Odisha-Bikalanga-Mancha-Ra-Bikhyoba2

ସ୍ଥାନ ସଂରକ୍ଷଣ ଦାବିରେ ବିକଳାଙ୍ଗ ମଞ୍ଚର ଧାରଣା

31

ଭୁବନେଶ୍ୱର, ୨୫ ।୭(ବୁ୍ୟରୋ): ଭିନ୍ନକ୍ଷମ ମାନଙ୍କ ନିଯୁକ୍ତି କ୍ଷେତ୍ରରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଶତକଡା ୩ ଭାଗ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାକୁ କଡା କଡି ଭାବେ ଲାଗୁ କରିବାକୁ ସର୍ବେଚ୍ଚ ନ୍ୟାୟଳୟଙ୍କ ନିଦେ୍ର୍ଦଶନାମା ସତ୍ତ୍ୱେ ଏହା କାର୍ଯ୍ୟକାରୀ କରାଯାଉନଥିବା ପ୍ରତିବାଦରେ ଆଜି ଓଡିଶା ବିକଳାଙ୍ଗ ମଞ୍ଚ ପକ୍ଷରୁ ରାଜ୍ୟପାଳଙ୍କ ବାସ ଭବନ ସମ୍ମୁଖରେ ଗଣ ଧାରଣା ଦିଆଯାଇଥିଲା । ଉଚ୍ଚତମ ନ୍ୟାୟଳୟଙ୍କ ନିଦେ୍ର୍ଦଶନାମା ସତ୍ତ୍ୱେ ଗତ ୨୦୧୩ ମସିହା ଠାରୁ ୨୦୧୬ ମସିହା ମଧ୍ୟରେ ରାଜ୍ୟ ସରକାରଙ୍କ ୩୯ଟି ବିଭାଗ ମଧ୍ୟରୁ ୩୬ଟି ବିଭାଗରେ ଭିନ୍ନକ୍ଷମ ମାନଙ୍କୁ କୌଣସି ନିଯୁକ୍ତି ପ୍ରଦାନ କରାଯାଇନଥିବା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣାପଡିଛି । ପୁନଶ୍ଚ ୨୦୧୬ ମସିହା ଜୁନ ୨୬ ତାରିଖରେ ମଧ୍ୟ ଭିନ୍ନକ୍ଷମ ମାନଙ୍କ ନିଯୁକ୍ତି କ୍ଷେତ୍ରରେ ନ୍ୟାୟାଳୟ ଅନୁରୂପ ନିଦେ୍ର୍ଦଶ ଦେଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ପ୍ରତିଷ୍ଠାନ ଭିନ୍ନକ୍ଷମ ମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ ସଂରକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ସଂପୂର୍ଣ୍ଣ ବିଫଳ ହୋଇଛି ବୋଲି ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି । ତେଣୁ ତୁରନ୍ତ ଅଦାଲତଙ୍କ ନିଦେ୍ର୍ଦଶ ଅନୁଯାୟୀ ସେମାନଙ୍କୁ ନିଯୁକ୍ତି ପ୍ରଦାନ ସହ ପଦୋନ୍ନତିର ବ୍ୟବସ୍ଥା କରିବାକୁ ମଞ୍ଚ ପକ୍ଷରୁ ଦାବୀ କରାଯାଇ ଆଜି ଏହି ଗଣଧାରଣା ଦିଆଯାଇଥିଲା । ଏହି ଗଣଧାରଣାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୫୦ ଜଣ ଭିନ୍ନକ୍ଷମ ପ୍ରତିନିଧି ମାନେ ଅଂଶ ଗ୍ରହଣ କରି ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଏହି ଧାରଣା କାର୍ଯ୍ୟକ୍ରମ ମଞ୍ଚର ସଭାପତି ନିରଞ୍ଜନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।




Powered by odothemes.com