Ravenshaw-hostel-issue-(1)

ଆଲୋଚନା ବିଫଳ

37

୪ର୍ଥ ଦିନରେ ରେଭେନ୍ସା ଛାତ୍ର ଆନେ୍ଦାଳନ
କଟକ,୨୫ା୭(ବୁ୍ୟରୋ): ବର୍ଦ୍ଧିତ ଫି’ ବୃଦ୍ଧି ପ୍ରତିବାଦରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଚାଲିଥିବା ଛାତ୍ର ଆନେ୍ଦାଳନ ଆଜି ୪ର୍ଥ ଦିନରେ ପହଞ୍ଚôଛି । ତେବେ ଦୀର୍ଘ ୪ ଦିନ ପରେ ସୋମବାର କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବାକୁ ଆସିଥିଲେ ମଧ୍ୟ ଏଥିରେ ବିଫଳ ହୋଇଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଛାତ୍ର ଆନେ୍ଦାଳନ ଚାଲୁ ରହିବ ବୋଲି ଛାତ୍ରଛାତ୍ରୀ ଚେତାବନୀ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟର ସେଭେନ୍ ପିଲାର ଠାରେ ଏକ ଷ୍ଟାଫ୍ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଛାତ୍ରଛାତ୍ରୀଙ୍କ ସମସ୍ୟା ଏବଂ ଦାବି ଉପରେ ଆଲୋଚନା କରାଯାଇଥିଲା । ହେଲେ ପୂର୍ବରୁ ବସିଥିବା ଆବାସିକ କମିଟି ବୈଠକରେ ଯାହା ନିଷ୍ପତ୍ତି ଗ୍ରହଣ ହୋଇଥିଲା ସେହି ନିଷ୍ପତ୍ତିକୁ ଆଜି ଷ୍ଟାଫ୍ କାଉନସିଲ ବୈଠକରେ କାଏମ ରହିଥିଲା । ପରେ ଏନେଇ କର୍ତ୍ତୃପକ୍ଷ ଆନେ୍ଦାଳନରତ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । ସେଠାରେ ଦାବି ଉପରେ ଆଲୋଚନା କରିଥିଲେ । ତେବେ କର୍ତ୍ତୃପକ୍ଷ ଚଳିତ ବର୍ଷ ନୂଆ କରି ଆରମ୍ଭ କରିଥିବା ମେଣ୍ଟେନାନ୍ସ ଫି’ ୧୦୦୦ ଟଙ୍କା କେଉଁ ବାବଦରେ ଖର୍ଚ୍ଚ ହେବ ସେନେଇ ଏକ ଚିଠାକୁ ଆନେ୍ଦାଳନରତ ଛାତ୍ରଛାତ୍ରୀ କର୍ତ୍ତୃପକ୍ଷଙ୍କୁ ମାଗିଥିଲେ । ଯେପର୍ଯ୍ୟନ୍ତ ଏହି ଟଙ୍କାକୁ କେଉଁ ବାବଦରେ ଖର୍ଚ୍ଚ କରାଯିବ ସେନେଇ ହିସାବ ନ ଦିଆଯାଇଛି ସେପର୍ଯ୍ୟନ୍ତ ଆନେ୍ଦାଳନ ଚାଲୁରହିବ ବୋଲି ଛାତ୍ରଛାତ୍ରୀ କହିଥିଲେ । ତେବେ ଆସନ୍ତାକାଲି କର୍ତ୍ତୃପକ୍ଷ ଏହାର ଏକ ଚିଠା ପ୍ରସ୍ତୁତ କରି ଦିଆଯିବ ବୋଲି ସିସିଡି ଡଃ ସ୍ମରପ୍ରିୟା ମିଶ୍ର କହିଛନ୍ତି । ଅନ୍ୟପକ୍ଷରେ ଗତକାଲି ଭାର୍ଗବୀ ହଷ୍ଟେଲରେ ବନ୍ଦ ହୋଇଥିବା ମିଲ୍କୁ ନେଇ ସିସିଡି ଡଃ ମିଶ୍ର କହିଛନ୍ତି ଯେ ଏନେଇ ଖବର ମିଳିବା ପରେ ଗତକାଲି ରାତିରେ ମେସ୍ରେ ଖାଇବା ପ୍ରସ୍ତୁତ କରାଯାଇଥିଲା । ଛାତ୍ରୀମାନେ ରିଆଡିମିସନ୍ କରିନଥିବାରୁ ଟଙ୍କାର ଅଭାବ ହେତୁ ମିଲ୍ ବନ୍ଦ କରାଯାଇଥିଲା । ଏହି ଆଲୋଚନାରେ କୁଳସଚିବ ମହେଶ୍ୱର ଅଗସ୍ତି, ସଞ୍ଜୟ କୁମାର ଶତପଥୀ, କିଶୋର କୁମାର ଦାସ, ହଷ୍ଟେଲ ଡେପୁଟି ୱାଡେନ୍ ରୀତା ପାଇକରାୟ, ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦ ପ୍ରମୁଖ ସହ ଅନେକ ଅଧ୍ୟାପକ ଉପସ୍ଥିତ ରହିଥିଲେ ।