Mahadnadi-Pani-Durniti-Ku-Rokiba-Pai-BJD-Pakhyaru-Mahanadi-Tharu-BBSR-Ku-Kalasa-Rally-(8)

ମହାନଦୀ ପାଇଁ ଅଭିନବ ପ୍ରତିବାଦ

66

ଜ୍ଞାନ ଉଦୟ ପାଇଁ ବିଜେପି ନେତାଙ୍କ ଫଟୋରେ ପାଣି ଢାଳିଲେ ବିଜେଡି ମହିଳା
ଭୁବନେଶ୍ୱର/କଟକ,୨୯ା୭(ବୁ୍ୟରୋ): ମହାନଦୀରେ ଛତିଶଗଡ ସରକାର ବ୍ୟାରେଜ୍ ନିର୍ମାଣ କରିବା ପ୍ରସଙ୍ଗକୁ ନେଇ ଆଜି ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ଅଭିନବ ପ୍ରତିବାଦ କରାଯାଇଛି । ବିଜେଡି ମହିଳା ମୋର୍ଚ୍ଚାର କର୍ମକର୍ତ୍ତାମାନେ ମହାନଦୀରୁ ମାଠିଆରେ ପାଣି ନେଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ । ଏହି ଯାତ୍ରାରେ ମହିଳା ମୋର୍ଚ୍ଚାର ଶତାଧିକ ମହିଳା ସାମିଲ ହୋଇଥିଲେ । ‘ମହାନଦୀ ଜଳ, ଓଡିଶାର ବଳ’ ସ୍ଲୋଗାନ ଲେଖାଯାଇଥିବା ମାଠିଆରେ ପାଣି ନେଇ ମହିଳାମାନେ କଟକରୁ ଯାତ୍ରା ଆରମ୍ଭ କରିଥିଲେ । ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିଜେଡି ପକ୍ଷରୁ ଆୟୋଜିତ ମହାନଦୀ ବିକ୍ଷୋଭରେ ଏହି ମହିଳାମାନେ ସାମିଲ ହେବା ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଞ୍ଜିବ୍ ବାଲ୍ୟାନ୍, ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ଫଟୋଚିତ୍ର ଉପରେ ମହାନଦୀରୁ ଆଣିଥିବା ପାଣି ଢାଳିଥିଲେ । ଏହାଦ୍ୱାରା ସେମାନଙ୍କର ଜ୍ଞାନ ଉଦୟ ହେବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି । ଯେପର୍ଯ୍ୟନ୍ତ ଛତିଶଗଡ ସରକାର ଡ୍ୟାମ ନିର୍ମାଣ ବନ୍ଦ ନକରିଛନ୍ତି ସେ ପର୍ଯ୍ୟନ୍ତ ଏଭଳି ପ୍ରତିବାଦ ଜାରି ରହିବ ବୋଲି ମହିଳା ମୋର୍ଚ୍ଚା ପକ୍ଷରୁ ଛତିଶଗଡ ସରକାରକୁ ଚେତାବନୀ ଦିଆଯାଇଛି ।
ଛତିଶଗଡ଼ ସରକାରଙ୍କ ନିଷ୍ପତ୍ତି ଓ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ନୀରବତାକୁ ନେଇ ଆଜି ଏଠାରେ ମହାନଦୀ ଜଳରେ ଶୁଦ୍ଧିକରଣ କରାଗଲା, ଏହାପରେ ସେମାନଙ୍କର ସଦ୍ବୁଦ୍ଧି ଆସିବ ବୋଲି ବିଧାୟକ ବିଜୟ ମହାନ୍ତି କହିଛନ୍ତି । ଏହି ବିକ୍ଷୋଭରେ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ମେୟର ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଜିଲ୍ଲା ବିଜେଡ଼ି ସଭାପତି ବାବୁ ସିଂହ ଓ ରବି ସାମଲ ପ୍ରମୁଖ ନେତୃତ୍ୱ ନେଇଥିଲେ । ବିଧାୟକ ଶ୍ରୀ ମହାନ୍ତି ଓ କର୍ମୀମାନେ ପ୍ରଥମେ ଲୋୟର ପିଏମ୍ଜିଠାରେ ବିଭିନ୍ନ ସ୍ଲୋଗାନ୍ ଦେଇ ପ୍ରତିବାଦ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ‘ଶେଷ ନିଶ୍ୱାସ ଥିଲା ପର୍ଯ୍ୟନ୍ତ ମହାନଦୀ ପ୍ରସଙ୍ଗରେ ଲଢେଇ ଜାରି ରହିବ’ ଏବଂ ବର୍ତ୍ତମାନ ଏହାର ଆନେ୍ଦାଳନ ଆରମ୍ଭ ହେଲା ସମାଧାନ ନହେଲା ଯାଏ ଗଳିକନ୍ଦିରେ ଆନେ୍ଦାଳନକୁ ତୀବ୍ରତର କରାଯିବ ବୋଲି ମେୟର କହିଥିଲେ । କଟକରୁ ଆସିଥିବା ଏହି ଶୋଭାଯାତ୍ରାରେ କଟକ ଚୌଦ୍ୱାରା ବିଧାୟକ ପ୍ରଭାତ ବିଶ୍ୱାଳ, ସୁବାସ ସିଂ, ମେୟର ମିନାକ୍ଷୀ ବେହେରା, ଜିଲ୍ଲା ସଭାପତି ସୁଭଦ୍ରା ଦାସ, କଟକ ଜିଲ୍ଲା ଉପସଭାପତି ଲିଲି ବେହେରା, କର୍ପୋରେଟର ରମ୍ଜାନ୍ ଖାନ୍, ରଞ୍ଜନ ବିଶ୍ୱାଳ, ମୁନା ସେଠୀ, ବିଜୁ ଛାତ୍ର ସମ୍ପାଦକ ଦେବୀ ରଞ୍ଜନ ତ୍ରିପାଠୀଙ୍କ ସମେତ ଦଳର ବହୁ କର୍ମକର୍ତ୍ତା ଯୋଗଦେଇଥିଲେ ।




Powered by odothemes.com