3

ଖୋର୍ଦ୍ଧାରେ ବିଜେଡିର ଗଣଦୌଡ଼

42

ଖୋର୍ଧା,(ଆପ୍ର): ପ୍ରବାଦ ପୁରୁଷ ତଥା ଜନନାୟକ ସ୍ୱର୍ଗତ ବିଜୟାନନ୍ଦ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ବିରାଟ ଗଣଦୌଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗଡ଼ଖୋର୍ଦ୍ଧା ସ୍ଥିତ ପଞ୍ଚପାଇକ ସ୍ମୃତିପୀଠରୁ ଏହି ଗଣଦୌଡ଼ ଆରମ୍ଭ ହୋଇ ବରୁଣେଇ ପୀଠଠାରେ ଶେଷ ହୋଇଥିଲା । ଗଣଦୌଡ଼କୁ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଉଦ୍ଘାଟନ କରିଥିବା ବେଳେ, ପ୍ରାୟ ଏକ ହଜାରରୁ ଉର୍ଦ୍ଧ ବିଜୁପ୍ରେମୀ ଗଣଦୌଡ଼ରେ ସାମିଲ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ବିଜେଡ଼ି ସଭାପତି ବିଭୁତିଭୂଷଣ ବଳବନ୍ତରାୟ, ସାଂସଦ ପ୍ରସନ୍ନ ପାଟ୍ଟଶାଣୀ, ସ୍ଥାନୀୟ ବିଧାୟକ ରାଜେନ୍ଦ୍ର ସାହୁ, ବେଗୁନିଆ ବିଧାୟକ ପ୍ରଶାନ୍ତ ଜଗଦେ୍ଦବ, ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ବିଧାୟକ ଶଶିଭୂଷଣ ବେହେରା, ଖୋର୍ଦ୍ଧା ବ୍ଲକ ଅଧ୍ୟକ୍ଷ ପ୍ରଫୁଲ ଦଳେଇ, ଟାଙ୍ଗୀ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜଳୀ ପାଟ୍ଟଶାଣୀ, ଟାଉନ ବିଜେଡ଼ି ସଭାପତି ଅଭିଷେକ ସିଂସାମନ୍ତ, ଉପସଭାପତି ଅବ୍ୟକ୍ତ ହରିହର ଖାଡ଼ଙ୍ଗା, ଜିଲ୍ଲା ସଂପାଦକ ପ୍ରକାଶ ଦାସ, ଜଟଣୀ ନଗର ସଭାପତି ଆଶୁତୋଷ ମହାନ୍ତିଙ୍କ ସମେତ ବହୁ ଜିଳ୍ଲା ପରିଷଦ ସଭ୍ୟ, କାଉନ୍ସିଲ ପ୍ରମ୍ମୁଖ ଯୋଗଦେଇ ଗଣଦୌଡ଼ରେ ସାମିଲ ହୋଇଥିଲେ । ଗଣଦୌଡ ବରୁଣେଇ ପୀଠରେ ପହଞ୍ଚôବା ପରେ ସେଠାରେ ଏକ ସାଧାରଣ ସଭା କରାଯାଇ ନବୀନ ସରକାରଙ୍କ ଜନହିତକର କାର୍ଯ୍ୟ ସଂପର୍କରେ ଆଲୋଚନା କରାଯିବା ସହ ସମସ୍ତ ଯୋଜନା କିଭଳି ଲୋକମାନଙ୍କ ପାଖରେ ପହଞ୍ଚିପାରିବ ସେ ସଂପର୍କରେ କର୍ମୀମାନଙ୍କୁ ବରିଷ୍ଠ ନେତୃବୃନ୍ଦ ପରାମର୍ଶ ଦେଇଥିଲେ । ଅନ୍ୟପଟେ କେନ୍ଦ୍ର ସରକାରଙ୍କ ଓଡ଼ିଶା ପ୍ରତି ବାରମ୍ବାର ଅବହେଳା ପ୍ରଦର୍ଶନକୁ ଘୋର ନିନ୍ଦା କରାଯିବା ସହିତ ମହାନଦୀ ପାଇଁ ଦିଲ୍ଳୀରେ ଆନେ୍ଦାଳନ କରାଯିବ ବୋଲି ଚେତାବନୀ ଦିଆଯାଇଥିଲା ।

ସେଆର କରନ୍ତୁ:



Powered by odothemes.com