍ୟାଳୟରେ ଦକ୍ଷିଣ-ଏସିଆ ଭାଷା ସାଧନ କେନ୍ଦ୍ରର ଆନ୍ତରୀଣ ନିଦେ୍ର୍ଦଶକ ଓ ଦକ୍ଷିଣ-ଏସୀୟ ଭାଷା ଓ ଆଞ୍ଚଳିକ କେନ୍ଦ୍ରର ନିଦେ୍ର୍ଦଶକଭାବେ କାର୍ଯ୍ୟ କରୁଥିଲେ । ଏହି ବକ୍ତୃତାମାଳାରେ ବିଭିନ୍ନ ବିଭାଗର ମନ୍ତ୍ରୀ, ବିଧାୟକ, ପ୍ରମୁଖ ଶାସନ ସଚିବ, ଶାସନ ସଚିବଙ୍କ ସମେତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଦପ୍ତରର ବରିଷ୍ଠ ଅଧିକାରୀ, ସାହିତ୍ୟିକ ଓ ଶିକ୍ଷାବିତ୍ମାନେ ଏଥିରେ ଯୋଗଦେଇଥିଲେ । ରାଜ୍ୟର ୩୦ ଜିଲ୍ଲାର ଜିଲ୍ଲାପାଳ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଭିଡିଓ କନ୍ଫ୍େରନ୍ସିଂ ଜରିଆରେ ଏଥିରେ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମର ବୃଦ୍ଧି ପାଉଥିବା ଲୋକପ୍ରିୟତାକୁ ଲକ୍ଷ୍ୟ କରି ସଚିବାଳୟର ଦ୍ୱିତୀୟ ମହଲା ସଭାକକ୍ଷ୍ୟ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସଂଯୋଗ କରାଯାଇଥିଲା ।

ସେଆର କରନ୍ତୁ:



Powered by odothemes.com