କଟକ,୨୫ା୭(ବୁ୍ୟରୋ): ବର୍ଦ୍ଧିତ ଫି’ ବୃଦ୍ଧି ପ୍ରତିବାଦରେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଚାଲିଥିବା ଛାତ୍ର ଆନେ୍ଦାଳନ ଆଜି ୪ର୍ଥ ଦିନରେ ପହଞ୍ଚôଛି । ତେବେ ଦୀର୍ଘ ୪ ଦିନ ପରେ ସୋମବାର କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିବାକୁ ଆସିଥିଲେ ମଧ୍ୟ ଏଥିରେ ବିଫଳ ହୋଇଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ଛାତ୍ର ଆନେ୍ଦାଳନ ଚାଲୁ ରହିବ ବୋଲି ଛାତ୍ରଛାତ୍ରୀ ଚେତାବନୀ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ ଆଜି ରେଭେନ୍ସା ବିଶ୍ୱବିଦ୍ୟାଳୟର ସେଭେନ୍ ପିଲାର ଠାରେ ଏକ ଷ୍ଟାଫ୍ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଛାତ୍ରଛାତ୍ରୀଙ୍କ ସମସ୍ୟା ଏବଂ ଦାବି ଉପରେ ଆଲୋଚନା କରାଯାଇଥିଲା । ହେଲେ ପୂର୍ବରୁ ବସିଥିବା ଆବାସିକ କମିଟି ବୈଠକରେ ଯାହା ନିଷ୍ପତ୍ତି ଗ୍ରହଣ ହୋଇଥିଲା ସେହି ନିଷ୍ପତ୍ତିକୁ ଆଜି ଷ୍ଟାଫ୍ କାଉନସିଲ ବୈଠକରେ କାଏମ ରହିଥିଲା । ପରେ ଏନେଇ କର୍ତ୍ତୃପକ୍ଷ ଆନେ୍ଦାଳନରତ ଛାତ୍ରଛାତ୍ରୀଙ୍କୁ ଭେଟିଥିଲେ । ସେଠାରେ ଦାବି ଉପରେ ଆଲୋଚନା କରିଥିଲେ । ତେବେ କର୍ତ୍ତୃପକ୍ଷ ଚଳିତ ବର୍ଷ ନୂଆ କରି ଆରମ୍ଭ କରିଥିବା ମେଣ୍ଟେନାନ୍ସ ଫି’ ୧୦୦୦ ଟଙ୍କା କେଉଁ ବାବଦରେ ଖର୍ଚ୍ଚ ହେବ ସେନେଇ ଏକ ଚିଠାକୁ ଆନେ୍ଦାଳନରତ ଛାତ୍ରଛାତ୍ରୀ କର୍ତ୍ତୃପକ୍ଷଙ୍କୁ ମାଗିଥିଲେ । ଯେପର୍ଯ୍ୟନ୍ତ ଏହି ଟଙ୍କାକୁ କେଉଁ ବାବଦରେ ଖର୍ଚ୍ଚ କରାଯିବ ସେନେଇ ହିସାବ ନ ଦିଆଯାଇଛି ସେପର୍ଯ୍ୟନ୍ତ ଆନେ୍ଦାଳନ ଚାଲୁରହିବ ବୋଲି ଛାତ୍ରଛାତ୍ରୀ କହିଥିଲେ । ତେବେ ଆସନ୍ତାକାଲି କର୍ତ୍ତୃପକ୍ଷ ଏହାର ଏକ ଚିଠା ପ୍ରସ୍ତୁତ କରି ଦିଆଯିବ ବୋଲି ସିସିଡି ଡଃ ସ୍ମରପ୍ରିୟା ମିଶ୍ର କହିଛନ୍ତି । ଅନ୍ୟପକ୍ଷରେ ଗତକାଲି ଭାର୍ଗବୀ ହଷ୍ଟେଲରେ ବନ୍ଦ ହୋଇଥିବା ମିଲ୍କୁ ନେଇ ସିସିଡି ଡଃ ମିଶ୍ର କହିଛନ୍ତି ଯେ ଏନେଇ ଖବର ମିଳିବା ପରେ ଗତକାଲି ରାତିରେ ମେସ୍ରେ ଖାଇବା ପ୍ରସ୍ତୁତ କରାଯାଇଥିଲା । ଛାତ୍ରୀମାନେ ରିଆଡିମିସନ୍ କରିନଥିବାରୁ ଟଙ୍କାର ଅଭାବ ହେତୁ ମିଲ୍ ବନ୍ଦ କରାଯାଇଥିଲା । ଏହି ଆଲୋଚନାରେ କୁଳସଚିବ ମହେଶ୍ୱର ଅଗସ୍ତି, ସଞ୍ଜୟ କୁମାର ଶତପଥୀ, କିଶୋର କୁମାର ଦାସ, ହଷ୍ଟେଲ ଡେପୁଟି ୱାଡେନ୍ ରୀତା ପାଇକରାୟ, ପ୍ରଫେସର ଚଣ୍ଡି ପ୍ରସାଦ ନନ୍ଦ ପ୍ରମୁଖ ସହ ଅନେକ ଅଧ୍ୟାପକ ଉପସ୍ଥିତ ରହିଥିଲେ ।




Powered by odothemes.com